ETV Bharat / state

ନକଲି NCERT ବହି ଗୋଦାମ ଠାବ, ଗୌହ୍ୱାଟୀ ପରେ ଭୁବନେଶ୍ୱରରେ ବଡ଼ ରେଡ୍ - Fake Book Seized

author img

By ETV Bharat Odisha Team

Published : May 4, 2024, 10:28 PM IST

Updated : May 5, 2024, 11:10 AM IST

Fake Book Seized
Fake Book Seized(Etv Bharat Odisha)

Fake Book Seized: ଭୁବନେଶ୍ୱର ନକଲି ବହି ବିକ୍ରି ଗୋଦାମରେ ଚଢାଉ କରିଛି ପୋଲିସ । ଏହାର କନେକ୍ସନରେ ଥିବା ଅନ୍ୟ ଗୋଦାମ ଓ ବୁକ୍ ଷ୍ଟୋରରେ ମଧ୍ୟ ଚଢାଉ ହୋଇଛି । ଅଧିକ ପଢନ୍ତୁ

Fake Book Seized (Etv Bharat Odisha)

ଭୁବନେଶ୍ବର: ବଜାରରେ ବିକ୍ରି ହେଉଛି NCERT ବହି । ଭୁବନେଶ୍ୱର ନକଲି ବହି ଗୋଦାମରେ ଚଢାଉ କରିଛି ପୋଲିସ । ସୂଚନା ଅନୁସାରେ, ବଡ଼ଗଡ଼ ଥାନା ଅଞ୍ଚଳର ରବି ଟକିଜ ଛକ ପାଖରେ ଏହି ଗୋଦାମ ଠାବ ହୋଇଛି । ଯେଉଁଠି ଜବତ ହୋଇଛି ନକଲି NCERTର ପୁଳା ପୁଳା ବହି । ଯାହାର ଖବର ପାଇବା ପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ୱର ଡିସିପି କହିଛନ୍ତି, "ଏନେଇ ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି କିଛି ବୁକ୍ ଷ୍ଟୋରରୁ ଧୀରେ ଧୀରେ ଏହାର ଗୋଦାମ ଠାବ ହୋଇଛି । ଯେଉଁଠି କପିରାଇଟସ ଉଲ୍ଲଙ୍ଘନ କରି ଏହି ସବୁ ବହିର ଅବିକଳ ନକଲି ବହିକୁ ବଜାରରେ ବିକ୍ରି କରୁଥିଲେ । ପୋଲିସ ଏହି ଗୋଦାମ ଠାବ କରିବା ସହ ଏହାର କନେକ୍ସନରେ ଥିବା ଅନ୍ୟ ଗୋଦାମ ଓ ବୁକ୍ ଷ୍ଟୋରରେ ମଧ୍ୟ ଚଢାଉ ହୋଇଛି ।"

ଡିସିପିଙ୍କ ସୂଚନା ମୁତାବକ, ରେଡ୍ ବେଳେ ନକଲି ବହି ଜବତ କରାଯାଇଛି । ଯେଉଁଥିରେ ପ୍ରଥମରୁ ଦ୍ଵାଦଶ ପର୍ଯ୍ୟନ୍ତ ବହି ସବୁ ରହିଛି । ଯେଉଁ ବହିଗୁଡିକରେ NCERTର ଲୋଗୋ ନାହିଁ । ଏପରିକି ବହିର ପେପର କ୍ବାଲିଟି ପୁରା ଖରାପ, ଯାହାକି ଅସଲି ବହି ଠାରୁ ଭିନ୍ନ । କେବଳ ବହିର ଡିଜାଇନ୍ ଓ ପବ୍ଲିସର ସମାନ କରି ଏପରି ନକଲ କରି ବହି ବିକ୍ରି ହେଉଥିବା ଚଢାଉ ବେଳେ ଜଣାପଡିଛି । ଏପରିକି କିଛି ବହି ନୂତନ NAPA 20ର ସିଲାବସ ଆଧାରରେ ମଧ୍ୟ ବହିକୁ ମଧ୍ୟ ଠାବ କରାଯାଇଛି । ଯାହାକି ସରକାରୀ ଭାବେ ଏଭଳି ବହି ଓଡ଼ିଶା ପଠାଯାଇନାହିଁ ।

