ETV Bharat / state

କୋରାପୁଟରେ ମାତିଛନ୍ତି ଗଞ୍ଜେଇ ମାଫିଆ, ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ

author img

By

Published : Jul 23, 2023, 9:09 AM IST

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ଅଧିକାରୀ ଆହତ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ IICଙ୍କ ସମେତ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ଅଧିକାରୀ ଆହତ
ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ଅଧିକାରୀ ଆହତ

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ଅଧିକାରୀ ଆହତ

କୋରାପୁଟ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା ବେପାରୀଙ୍କ ଉପଦ୍ରବ । ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଗଞ୍ଜେଇ ମାଫିଆ । ଗତ ଶୁକ୍ରବାର ଚଢାଉ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଅବକାରୀ IIC ଓ କନେଷ୍ଟବଳ । ଏଥିରେ ଉଭୟଙ୍କୁ ଆଘାତ ଲାଗିଛି । ଘଟଣା ଘଟିଛି କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ ।

ସୂଚନାନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତି ସମୟରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଥଲେ । ଜୟପୁର ଅବକାରୀ IICଙ୍କ ତତ୍ତ୍ବାବଧାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଗଞ୍ଜେଇ ମାଫିଆମାନେ ଅବକାରୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ଆଇଆଇସିଙ୍କ ସମେତ ଜଣେ ଗୁରୁତର ହୋଇଛନ୍ତି । ଅବକାରୀ iic ଦୁର୍ବଧଳ ବିଶ୍ୱାଳ ଏବଂ କନେଷ୍ଟବଳ ମେଘନାଥ ଶବର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ପାନ ଦୋକାନ ନାଁରେ ଚାଲିଥିଲା ଗଞ୍ଜେଇ ବ୍ୟବସାୟ, ବୋଲଡୋଜର ଚଢାଇଲା ପୋଲିସ

ଅବକାରୀ ସୁପରିଟେଣ୍ଡେଣ୍ଟ ଅରୁଣ ପାଢ଼ୀ କହିଛନ୍ତି,‘‘ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଅବକାରୀ ବିଭାଗର 10 ଜଣିଆ ଟିମ ମାଲଚାମାଲ ଜଙ୍ଗଲର ଘଡାଘାଟରେ ଚଢାଉ କରିଥିଲେ । ଏହି ସମୟରେ ଆଗରୁ ଛକି ବସିଥିବା 25 ଜଣିଆ ଗଞ୍ଜେଇ ମାଫିଆ ଖଣ୍ଡା, ଭୁଜାଲି ଭଳି ମାରଣା ଅସ୍ତ୍ର ଦ୍ଵାରା ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହାପରେ ଗଞ୍ଜେଇ ମାଫିଆମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଆକ୍ରମଣରେ iic ଦୁର୍ବଧଳ ବିଶ୍ୱାଳ ଏବଂ କନେଷ୍ଟବଳ ମେଘନାଥ ଶବର ଆହତ ହୋଇଛନ୍ତି । ଆହତ ଅଧିକାରୀଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଦୁଇ ଜଣ ସୁସ୍ଥ ରହିଛନ୍ତି । ସେମାନଙ୍କ ଚିକିତ୍ସା ଚାଲୁ ରହିଛି ।

ଏହା ବି ପଢ଼ନ୍ତୁ : କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ତେବେ ନିକଟରେ ନବରଙ୍ଗପୁର ପୋଲିସ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିଲା । ଫଳ ଗଛର ଚାରା ସହିତ ଗଞ୍ଜେଇ ବୋଝେଇ କରି ବରଗଡ଼ ଅଞ୍ଚଳରୁ ମଧ୍ୟପ୍ରଦେଶକୁ ଯାଉଥିବା ଏକ ଟ୍ରକଟିକୁ ଧରିଲା ମହାସମୁନ୍ଦ ପୋଲିସ । ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହିତ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଥିଲା ଅବକାରୀ ପୋଲିସ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.