ETV Bharat / state

ସୋସିଆଲ ମିଡିଆରେ ଜୀବନ୍ତ ସାପ ଭିଡିଓ ପୋଷ୍ଟ କରିବା ପଡ଼ିଲା ଭାରି, ସାପ ଧରାଳି ଗିରଫ - Snake Rescuer Arrested

author img

By ETV Bharat Odisha Team

Published : Mar 23, 2024, 10:51 PM IST

Snake Rescuer Arrested: ଆକ୍ସନ ମୋଡରେ ବନ ଅଧିକାରୀ । ସୋସିଆଲ ମିଡିଆରେ ଜୀବନ୍ତ ସାପର ଭିଡିଓ ପୋଷ୍ଟ କରି ବ୍ୟକ୍ତି ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ସାପ ଧରାଳି ଗିରଫ
ସାପ ଧରାଳି ଗିରଫ

ଭୁବନେଶ୍ବର: ସୋସିଆଲ ମିଡିଆରେ ଜୀବନ୍ତ ସାପର ଭିଡିଓ ପୋଷ୍ଟ କରି ଜଣେ ବ୍ୟକ୍ତି ଗିରଫ । ଭଦ୍ରକର ସାପ ଧରାଳି ମିର୍ଜା ଏମଡି ଆରିଫକୁ ଗିରଫ କରିଛନ୍ତି ବନ ଅଧିକାରୀ । ଏକାଧିକ ଭାବରେ ବିଭିନ୍ନ ପ୍ରଜାତିର ସାପମାନଙ୍କୁ ନେଇ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଆସୁଥିଲେ ଏହି ବ୍ୟକ୍ତି । ବେଆଇନ ଭାବରେ ଜୀବନ୍ତ ସାପଙ୍କୁ ଧରିବା ସହ ଦୁଇଟି ମୋନୋକଲେଡ୍ କୋବ୍ରାଙ୍କୁ ଧରିବା ସମୟର ଦୃଶ୍ୟକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ତେବେ କିଛି ଦିନ ପୂର୍ବରୁ ପିସିସିଏଫଙ୍କ ପକ୍ଷରୁ ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ସତର୍କ କରାଯାଇଥିଲା । ଏହା ପରେ ମଧ୍ୟ ବେଆଇନ ଭାବରେ ଜୀବନ୍ତ ସାପ ଭିଡ଼ିଓ ପୋଷ୍ଟ କରିବା ଅଭିଯୋଗରେ ଭଦ୍ରକର ମିର୍ଜା ଏମଡି ଆରିଫଙ୍କୁ ଗିରଫ କରିଛି ଭଦ୍ରକ ଫରେଷ୍ଟ ରେଞ୍ଜର । ସେ ଏକା ୧୦୦ କୋବ୍ରା ସାପକୁ ଉଦ୍ଧାର କରିବା ସହ ଅନ୍ୟାନ୍ୟ ପ୍ରଜାତିର ସାପକୁ ମଧ୍ୟ ଉଦ୍ଧାର କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାସହ ସାପମାନଙ୍କୁ ଖେଳାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ସମ୍ପୂର୍ଣ୍ଣ ଭାବରେ ବେଆଇନ ।

ତେବେ ସାପମାନଙ୍କ ଉଦ୍ଧାର ସମୟର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କର ଫେସବୁକରେ ଯଥାକ୍ରମେ ୨. ୮୨ ମିଲିୟନ୍ ଏବଂ ୧୪୪ ହଜାର ଫଲୋଅର୍ସ ରହିଛନ୍ତି । କେବଳ ଏହା ଗୋଟିଏ ନୁହେଁ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକାଧିକ ଭାବରେ ଆକାଉଣ୍ଟ ରହିଛି । ଏହି ଆକାଉଣ୍ଟ ଗୁଡିକକୁ ସ୍ଥଗିତ ବା ବାତିଲ କରିବାକୁ ପିସିସିଏଫଙ୍କ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଅନୁରୋଧ କରାଯାଇଛି ।

ସେପଟେ ମିର୍ଜା ଏମଡି ଆରିଫ ତାଙ୍କର ୟୁଟ୍ୟୁବ ନାଁ "ଭଦ୍ରକ ନାଗଲୋକ" ରଖିଥିବା ବେଳେ ଏହି ଆକାଉଣ୍ଟ ୨୦୨୦ ମସିହାରେ ଆରମ୍ଭ କରିଥିଲେ । ମିର୍ଜା ଏମଡି ଆରିଫ ଜଣେ ତାଲିମପ୍ରାପ୍ତ ସାପ ଉଦ୍ଧାରକାରୀ । ବିଭିନ୍ନ ବନ୍ୟାପ୍ରାଣୀ ଏବଂ ଜଣେ ପଶୁପ୍ରେମୀ ମଧ୍ୟ । ତାଙ୍କର ଏକ ସମୟରେ ୧୦୦ରୁ ଅଧିକ କୋବ୍ରା ସାପ ଉଦ୍ଧାର କରିବାର ରେକର୍ଡ ରହିଛି । ସେ ବନ୍ୟଜନ୍ତୁ ସୁରକ୍ଷା ଏବଂ ସାମାଜିକ କାର୍ଯ୍ୟରେ ଜଡିତ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏଲଭିସ ଯାଦବଙ୍କୁ ମିଳିଲା ଜାମିନ, ୫ଦିନ ପରେ ଲକ୍ସୋର ଜେଲରୁ ବାହାରିବେ - Elvish Yadav Got Bail

ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବେ ପିସିସିଏଫଙ୍କ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଥିଲା ଯେ, ଯଦି କୌଣସି ବ୍ୟକ୍ତି ବନ୍ୟଜନ୍ତୁଙ୍କ ସହ ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ୭ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଜେଲ ହୋଇପାରେ । ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.