ETV Bharat / state

ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ, ଟାର୍ଗେଟରେ ଅବକାରୀ କର୍ମଚାରୀ - LIQUOR MAFIA Attack

author img

By ETV Bharat Odisha Team

Published : Mar 24, 2024, 8:10 AM IST

Liquor mafia in Athagarh: ଆଠଗଡ଼ରେ ପୁଣି ଥରେ ମଦ ମାଫିଆଙ୍କ ଶିକାରରେ ଅବକାରୀ ବିଭାଗର ଅଧିକାରୀ । ମଦ ମାଫିଆମାନେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ,

ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ
ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ

ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ

କଟକ: ପୁଣି ଥରେ ମଦ ମାଫିଆଙ୍କ ଶିକାରରେ ଅବକାରୀ ବିଭାଗର ଅଧିକାରୀ । ମଦ ମାଫିଆମାନେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିବା ଜଣାପଡ଼ିଛି । ଏହାସହ ମଦ ମାଫିଆଙ୍କୁ ଗିରଫ କରୁଥିବା ସମୟରେ ଗ୍ରାମବାସୀମାନେ ଅବକାରୀ ଅଧିକ୍ଷକଙ୍କୁ ଅଟକ ମଧ୍ୟ ରଖିବା ସୂଚନା ମିଳିଛି । ତେବେ ଏହି ଘଟଣାଟି ଘଟିଛି ଆଠଗଡ଼ର ଖୁଣ୍ଟଣୀ ଥାନା ଅନ୍ତର୍ଗତ ଡାଳୁଆ ଗାଁରେ । ସେହି ଗାଁରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗର ଟିମ ଉପରେ ମଦ ମାଫିଆ ଆକ୍ରମଣ କରିଥିଲେ ।

ପୂର୍ବରୁ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏହାର ମୁଖ୍ୟ ଅଭିଯୁକ୍ତକୁ ଧରିବା ବେଳେ ପୋଲିସ୍ ଉପସ୍ଥିତିରେ ଦଶରୁ ଅଧିକ ଦେଶୀ ମଦ ମାଫିଆ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସେମାନେ ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ସେପଟେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟଣୀ ଥାନାରେ ଏତଲା ଦିଆଯିବା ପରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ଵାଇଁକୁ ଗିରଫ କରାଯାଇଛି । ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତର ଗିରଫ ପ୍ରତିବାଦରେ ଡାଳୁଆ ଗ୍ରାମର ମହିଳା ମାନଙ୍କ ପକ୍ଷରୁ ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଡ଼ନ୍ତୁ.... ଆଠଗଡ଼ରେ ମଦ ମାଫିଆଙ୍କ ଆତଙ୍କରାଜ, ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ପୂର୍ବରୁ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ଆଠଗଡ଼ ଅଞ୍ଚଳରେ । ଅବକାରୀ ଟିମ ଚଢ଼ାଉ ସମୟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ ଅବକାରୀ ଟିମର କର୍ମଚାରୀ । ଜଙ୍ଗଲ ମଧ୍ୟରେ ଏହି ଅପରେସନ ଚାଲିଥିଲା ବେଳେ ଲୁଚି ରହିଥିବା ମଦ ମାଫିଆ ମାନେ ଅତର୍କିତ ଆକ୍ରମଣ କରିଥିଲେ ଯାହା ଫଳରେ ଘଟଣା ସ୍ଥଳରେ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଥିଲେ ।

ତେବେ ପୂର୍ବରୁ ମଧ୍ୟ ବେଆଇନ ମଦ ରନ୍ଧା ଓ ବିକ୍ରି ସ୍ଥଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ କିଛି ମଦ ମାଫିଆ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ୩ଟି ଗାଡି ବାଡେଇ ଚୁରମାର କରିବା ସହ ଦୁଇ ଜଣ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ହେଲେ ଅଳ୍ପକେ ବଞ୍ଚି ଯାଇଥିଲେ ଅବକାରୀ କର୍ମଚାରୀ । ମଦ ମାଫିଆଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.