ETV Bharat / state

ସୋସିଆଲ ମିଡିଆରେ ବନ୍ୟଜନ୍ତୁ ସହ ଫଟୋ ପୋଷ୍ଟ କରିବା ଘଟଣା, ୟୁଟ୍ୟୁବର ମୋନାଲିସାଙ୍କ ଘରେ ଚଢ଼ାଉ - Raid On YouTuber Monalishas House

author img

By ETV Bharat Odisha Team

Published : Mar 24, 2024, 5:50 PM IST

Raid On YouTuber Monalisha Bhadras House: ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ । ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଏହି ଚଢ଼ାଉ କରିଛି । ଅଧିକ ପଢ଼ନ୍ତୁ

ୟୁଟ୍ୟୁବର ମୋନାଲିସା ଭଦ୍ର
ୟୁଟ୍ୟୁବର ମୋନାଲିସା ଭଦ୍ର

ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ । ବନ୍ୟଜନ୍ତୁ ସହ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଘଟଣାରେ ଏହି ଚଢ଼ାଉ କରାଯାଇଛି । ଯାଜପୁର ସ୍ଥିତ ଜହଳ ଗାଁ ବାସଭବନରେ ଚଢାଉ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ମୋନାଲିସା ଓ ତାଙ୍କ ସ୍ବାମୀ ଫେରାର ହୋଇଯାଇଛନ୍ତି । ବନ ବିଭାଗର ଅଧିକାରୀ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ତେବେ ଯାଜପୁର ଜିଲ୍ଲା ଜହଳ ଗାଁ ସ୍ଥିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢ଼ାଉ କରାଯାଇଛି । ବନ୍ୟ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ପକ୍ଷରୁ ଜହଳ ଗାଁ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଛି । ବନ୍ୟଜନ୍ତୁ ରଖିବା ସହିତ ସେମାନଙ୍କ ସହିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗୀନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି । ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ସୋସିଆଲ ମିଡିଆରେ ଜୀବନ୍ତ ସାପ ଭିଡିଓ ପୋଷ୍ଟ କରିବା ପଡ଼ିଲା ଭାରି, ସାପ ଧରାଳି ଗିରଫ - Snake Rescuer Arrested

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ୟୁଟ୍ୟୁବର ଭାବେ ସାରା ରାଜ୍ୟରେ ଚର୍ଚ୍ଚିତ ଅଛନ୍ତି ମୋନାଲିସା ଭଦ୍ର । ମୋନାଲିସା ନିଜ ଘରେ ଅନେକ ମାଙ୍କଡ଼ ରଖି ସେମାନଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଥିଲେ । ଏହାକୁ ଦେଖି ବନ୍ୟା ପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଶୁଭେନ୍ଦୁ ମଲ୍ଲିକ ରାଜ୍ୟ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପିସିସିଏଫ ଓ କଟକ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ବନ ବିଭାଗ ରେଞ୍ଜ ଓ ଚଣ୍ଡିଖୋଲ ବନ ବିଭାଗ ରେଞ୍ଜର ମିଳିତ ଭାବରେ ଜହଳ ଗାଁରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ଖବର ପାଇ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ଘରୁ ଫେରାର ହେଇଯାଇଥିଲେ । ସେପଟେ ବନ ବିଭାଗର ଅଧିକାରୀମାନେ ଏହି ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.