NCERTର ଇଷ୍ଟର୍ଣ୍ଣ ଜୋନ ସର୍କୁଲେସନ ଦାୟିତ୍ବରେ ଥିବା ଆର କେ ଦ୍ବିବେଦୀ କହିଛନ୍ତି, "ପୂର୍ବରୁ ଗୌହ୍ୱାଟୀରେ ଏକ ରେଡ୍ ହୋଇଥିଲା । ପରେ ଓଡ଼ିଶାରେ ଏଭଳି ରେଡ୍ ହୋଇଛି । ଏସବୁ ବହି ପାଇଁ ସରକାରୀ ରାଜସ୍ବ ହାନି ହେଉଥିଲା । ଅର୍ଥାତ୍ ସରକାରୀ ପବ୍ଲିସର ଦ୍ବାରା ଯେଉଁ କ୍ବାଲିଟିର ବହି ବଜାରରେ ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ସେହି ବହିର ନକଲ କରି ସମାନ ଦାମରେ ବିକ୍ରି କରାଯାଉଥିଲା । ଯାହର ପେପର କ୍ବାଲିଟି ଖରାପ ଓ ଲୋଗୋ‌ ରହିନଥିଲା ।"

ଏହା ବି ପଢନ୍ତୁ...ଅବକାରୀ ବିଭାଗର ଚଢ଼ାଉ, ପାରାଦ୍ୱୀପରେ ନକଲି ମଦ କାରଖାନା ଠାବ - LIQUOR SEIZED

ଏପରିକି ଇଷ୍ଟର୍ଣ୍ଣ ଜୋନର ଯେଉଁ ସରକାରୀ ଭେଣ୍ଡର ରହିଛନ୍ତି, ସେମାନଙ୍କ ପାଖରେ ବିକ୍ରି କମ ହେଲା । ପୂର୍ବ ବର୍ଷ ପରି ସର୍କୁଲେସନ କମ ରହିଲା । ଏପରିକି କିଛି ଶିକ୍ଷକ ନକଲି ବହି ବିକ୍ରି ହେଉଥିବା ନେଇ ଅଭିଯୋଗ କରିବା ପରେ ଏହି ରାକେଟକୁ ଧରିବା ପାଇଁ ପୋଲିସ ସହାୟତାରେ ରେଡ ଜାରି ରହିଛି । ଏନେଇ ଗୌହ୍ବାଟୀରେ ଅଧିକାଂଶ ନକଲ ବହି ଠାବ ହୋଇଛି ।

ସେହିପରି NCERTର ଆର ଏନ୍ ତ୍ରିପାଠୀ କହିଛନ୍ତି, "ଏହି ନକଲି ବହିରେ ଯେଉଁ ଲୋଗୋ ଥାଏ ତାହା ଅସଲି ବହିଠୁ ଭିନ୍ନ । ଅସଲି ବହିରେ ଯେପରି ଅଏଲ ପ୍ରିଣ୍ଟ ଥାଏ ସେପରି ଏହି ସବୁ ବହିରେ ସେଭଳି ଲୋଗୋ ନାହିଁ । ସରକାରୀ ଭାବେ ୨୦ଟି ଭେଣ୍ଡର ଯେଉଁମାନଙ୍କ ପାଖରେ ବିକ୍ରି ପାଇଁ ଅନୁମତି ଅଛି ସେମାନଙ୍କ ପାଖରେ ବିକ୍ରି କମ ହେବା ପରେ ସେମାନେ ଏନେଇ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଏଭଳି ଧରପଗଡ଼ କରାଯାଉଛି । ଏଭଳି ରାକେଟରେ ଅଧିକାଂଶ ବୁକ୍ ଷ୍ଟୋର ମଧ୍ୟ ସାମିଲ ଅଛନ୍ତି । ସେହିପରି ଅରିଜିନାଲ ବହିର ଜେରକ୍ସ ଭଳି ଅବିକଳ ନକଲ କରି ମଧ୍ୟ ବଜାରରେ ବିକ୍ରି କରି କମ ଖର୍ଚ୍ଚରେ ଅଧିକ ମୁନାଫା କମାଇବା ପାଇଁ ରାକେଟ ଚାଲିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :May 5, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.