ETV Bharat / state

କାଲିଠୁ ରାଜ୍ୟରେ ବଢିବ ତାତି, ଛୁଇଁପାରେ ୪୦ଡିଗ୍ରୀ

author img

By ETV Bharat Odisha Team

Published : Mar 10, 2024, 6:45 PM IST

ଆସନ୍ତାକାଲିଠାରୁ ରାଜ୍ୟରେ ବଢିବ ତାତି,  ଛୁଇଁପାରେ ୪୦ଡିଗ୍ରୀ
ଆସନ୍ତାକାଲିଠାରୁ ରାଜ୍ୟରେ ବଢିବ ତାତି, ଛୁଇଁପାରେ ୪୦ଡିଗ୍ରୀ

Odisha Weather Update: ରାଜ୍ୟର ପାଗରେ ପରିବର୍ତ୍ତନ । ୨୪ ଘଣ୍ଟାରେ ଖରା ବଢିବା ସହ ଅନୁଭବ ହେବ ଗୁଳୁଗୁଳି । ଆସନ୍ତା ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ହେବ ଖରା । ଅଧିକ ପଢନ୍ତୁ

ଆସନ୍ତାକାଲିଠାରୁ ରାଜ୍ୟରେ ବଢିବ ତାତି, ଛୁଇଁପାରେ ୪୦ଡିଗ୍ରୀ

ଭୁବନେଶ୍ବର: ଦୁର୍ବଳ ହୋଇଛି ଘୂର୍ଣ୍ଣିବଳୟ । ଆଗକୁ ବଢିବ ପାରଦ । ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ହାଲୁକା ବର୍ଷା ଓ ମେଘୁଆ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ପୁଣି ତାପମାତ୍ରାରେ ବୃଦ୍ଧି ହେବ ଘଟିବ । ଆସନ୍ତାକାଲିଠାରୁ ରାଜ୍ୟରେ ବଢିବ ଖରା ଏବଂ ଅନୁଭବ ହେବ ଗୁଳୁଗୁଳି । ବାୟୁମଣ୍ଡଳରେ ଶୁଷ୍କତା ବଢିବା ସହ ଟାଣ ଖରା ପାଇଁ ତାତି ବୃଦ୍ଧି ହେବ ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଜିଲ୍ଲା ଯେପରିକି ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର କନ୍ଧମାଳ ଓ କଳାହାଣ୍ଡିରେ କାଁଭାଁ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବାନୁମାନ ଅନୁଯାୟୀ ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ହେବ ଖରା । ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ଭୁବନେଶ୍ବର ଏବଂ ନୟାଗଡ଼ ଭଳି ସହରରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି ।

ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଭାବରେ ୩୪ ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୬ ରୁ ୩୭ ଡିଗ୍ରୀ ତାପମାତ୍ରା ରହିବା କଥା । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି । କିନ୍ତୁ ଆସନ୍ତାକାଲି ଠାରୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ । ଏହାର ପ୍ରଭାବରେ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ ବାଲେଶ୍ବର, ଭଦ୍ରକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ....ପୁଣି କଷ୍ଟ ଦେବ ତାତି, ୧୧ରୁ ରାଜ୍ୟରେ ପ୍ରବଳ ଖରା !

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ବେଳେ ସର୍ବାଧିକ ଗଜପତିରେ ଆର ଉଦୟଗିରିରେ ୨୪.୦ ଗଞ୍ଜାମର କୁକୁଡାହାଣ୍ଡିରେ ୬.୨ ଓ ଗଜପତି ପରଲଖେମୁଣ୍ଡିରେ ୧.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ମାଲକାନଗିରିରେ ୩୭ .୪ ଡିଗ୍ରୀ ସେଲ୍ସିୟସ ସର୍ବଚ୍ଚୋ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.