ETV Bharat / state

ନୂଆ ନେତା ସୃଷ୍ଟିରେ ଅସମର୍ଥ; ଜେଲ ଫେରନ୍ତାଙ୍କ ପିଠି ଥାପୁଡାଉଛନ୍ତି ବିଜେପି ନେତା: ବିଜେଡି

author img

By ETV Bharat Odisha Team

Published : Feb 29, 2024, 9:15 PM IST

ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି

Lenin Mohanty On BJP Mishran Parva: ବିଜେପିରେ ଆଜି ବିଧିବଦ୍ଧ ସାମିଲ ହୋଇଛନ୍ତି ବିଜେଡିରୁ ବହିଷ୍କୃତ ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତ ନୂଆ ଦଳରେ ସାମିଲ ହେବା ପରେ ଜୋରଦାର ଟାର୍ଗେଟ କରିଛି ବିଜେଡି । ଅଧିକ ପଢନ୍ତୁ

ନୂଆ ନେତା ସୃଷ୍ଟିରେ ଅସମର୍ଥ; ଜେଲ ଫେରନ୍ତାଙ୍କ ପିଠି ଥାପୁଡାଉଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ବର: ବିଜେପିରେ ଆଜି ବିଧିବଦ୍ଧ ସାମିଲ ହୋଇଛନ୍ତି ବିଜେଡିରୁ ବହିଷ୍କୃତ ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତ ନୂଆ ଦଳରେ ସାମିଲ ହେବା ପରେ ଜୋରଦାର ଟାର୍ଗେଟ କରିଛି ବିଜେଡି । ବିଜେପି ଓ ବିଜେପିର ବରିଷ୍ଠ ନେତାଙ୍କୁ ଆଇନା ଦେଖାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ନୂଆ ନେତା ସୃଷ୍ଟିରେ ଅସମର୍ଥ ହୋଇ ଦଳୀୟ କର୍ମୀଙ୍କ ଉପରେ ଗାଡି ଚଢାଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କୋଳେଇ ନେଇଛି ବୋଲି ଲେନିନ କହିଛନ୍ତି ।

  • " class="align-text-top noRightClick twitterSection" data="">

ଅଧିକ ପଢନ୍ତୁ- ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘‘ପ୍ରଶାନ୍ତ ଜଗଦେବ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ଏହା ସହ ୨ଟି ଅପରାଧିକ ମାମଲାରେ ସେ ଜେଲ ଯାଇଥିଲେ । ଯାହାଙ୍କ ବିରୁଦ୍ଧରେ ଓଡିଶା ବିଜେପିର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ । ଆଜି ସେହିପରି ଜଣେ ନେତାଙ୍କ ଗଳାରେ ଦଳୀୟ ଉତ୍ତରୀୟ ପକାଇ ସ୍ୱାଗତ କରିଛନ୍ତି । ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ।’’

ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ଅପରାଧିକ କାର୍ଯ୍ୟକଳାପକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ । ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ ପରେ ବହିଷ୍କାର ମଧ୍ୟ କରିଥିଲା । ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଯେଉଁମାନଙ୍କୁ ଦଳରୁ ବାହାରର ରାସ୍ତା ଦେଖାଉଛି, ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି । ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ନେତା ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ । ନିଜ କର୍ମୀଙ୍କୁ ଏବେ କଣ ଉତ୍ତର ଦେବେ ? ଯେଉଁ ବିଜେପି କର୍ମୀଙ୍କ ଉପରେ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଦେଇଥିଲେ, ତାଙ୍କୁ କିଭଳି ମୁହଁ ଦେଖାଇବେ ? ଓଡିଶା ବିଜେପି କର୍ମୀଙ୍କ ଉପରେ ଆଜି ଦୟା ଆସୁଛି । ଯେଉଁମାନେ ଦଳ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି ।

ପୃଥ୍ବୀରାଜ ହରିଚନ୍ଦନଙ୍କ ପାଇଁ ଓଡିଶା ବିଜେପି କର୍ମୀ ବଦମାସ ପ୍ରଶାନ୍ତ ଜଗଦେବଙ୍କ ସହ ଲଢେଇ କରୁଥିଲେ । ଏବେ ସେମାନେ କରିବେ କଣ ? ପୃଥୀରାଜ ହରିଚନ୍ଦନ, ପ୍ରଶାନ୍ତ ଜଗଦେବଙ୍କ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ରାଜ୍ୟ ରାଜନୀତିରେ ଲଜ୍ଜିତ ହୋଇଥିଲେ । ହାରୁ ନେତାର ଷ୍ଟାମ୍ପ ଯାହାଙ୍କ ଦେହରେ ବାଜିଥିଲା । ସେ ଆଜିର ମିଶ୍ରଣ ପର୍ବ ନେଇ ନିଜ କର୍ମୀଙ୍କୁ ଜବାବ ଦେଇପାରିବେ ତ ? ନୂଆ ନେତା ସୃଷ୍ଟି କରିବାକୁ ଓଡିଶା ବିଜେପି ଅସମର୍ଥ । ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୁଣ୍ଡା, ବଦମାସ, ଅପରାଧିକ, ଜନବିରୋଧୀ ଓ ତଡାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.