ETV Bharat / state

ଆସନ୍ତା 19ରେ ଫଗୁ ଉତ୍ସବ, ଚଳଚଞ୍ଚଳ ଶ୍ରୀମନ୍ଦିର

author img

By ETV Bharat Odisha Team

Published : Mar 14, 2024, 9:08 PM IST

ଆସନ୍ତା 19 ତାରିଖରେ ଫଗୁ ଉତ୍ସବ
ଆସନ୍ତା 19 ତାରିଖରେ ଫଗୁ ଉତ୍ସବ

Fagu Utsav in Jagannath Temple: ଆସନ୍ତା 19 ତାରିଖରେ ପାଳନ ହେବାକୁ ଯାଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଫଗୁ ଉତ୍ସବ । ନୂଆ ରୂପରେ ଝଲସୁଛି ଶ୍ରୀମନ୍ଦିର ନିକଟରେ ଥିବା ମହାପ୍ରଭୁଙ୍କ ଦୋଳବେଦୀ । ଅଧିକ ପଢ଼ନ୍ତୁ,

ଆସନ୍ତା 19 ତାରିଖରେ ଫଗୁ ଉତ୍ସବ

ପୁରୀ: ଆସନ୍ତା 19 ତାରିଖରେ ପାଳନ ହେବାକୁ ଯାଉଛି ମହାପ୍ରଭୁ ପ୍ରସିଦ୍ଧ ଫଗୁ ଉତ୍ସବ । ନୂଆ ରୂପରେ ଝଲସୁଛି ଶ୍ରୀମନ୍ଦିର ନିକଟରେ ଥିବା ମହାପ୍ରଭୁଙ୍କ ଦୋଳବେଦୀ । ଖଣ୍ଡେଲାଇଟ୍ ପଥରରେ ନିର୍ମିତ କାରୁକାର୍ଯ୍ୟ ଦୋଳବେଦୀକୁ ଅଧିକ ଆକର୍ଷଣୀୟ କରିଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସହିତ ମହାପ୍ରଭୁଙ୍କ ଦୋଳବେଦୀକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଇ ନୂଆରୂପ ଦିଆଯାଇଛି। ତେବେ ଦୋଳ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ।

ଦୋଳବେଦୀର ବିସ୍ତୀର୍ଣ୍ଣ ଚଟାଣ ଭାଙ୍ଗିରୁଜି ଯାଇଥିବାବେଳେ ଏହା ଉପରେ ଖଣ୍ଡେଲାଇଟ୍ ପଥର ବିଛା ଯାଇଛି। ସେହିପରି ଦୋଳବେଦୀର ବାହ୍ୟ କାନ୍ଥକୁ ମଧ୍ୟ ଖଣ୍ଡେଲାଇଟ୍ ପଥରରେ ନୂଆକରି ନିର୍ମାଣ କରାଯାଇଛି। ପୁରୁଣା ପାଚେରୀରୁ କଢ଼ା ଯାଇଥିବା ପୁରୁଣା ମୂର୍ତ୍ତି ଗୁଡ଼ିକୁ ପୁନଃ ସ୍ଥାପନା କରାଯାଉଛି। ଆସନ୍ତା ୧୯ ତାରିଖ ଫଗୁ ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀରେ ବିଜେ କରି ଦୋଳି ଖେଳିବା ସହ ଫଗୁ ମଧ୍ୟ ଖେଳିବେ। ଏଣୁ ୧୮ ତାରିଖ ପୂର୍ବରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଟାଟା ଓ ଓବିସିସିକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଫଗୁ ଦଶମୀ ଦିନ ମହାପ୍ରଭୁ ପଞ୍ଚୁପାଣ୍ଡବଙ୍କ ସହ ଆସି ଦୋଳବେଦୀ ଚତୁପାର୍ଶ୍ବରେ ୭ ଥର ପରିକ୍ରମା କରିବା ପରେ ଦକ୍ଷିଣାମୁଖୀ ହୋଇ ଦୋଳିରେ ବିଜେ କରି ଫଗୁ ଖେଳିଥାନ୍ତି।

ଏହା ମଧ୍ୟ ପଢ଼ନ୍ତୁ.... ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କଲ୍ୟାଣ ଯୋଜନା, ସେବାୟତଙ୍କ ସ୍ୱାଗତ

ଏହା ମଧ୍ୟ ପଢ଼ନ୍ତୁ.... ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ! ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ

ତେବେ ପୁରାଣରେ ବର୍ଣ୍ଣନା ଅନୁଯାୟୀ, ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ। ଏଣୁ ଆଉ ମାତ୍ର କେଇଦିନ ପରେ ଫଗୁ ଉତ୍ସବ ପାଳନ ହେବାକୁ ଥିବାବେଳେ ଏଥିପାଇଁ ଚଳଚଞ୍ଚଳ ହୋଇ ପଡିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ସହ ଫଗୁ ଖେଳିବା ପାଇଁ ଭକ୍ତ ଆବେଗର ସହ ଅପେକ୍ଷା କରିଛନ୍ତି। ସେପଟେ ଖୁବଶୀଘ୍ର କିଭଳି ଦୋଳବେଦୀର ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି ସେନେଇ ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଦୋଳବେଦୀରେ ବର୍ଷା ପାଣି ଯେଭଳି ନରହିବ ସେଥିଲାଗି ସ୍ଲୋପିଙ୍ଗ ସଦୃଶ ପଥର ଖଞ୍ଜା ଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଦୋଳବେଦୀର ପୁନରୁଦ୍ଧାର କରାଯାଇ ନୂତନ ରୂପ ଦିଆ ଯାଉଥିବାରୁ ଶ୍ରୀମନ୍ଦିର ପରମ୍ପରା ଆଧାରରେ ଦୋଳବେଦୀର ସଂସ୍କାର କରାଯିବ। ଏହାପରେ ମହାପ୍ରଭୁଙ୍କର ଫଗୁ ଉତ୍ସବ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସେବାୟତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.