ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

author img

By ETV Bharat Odisha Team

Published : Jan 24, 2024, 3:28 PM IST

Man killed wife in bhadrak
Man killed wife in bhadrak

Man killed wife in bhadrak: ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡ଼ାରେ ସ୍ବାମୀର ଭୁଜାଲି ମାଡ଼ରେ ସ୍ତ୍ରୀ ମୃତ । ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଭୁଜାଲି ମାଡରେ ସ୍ତ୍ରୀ ମୃତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଅନ୍ତର୍ଗତ କୋଟାଲ ମହଲା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ନାମ ରୁନୁ ବିବି ବୋଲି ଜଣାପଡିଛି ।

ସୂଚନା ମୁତାବକ, କୌଣସି କାରଣରୁ ଦୀର୍ଘ ଦିନ ଧରି ବହୁଦରଡ଼ା ପଞ୍ଚାୟତ କୋଟାଲ ମହଲା ଗାଁ ର ସେକ୍ ମୋଜାଲ ହୋସେନ ଏବଂ ତାଙ୍କ ସ୍ତ୍ରୀ ରୁନୁ ବିବିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏନେଇ ମୋଜାଲ ତାଙ୍କ ସ୍ତ୍ରୀ ରୁନୁ ବିବିଙ୍କୁ ମାଡ ମାରିବା ସହ ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଏନେଇ ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ପୁନର୍ବାର କୌଣସି କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମୀ ମୋଜାଲ ଏକ ଭୁଜାଲିରେ ରୁନୁ ବିବିଙ୍କ ପେଟକୁ ଭୁଷି ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ରୁନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ରୁନୁଙ୍କ ମୃତ ହୋଇଥିଲା। ତେବେ ଏନେଇ ହତ୍ୟାକାଣ୍ଡରେ ସଂପୃକ୍ତ ସ୍ବାମୀଙ୍କୁ ଗିରଫ କରିବାକୁ ରୁନୁ ବିବିଙ୍କ ପରିବାର ଦାବି କରିଛନ୍ତି । ଅପରପକ୍ଷେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ ହୋଇଛି । ହେଲେ ଏହି ହତ୍ୟାକାଣ୍ଡ ଘଟାଇ ଥିବା ଅଭିଯୁକ୍ତ ସ୍ଵାମୀ ସେକ୍ ମୋଜାଲ ହୋସେନ ଏବେ ଫେରାର୍ ହୋଇଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ଉଗ୍ରରୂପ ନେଲା ପାରିବାରିକ କଳହ, ବଡ ଭାଇର ଛୁରାମାଡରେ ସାନ ଭାଇ ଗୁରୁତର

ଏନେଇ ମହିଳାଙ୍କ ସମ୍ପର୍କୀୟ ଭାଇ ସେକ୍ ଅଫସର୍ ଅଲ୍ଲି କହିଛନ୍ତି ଯେ,'ବିଗତ ୭ ବର୍ଷ ଧରି ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ମଝିରେ ଥରେ ତାକୁ ହତ୍ୟା ଉଦ୍ୟମ କରିଥିଲା । ଏନେଇ ଆମେ ତାକୁ ଥାନାକୁ ନେଇ ଗଲୁ ତା ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ହେଲେ ପୋଲିସ ପରେ ତାଙ୍କୁ ଛାଡି ଦେଇଥିଲା । ଏହାପରେ ତାଙ୍କ ଭିତରେ କଳହ ପୁଣି ଲାଗି ରହିଥିବା ବେଳେ ଆଜି ରୁନୁ ବିବିକୁ ହତ୍ୟା କରିଛି । ତେଣୁ ଅଭିଯୁକ୍ତ ଗିରଫ ହେବା ନେଇ ଆମେ ଦାବି କରୁଛୁ।'

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.