ETV Bharat / state

ଆଠଗଡ଼ରେ ମଦ ମାଫିଆଙ୍କ ଆତଙ୍କରାଜ, ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

author img

By

Published : Jul 28, 2023, 6:06 PM IST

କଟକ ଆଠଗଡ଼ ଜଙ୍ଗଲରେ ମଦ ରନ୍ଧା ଓ ବିକ୍ରି ସ୍ଥଳରେ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମଦ ମାଫିଆଙ୍କ ବିରୋଧରେ ଶୀଘ୍ର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । ଅଧିକ ପଢ଼ନ୍ତୁ

ମଦ ମାଫିଆଙ୍କ ଆତଙ୍କରାଜ
ମଦ ମାଫିଆଙ୍କ ଆତଙ୍କରାଜ

ମଦ ମାଫିଆଙ୍କ ଆତଙ୍କରାଜ

କଟକ: ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଘଟିଛି ଏହି ଅଘଟଣ । ବେଆଇନ ମଦ ରନ୍ଧା ଓ ବିକ୍ରି ସ୍ଥଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଆକ୍ରମଣ କରିଛନ୍ତି କିଛି ମଦ ମାଫିଆ । ଦୁର୍ବୃତ୍ତମାନେ ୩ଟି ଗାଡି ବାଡେଇ ଚୁରମାର କରିବା ସହ ଦୁଇ ଜଣ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ରାସ୍ତା କଡରେ ଗାଡ଼ି ରଖି ଜଙ୍ଗଲ ଭିତରକୁ ରେଡ୍‌ ପାଇଁ ଯାଇଥିବା ବେଳେ ଘଟିଛି ଏଭଳି ଅଭାବବୀୟ ଘଟଣା । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ସମେତ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ମଦ ମାଫିଆଙ୍କ ବିରୋଧରେ ଶୀଘ୍ର କର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ।

ସୂଚନା ଅନୁଯାୟୀ, ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଠଗଡ଼ର ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ବେଆଇନ ମଦ ରନ୍ଧା ଓ ବିକ୍ରି ଉପରେ ଚଢ଼ାଉ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ ଗାଡି ଉପରକୁ ଆକ୍ରମଣ କରିଥିଲେ କିଛି ମଦ ମାଫିଆ । ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ଅବକାରୀ ବିଭାଗର ଗୋଟିଏ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହା ସହିତ ଗାଡିରେ ଥିବା ୩ ଜଣ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବା ପାଇଁ ଚେଷ୍ଟା କରିଥିଲେ ମାଫିଆ । ହେଲେ ଅଳ୍ପକେ ବଞ୍ଚି ଯାଇଥିଲେ ଅବକାରୀ କର୍ମଚାରୀ ।

ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟରେ ମାତିଛନ୍ତି ଗଞ୍ଜେଇ ମାଫିଆ, ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ

ତେବେ ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ କହିଛନ୍ତି, "ଏହି ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରୁ ସମସ୍ତ ଦେଶୀ ମଦକୁ ଜବତ କରାଯାଇଛି । ଘଟଣା ସମ୍ପର୍କରେ ଗ୍ରାମଞ୍ଚଳ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି ।" ଖୁବ୍‌ଶୀଘ୍ର ଏହି ମଦ ମାଫିଆମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ । ତେବେ ପୂର୍ବରୁ ଅନେକ ଥର ଆଠଗଡ଼ ଜଙ୍ଗଲରେ ରେଡ୍‌ ହୋଇଛି । ହେଲେ ଏଭଳି ଘଟଣା କେବେ ଘଟିନଥିଲା । ଆଜିର ଘଟଣା ଜିଲ୍ଲା ଅବକାରୀ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣା ଘଟାଇବା ପାଇଁ ଦୁର୍ବୃତ୍ତ ମାନେ ଆଗରୁ ଯୋଜନା କରିଥିବା ଅନୁମାନ କରାଯାଉଛି । ତେବେ ଆଗମୀ ଦିନରେ ଯେତେବେଳେ ରେଡ୍‌ ହେବ, ସେତେବେଳ ବ୍ୟାପକ ପରିମାଣର ପୋଲିସ ଉକ୍ତ ସ୍ଥାନରେ ମୁତୟନ ରହିବେ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.