ଭୁବନେଶ୍ବରରେ ମତ ସାବ୍ୟସ୍ତ କଲେ ମେୟର ସୁଲୋଚନା, ୟାଶିର ନୱାଜ - 3rd Phase Election in Odisha

By ETV Bharat Odisha Team

Published : May 25, 2024, 5:37 PM IST

thumbnail
ମତ ସାବ୍ୟସ୍ତ କଲେ ମେୟର ସୁଲୋଚନା ୟାଶିର ନୱାଜ (ETV Bharat Odisha)

3rd Phase Election in Odisha: ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର ସମେତ ୬ଟି ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା କ୍ଷେତ୍ରରେ ଭୋଟ ପଡୁଛି । ଭୋଟରମାନେ ଉତ୍ସାହର ସହ ବୁଥରେ ପହଞ୍ଚି ଭୋଟ ଦେଉଥିବାବେଳେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ହେଭିୱେଟ ନେତାମାନେ ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କଂଗ୍ରେସ ସାଂସଦ ପ୍ରାର୍ଥୀ ୟାଶିର ନୱାଜ ଦେଇଛନ୍ତି ଭୋଟ ।

ଭୋଟ ଦେଲେ ସୁଲୋଚନା: ଭୁବନେଶ୍ବର ମେୟର ସୁଲୋଚନା ଦାସ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ପାୱାର ହାଉସ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡାହୋଇ ଯାଇ ଭୋଟ ଦେଇଛନ୍ତି । ପରିବାର ସହ ଆସି ଭୋଟ ଦେଇଛନ୍ତି ସୁଲୋଚନା । ଭୋଟ ଦେଇସାରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ମୁଁ ଆଜି ମତଦାନ କରି ଖୁସି ଅଛି, ଗର୍ବିତ ଅନୁଭବ କରୁଛି । ଭୁବନେଶ୍ବରର ସମସ୍ତ ନାଗରିକଙ୍କୁ ମଧ୍ୟ ଅନୁରୋଧ କରୁଛି, ଆସନ୍ତୁ ଆଉ ନିଜର ମତଦାନ କରି ନିଜ ପସନ୍ଦର ପ୍ରାର୍ଥୀକୁ ଚୟନ କରିଯାଆନ୍ତୁ । କାରଣ ଭୁବନେଶ୍ବରରେ ବହୁତ କମ ମତଦାନ ଗତଥର ହୋଇଥିଲା । ଏଥର ମୁଁ ଅନୁରୋଧ କରୁଛି ଆପଣମାନେ ବହୁ ସଂଖ୍ୟାରେ ଆସନ୍ତୁ ଓ ମତଦାନ କରନ୍ତୁ । କାରଣ ଗୋଟିଏ ଥର ମତଦାନ କଲେ ପୁଣି ୫ ବର୍ଷ ଯାଏଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ।" ତେଣୁ ସମସ୍ତେ ଆସନ୍ତୁ ଓ ଏହି ଗଣତନ୍ତ୍ରର ଅଧିକାରକୁ ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ଅଟୋରେ ଯାଇ ଭୋଟ ଦେଲେ ଭିକେ ପାଣ୍ଡିଆନ, ଏତିକି ଟଙ୍କା ଗଣିଲେ ଭଡ଼ା - VK Pandian casts vote

ୟାଶିର ନୱାଜଙ୍କ ମତଦାନ: ସେହିଭଳି ଭୁବନେଶ୍ବର ଲୋକସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ୟାଶିର ନୱାଜ ଏକାମ୍ର ନିର୍ବାଚନ ମଣ୍ଡଳୀ ଯଦୁପୁର ୟୁପି ସ୍କୁଲରେ ପହଞ୍ଚି ନିଜର ମତଦାନ କରିଛନ୍ତି । ସେହିପରି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ମଧ୍ୟ ଏକାମ୍ର ଭୁବନେଶ୍ବର ଗୋସାଗରେଶ୍ବର ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.