ETV Bharat / state

ରାଜା ଘର କଳି: ଭିଡିଓ ବାର୍ତ୍ତାରେ ଅଭିଯୋଗ ଆଣିଲେ ଅଦ୍ରିଜା, ଜବାବ ରଖିଲେ ଅର୍କେଶ ନାରାୟଣ - Balangir Royal Family conflict

author img

By ETV Bharat Odisha Team

Published : May 1, 2024, 10:32 PM IST

ବଲାଙ୍ଗୀର ରାଜ ପରିବାର ବିବାଦ ,ପୁଣି ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଅଦ୍ରିଜା
ବଲାଙ୍ଗୀର ରାଜ ପରିବାର ବିବାଦ ,ପୁଣି ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଅଦ୍ରିଜା

BALANGIR ROYAL FAMILY CONFLICT: ଅଦ୍ରିଜା ମଞ୍ଜରୀ ସିଂଦେଓ ପୁଣି ଭିଡିଓ ବାର୍ତ୍ତା ଜାରି କରି ଆଣିଲେ ସଙ୍ଗୀନ ଅଭିଯୋଗ । ସେପଟେ ତାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ ରଖିଲେ ଜବାବ । ପୁରୁଣା ଘରୋଇ ବିବାଦକୁ ନେଇ ବିରୋଧୀ ରାଜନୀତି କରୁଥିବାର ଆଣିଲେ ଅଭିଯୋଗ । କହିଲେ ସତ ଲୋକଙ୍କୁ ଜଣା ଭୋଟରେ ପଡିବନି ପ୍ରଭାବ । ଅଧିକ ପଢନ୍ତୁ

ବଲାଙ୍ଗୀର ରାଜ ପରିବାର ବିବାଦ ,ପୁଣି ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଅଦ୍ରିଜା

ବଲାଙ୍ଗୀର: ପୁଣି ପଦାକୁ ଆସିଲା ବଲାଙ୍ଗୀର ରାଜ ପରିବାର ବିବାଦ । ବହୁ ଅଦ୍ରିଜା ମଞ୍ଜରୀ ସିଂହ ଦେଓ ପୁଣି ଭିଡିଓ ବାର୍ତ୍ତା ଜାରି କରି ଆଣିଲେ ସଙ୍ଗୀନ ଅଭିଯୋଗ । ସେପଟେ ତାଙ୍କ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ କହିଲେ ପୁରୁଣା ଘରୋଇ ବିବାଦ ଯାହା କୋର୍ଟରେ ଅଛି ତାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ପାଠ ପଢ଼ାଇ ଏଭଳି ସନ୍ଦେଶ ରେକର୍ଡ କରାଇ ଥିବାର ଆଣିଲେ ଅଭିଯୋଗ ।

ବଲାଙ୍ଗୀର ରାଜା ଘର ସାନ ବହୁ ଅଦ୍ରିଜା ମଞ୍ଜରୀ ସିଂହଦେଓ ପୁଣି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ସେ ରାଜା ପରିବାର ଉପରେ ବିଭିନ୍ନ ପ୍ରକାରର ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ତାଙ୍କୁ ଜବାବ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ତେବେ ଭିଡିଓ ବାର୍ତ୍ତାରେ ସେ ରାଜା ଘର ତାଙ୍କ ଶ୍ବଶୁର ଏୟୁ ସିଂହଦେଓ, ଦେଢ଼ ଶ୍ବଶୁର କଳିକେଶ ନାରାୟଣ ସିଂଦେଓ ଓ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନାରୀ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯୌତୁକ ଓ ସମ୍ପତ୍ତି ପାଇଁ ଏହି ପରିବାର ତାଙ୍କୁ ନିର୍ଯାତନା ଦେଇଥିବାର କହିଛନ୍ତି । ଏହା ସତ୍ତ୍ୱେ ତାଙ୍କୁ ଟିକଟ ମିଳିଛି । ତେଣୁ ତାଙ୍କୁ ଲୋକ ଜବାବ ଦିଅନ୍ତୁ ବୋଲି ସେ ଭିଡିଓରେ କହିଛନ୍ତି ।

ସେପଟେ ଏହାର ଜବାବ ରଖିଛନ୍ତି ଅର୍କେଶ ନାରାୟଣ ସିଂହଦେଓ । ସେ କହିଛନ୍ତି ଯେ,ଏହି ଘରୋଇ ବିବାଦ ଦେଢ଼ ବର୍ଷ ପୁରୁଣା ଅଟେ । ଏହା ଅଦାଲତରେ ବିଚାରଧୀନ ଅଛି । ହେଲେ ଏଠି କାର ତାଙ୍କ ବିରୋଧୀ ଏହାକୁ ଅସ୍ତ୍ର କରି ହୀନ ରାଜନୀତି କରିବାକୁ ସେ କଡା ନିନ୍ଦା କରିଛନ୍ତି । ତାଙ୍କ ବଡ଼ ଭାଇ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେ ଖୁବ ଅଭିଜ୍ଞ ଥିବାବେଳେ ତାଙ୍କର ଲୋକପ୍ରିୟତା ଓ ଜିତିବାର ସମ୍ଭାବନା ଦେଖି ବିରୋଧୀ ଛାନିଆ ହୋଇଛନ୍ତି । ତେଣୁ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ର ଅନ୍ୟଉପାୟ ନ ପାଇ ତାଙ୍କ ପାରିବାରିକ ବିବାଦକୁ ବ୍ୟବହାର କରୁଛନ୍ତି ।

ସେ ଆହୁରି କହିଛନ୍ତି, କଂଗ୍ରେସର ପ୍ରାର୍ଥୀ କେବେ ବଲାଙ୍ଗୀରରେ ରହନ୍ତି ନାହିଁ । ସେ ବଲାଙ୍ଗୀର ପାଇଁ କୌଣସି ବିକାଶ କାମ କରି ନାହାନ୍ତି । ଏଭଳି ସ୍ଥଳେ ଅନ୍ୟ ଉପାୟ ନ ପାଇ ଏଭଳି ପଦକ୍ଷେପ ନେଇ ଅଦ୍ରିଜାଙ୍କୁ ପାଠ ପଢ଼ାଇ ଏଭଳି ହୀନ ରାଜନୀତି କରୁଥିବାର ସେ କହିଛନ୍ତି । ଏହା କୌଣସି ମତେ ଭୋଟ ଉପରେ ପ୍ରଭାବ ପକାଇବ ନାହିଁ ଓ ଲୋକ ସତ କ'ଣ ଭଲରେ ଜାଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା, ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍ - Balangir Election History


ସୂଚନା ଅନୁସାରେ କିଛି ବର୍ଷ ହେବ ଅର୍କେଷ ନାରାୟଣ ସିଂହଦେଓ ଓ ତାଙ୍କ ସ୍ତ୍ରୀ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା । ଏହାକୁ ନେଇ ଛାଡପତ୍ର ମାମଲା ଡେରାଡୁନ କୋର୍ଟରେ ବିଚାରଧୀନ ଅଛି । ସେହିପରି ସେ ଦିନଠୁଁ ଅଦ୍ରିଜା ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଉପରେ ଘରୋଇ ହିଂସା, ଯୌତୁକ ନିର୍ଯାତନା ଇତ୍ୟାଦି ଅଭିଯୋଗ ଆଣିଥିଲେ । ସେହିପରି ତାଙ୍କ ଡେରାଡୁନ ଘରେ ଓ ଏଠି ତାଙ୍କର ହକ୍ ନେଇ ଜୋର ଜୋରଜବରଦସ୍ତ ରହିବାକୁ ସେ ଚେଷ୍ଟା କରିଥିଲେ । ଅନ୍ୟପଟେ ରାଜା ଘର ପକ୍ଷରୁ ମଧ୍ୟ ଏକାଧିକ ଅଭିଯୋଗ ଅଦ୍ରିଜା ଓ ତାଙ୍କ ପରିବାର ଲୋକଙ୍କ ଉପରେ କରାଯାଇଛି । ସବୁ ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ତେବେ ଅନେକ ସମୟରେ ଏହି ବିବାଦକୁ ନେଇ ବିରୋଧୀ ରାଜା ପରିବାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.