ETV Bharat / state

ରାଜ୍ୟର ପ୍ରଥମ କ୍ୟାଡେଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ - CADAVERIC LIVER TRANSPLANT

author img

By ETV Bharat Odisha Team

Published : May 4, 2024, 10:42 PM IST

Updated : May 5, 2024, 11:50 AM IST

First Cadaveric Liver Transplant: ଉତ୍କଳ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲ ଦ୍ବାରା ମିଳିତ ପ୍ରୟାସରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ । ଯକୃତ ପ୍ରତିରୋପଣ କରି ଏକ ପ୍ରାରମ୍ଭିକ ଭିତ୍ତିଭୂମି ସୃଷ୍ଟି କରିଛି ଉତ୍କଳ ହସ୍ପିଟାଲ । ଅଧିକ ପଢ଼ନ୍ତୁ

ରାଜ୍ୟର ପ୍ରଥମ କ୍ୟାଡେଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ
ରାଜ୍ୟର ପ୍ରଥମ କ୍ୟାଡେଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ (ETV BHARAT ODISHA)

ରାଜ୍ୟର ପ୍ରଥମ କ୍ୟାଡେଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ (Etv Bharat Odisha)

ଭୁବନେଶ୍ବର: ଉତ୍କଳ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲ ଦ୍ବାରା ମିଳିତ ପ୍ରୟାସରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଛି । ଯକୃତ ପ୍ରତିରୋପଣ କରି ଏକ ପ୍ରାରମ୍ଭିକ ଭିତ୍ତିଭୂମି ସୃଷ୍ଟି କରିଛି ଉତ୍କଳ ହସ୍ପିଟାଲ । ଏପ୍ରିଲ ୧୭ ତାରିଖରେ ଏହି ଐତିହାସିକ ଅସ୍ତ୍ରୋପଚାର ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଛି । ଯାହାକି ରୋଗୀମାନଙ୍କ ପାଇଁ ଉନ୍ନତ ଯକୃତ ପ୍ରତିରୋପଣ କ୍ଷେତ୍ରରେ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ ହୋଇଛି ।

ଉଚ୍ଚ କୁଶଳୀ ଡାକ୍ତରମାନଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାରକୁ ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ ଏବଂ ଡକ୍ଟର ସଲିଲ କୁମାର ପରିଡ଼ା, ସିନିୟର୍ କଂସଲଟାଣ୍ଟ ଏଚ୍‌ପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଉତ୍କଳ ହସ୍ପିଟାଲ୍ ସହିତ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡକ୍ଟର ପି ବାଲଚନ୍ଦ୍ରନ ମେନନ, ଡକ୍ଟର ଶକ୍ତି ସ୍ବରୂପ ଏବଂ ଅନ୍ୟାନ ଡାକ୍ତରୀ ଦଳ ସଫଳତାର ସହ କରିଥିଲେ । ଲିଭର ସିରୋସିସ୍ ରୋଗରେ ପୀଡିତ ସୋନପୁରର ୪୧ ବର୍ଷୀୟ ଶରତ ପ୍ରଧାନଙ୍କର ଏହି ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ପୁନରୁଦ୍ଧାର ଦିଗରେ ତାଙ୍କର ଚିକିତ୍ସା ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଏନେଇ ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ କହିଛନ୍ତି, "ଏହି ସଫଳତା ଡାକ୍ତରୀ ଉତ୍କର୍ଷର ସୀମାକୁ ଆହୁରି ବୃଦ୍ଧି କରାଇବା ପାଇଁ ଆମର ଉତ୍ସର୍ଗୀକୃତତାକୁ ଦର୍ଶାଇଛି । ଆମର ରୋଗୀଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ଆମର ମିଶନକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।"

ଡକ୍ଟର ପି ବାଲକ୍ରିଷ୍ଣନ୍ ମେନନ୍ ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ଏବଂ ଏଆଇଜି ହସ୍ପିଟାଲ୍ ହାଇଦ୍ରାବାଦ ମଧ୍ୟରେ ନିରନ୍ତର ସହଯୋଗକୁ ପ୍ରଶଂସା କରି କହିଛନ୍ତି, "ଏହି ଅସ୍ତ୍ରୋପଚାରର ସଫଳ ଫଳାଫଳ ଆମର ଡାକ୍ତରୀ ଦଳର ସମନ୍ବିତ ପ୍ରୟାସକୁ ପ୍ରତିଫଳିତ କରିଛି । ନୂତନତ୍ବ ଏବଂ ସହଯୋଗ ମାଧ୍ୟମରେ ସ୍ବାସ୍ଥ୍ୟସେବାକୁ ଅଗ୍ରଗତି କରିବା ପାଇଁ ଆମର ସହଭାଗୀ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଉତ୍କଳ ହସ୍ପିଟାଲରେ ସଫଳ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣ ଓଡିଶାରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀରେ ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ଚିହ୍ନିତ କରିଛି । ରୋଗୀ ସେବା ଏବଂ ଚିକିତ୍ସା ଉତ୍କର୍ଷ ପାଇଁ ତାର ନିରନ୍ତର ଉତ୍ସର୍ଗର ପ୍ରମାଣ ଦେଇପାରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ଔଷଧ ଦୋକାନୀଙ୍କୁ ଝଟକା, ହସ୍ପିଟାଲ ପରିସରରେ ଖୋଲି ପାରିବେନି ଦୋକାନ - Campus medicine stores

ଏହି ସଫଳତାକୁ ଦୃଷ୍ଟିରେ ରଖି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଶିଷ ଚନ୍ଦ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉତ୍କଳ ହସ୍ପିଟାଲର ଚିକିତ୍ସା ସେବା ନିର୍ଦ୍ଦେଶକ ଡକ୍ଟର ଆର୍‌କେ ମହାପାତ୍ର, ଏଚ୍‌ପିବି, ଜିଆଇ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ସତ୍ୟପ୍ରକାଶ ରାୟ ଚୌଧୁରୀ ଏବଂ ଡାକ୍ତର ସଲିଲ ପରିଡା, ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିଜୟ କୁମାର ମିଶ୍ର, ଏଆଇଜି ହସ୍ପିଟାଲ, ହାଇଦ୍ରାବାଦର ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ନିର୍ଦ୍ଦେଶକ ଡାକ୍ତର ପି ବାଲକ୍ରିଷ୍ଣନ ମେନନ୍ ଏବଂ ଏଆଇଜି ହସ୍ପିଟାଲ ହାଇଦ୍ରାବାଦର ଉପସଭାପତି ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 5, 2024, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.