ETV Bharat / state

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କଲ୍ୟାଣ ଯୋଜନା, ସେବାୟତଙ୍କ ସ୍ୱାଗତ

author img

By ETV Bharat Odisha Team

Published : Mar 14, 2024, 3:07 PM IST

Various Welfare Schemes For Sri Mandira Servitors: ମୁଖ୍ୟମନ୍ତ୍ରୀ ପୁରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ

Various Welfare Schemes
Various Welfare Schemes

Various Welfare Schemes

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସେବାୟତଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ସ୍ବତନ୍ତ୍ର ଅନୁଦାନକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନେକ ଥର ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ସେବାୟତମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ସେବାୟତଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ସେବାୟତଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ୧୦ କୋଟି ୮୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଆର୍ଥିକ ଅନୁଦାନ ରାଶି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ପୂର୍ବରୁ ସେବାୟତ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କା ଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଗୁରୁତର ରୋଗ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅତିରିକ୍ତ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ମଧ୍ୟ ଘୋଷଣା କରାଯାଇଛି। ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ କୋଚିଂ ପାଇଁ ତଥା ନିଟ୍, ଜେଇଇ ଏବଂ ସିଭିଲ ସର୍ଭିସ ପରୀକ୍ଷା କୋଚିଂ ପାଇଁ ବର୍ଷକୁ ୫୦ ହଜାର ଟଙ୍କା ସର୍ବାଧିକ 3ଥର ଆର୍ଥିକ ଅନୁଦାନ ଦିଆଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସେବାୟତଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଭତ୍ତାର ମଧ୍ୟ ବୃଦ୍ଧି କରାଯାଇଛି । ସେବାୟତଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ସ୍ବତନ୍ତ୍ର ଅନୁଦାନକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆର୍ଥିକ ଶୋଷଣ ! ଭିଡ଼ର ଫାଇଦା ନେଉଛନ୍ତି ମୁଷ୍ଟିମେୟ ସେବାୟତ

ସେପଟେ ସେବାୟତଙ୍କୁ ସ୍ବତନ୍ତ୍ର ଆବାସ ଗୃହ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। କେତେକ ଆଇନଗତ ସମସ୍ୟା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ। ଏହାକୁ ନେଇ କୋର୍ଟରେ ଚାଲିଥିବା ମାମଲାକୁ କିଭଳି ଶିଘ୍ର ସମାଧାନ କରାଯାଇପାରିବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ଶ୍ରୀମନ୍ଦିରର ବିଭିନ୍ନ ଉନ୍ନତି ସହିତ ସେବାୟତଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆର୍ଥିକ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ସେବାୟତମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶ୍ଚିତ ଆଶୀର୍ବାଦ ପ୍ରଦାନ କରି ଆଗାମୀ ଦିନରେ ଆହୁରି ସଫଳ କରାଇବେ ବୋଲି ସେବାୟତମାନେ ଆଶା ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.