ETV Bharat / state

ଚାଲୁଥିଲା ଦେହ ବ୍ୟବସାୟ ! ମହିଳା ଓ ପୁରୁଷଙ୍କୁ ଗଛରେ ବାନ୍ଧି ଛେଚିଲେ ଗ୍ରାମବାସୀ - Dispute In Village

author img

By ETV Bharat Odisha Team

Published : May 2, 2024, 8:30 PM IST

Dispute In Village
Dispute In Village (Etv Bharat Odisha)

Dispute In Village: ଗାଁରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବନ୍ଦ ଘରେ ଧସେଇ ପଶି ମହିଳା ଓ ପୁରୁଷଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି ଲୋକେ । ପଢନ୍ତୁ ପୁରା ଖବର

ବାଲେଶ୍ବର: ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଗଛରେ ଭାଙ୍ଗି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ସେମାନେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଆଇନକୁ ହାତକୁ ନେଇ ଏଭଳି ମାଡ଼ ମାରିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଲକ୍ଷ୍ମୀପାଟଣା ଗ୍ରାମରେ ଏପରି ଘଟଣା ଘଟିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଘରେ ଦୀର୍ଘଦିନ ହେବ ଦେହ ବ୍ୟବସାୟ ଚାଲିଆସୁଥିଲା । ପଶ୍ଚିମବଙ୍ଗର ଜଣେ ଯୁବକ ସେହି କୁଡ଼ିଆରେ ରହି କିଛି ମହିଳା ଏବଂ ଯୁବତୀଙ୍କୁ ରଖି ଏମିତି ଦେହ ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଛି ।

ଗ୍ରାମବାସୀମାନେ ଏହି କାର୍ଯ୍ୟକୁ ବିରୋଧ କରିଆସୁଥିଲେ । ଏପରିକି ଘଟଣାକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଅନେକ ସମୟରେ ଗ୍ରାମବାସୀଙ୍କୁ ସମ୍ପୃକ୍ତ ପଶ୍ଚିମବଙ୍ଗ ଯୁବକ ଧମକ ଚମକ ଦେଉଥିଲେ । ଆଉ ଗ୍ରାମବାସୀଙ୍କୁ ଭୟଭୀତ କରାଇ ଏଭଳି ଅନୈତିକ କାର୍ଯ୍ୟକଳାପ ଜାରି ରଖିଥିଲେ । ଗ୍ରାମର ପରିବେଶ ଦିନକୁ ଦିନ ବିଗିଡ଼ିବା ଯୋଗୁଁ ଶେଷରେ ଗ୍ରାମବାସୀମାନେ ଏକଜୁଟ ହୋଇ ସେହି କୁଡ଼ିଆ ଘରେ ଧସେଇ ପଶିଥିଲେ । କବାଟ ନ ଖୋଲିବାରୁ ଘରର କବାଟ ଭାଙ୍ଗି ଘର ଭିତରେ ପଶି ଗ୍ରାମବାସୀ ଦୁଇଜଣ ମହିଳା ଏବଂ ