ETV Bharat / state

ବେଗୁନିଆରେ ବିପୁଳ ପରିମାଣର ଦେଶୀ ମଦ ଜବତ, ଡ୍ରାଇଭର ଗିରଫ - Liquors Seized in Begunia

author img

By ETV Bharat Odisha Team

Published : Apr 21, 2024, 10:09 PM IST

ବେଗୁନିଆରେ ବିପୁଳ ପରିମାଣର ଦେଶୀ ମଦ ଜବତ, ଡ୍ରାଇଭରକୁ ଗିରଫ
ବେଗୁନିଆରେ ବିପୁଳ ପରିମାଣର ଦେଶୀ ମଦ ଜବତ, ଡ୍ରାଇଭରକୁ ଗିରଫ

Liquors Seized in Begunia: ଆଜି ଅବକାରୀ ବିଭାଗ ବେଗୁନିଆ ଠାରେ ୭୭୦ ଲିଟର ଦେଶୀ ମଦ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ଅବକାରୀ ଟିମ ହାତରେ ଧରା ପଡିଛି । ଅଧିକ ପଢନ୍ତୁ

ବେଗୁନିଆରେ ବିପୁଳ ପରିମାଣର ଦେଶୀ ମଦ ଜବତ, ଡ୍ରାଇଭରକୁ ଗିରଫ

ଖୋର୍ଦ୍ଧା: ନିର୍ବାଚନ ପୂର୍ବରୁ ଧରାପଡିଛି ବିପୁଳ ପରିମାଣର ଦେଶୀ ମଦ । ଜିଲ୍ଲାପାଳ ଓ କମିଶନରଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏହାକୁ ଜବତ କରିଛନ୍ତି । ସୂଚନା ଅନୁଯାୟୀ ଆଜି ବିଶେଷ ସୂତ୍ରରୁ ଖବର ପାଇ କଳାପଥର ଠାରେ ବେଗୁନିଆ ଅବକାରୀ ଅଧିକାରୀ ଏନ ଜାଗିନ ରାଓ ସଦଳବଳେ ଛକି ବସିଥିଲେ । ସେହି ସମୟରେ ଏକ ବୋଲୋରୋ ପିକଅପ୍ ଓଡ଼ି ୩୩ଏସି ୯୮୮୭ରେ ୨୨ଟି ୩୫ ଲିଟର ଜାରକିନିରେ ମୋଟ ୭୭୦ ଲିଟର ଦେଶୀ ମଦ ଯାଉଥିବା ବେଳେ କଳାପଥର ଠାରୁ ପିଛା କରିଥିଲେ । ଅବକାରୀ ଅଧିକାରୀ ଗାଡିକୁ ବଡବେରଣାରୁ କୁଶୁପଲ୍ଲା ଦେଇ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରେ ପହଁଞ୍ଚିବା ମାତ୍ରେ କାବୁ କରି ନେଇଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ଅବକାରୀ ଟିମ ହାତରେ ଧରା ପଡିଥିଲା । ଡ୍ରାଇଭର ଜଣକ ନୂଆ ତିଗିରିଆ ଅଞ୍ଚଳର ଜଗଦୀଶ ମହାନ୍ତି ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ.. ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - Duplicate Liquor Seized

ତେବେ ନିର୍ବାଚନ ପୂର୍ବରୁ ଅବକାରୀ ଥାନାମାନଙ୍କୁ ଅବକାରୀ କମିଶନର ମାଦକଦ୍ରବ୍ୟ ଚୋରାଚାଲାଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଠଗଡ଼ ଟିଗିରିଆରୁ ବିପୁଳ ରନ୍ଧା ଦେଶୀ ମଦ ବେଗୁନିଆ ଅଞ୍ଚଳକୁ ଆସୁଥିବା ପୂର୍ବରୁ ଅଭିଯୋଗ ହେଉଥିଲା । ଆଜି ଅବକାରୀ ବିଭାଗ ୭୭୦ ଲିଟର ଦେଶୀ ମଦ ଜବତ କରି ବଡ ସଫଳତା ହାସଲ କରିଛି । ଘଟଣାରେ ଡ୍ରାଇଭର ଜଗଦୀଶକୁ ଗିରଫ କରିଥିବା ଖୋର୍ଦ୍ଧା ଅବକାରୀ ଅଧିକାରୀ ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି । ଡ୍ରାଇଭର ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଦ ମାଫିଆ ନିକଟରେ ପହଁଞ୍ଚିପାରିନି ଅବକାରୀ ବିଭାଗ ।

ପ୍ରକାଶଯୋଗ୍ୟ ଯେ କଟକ ଜିଲ୍ଲା ଆଠଗଡର ତିଗିରିଆ ଅଞ୍ଚଳ ପାଲଟିଛି ଦେଶୀ ମଦ ତିଆରି କାରଖାନା । ଦେଶୀ ମଦ ଏଠାରୁ ବୋଲେରୋ, କାର ଆଦିରେ କଟକ ଜିଲ୍ଲାର ବାଙ୍କି, ତୁଳସୀପୁର,ବୈଦେଶ୍ବର ଆଦି ଅଞ୍ଚଳ ସମେତ ଗଳାବାଟ ଦେଇ ଖୋର୍ଦ୍ଧା ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲା ଅଞ୍ଚଳରେ କାରବାର ହେଉଛି । ବିପୁଳ ମାତ୍ରାରେ ଦେଶୀ ମଦ ଖୁଚୁରା ବେପାରୀଙ୍କ ନିକଟରେ ପହଞ୍ଚାଇ ଦିଆଯାଉଛି ଓ ସେମାନେ ଅନାୟସରେ ବ୍ୟବସାୟ କରୁଛନ୍ତି । ବେଗୁନିଆ ଅଞ୍ଚଳରେ ରୀତିମତ ଚୋରା ଦେଶୀ ମଦ, ଗଞ୍ଜେଇ, ବାଉନସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହି ଘଟଣା ପରେ ଅବକାରୀ ବିଭାଗ କେବେ ରୋକ ଲଗାଇବ ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.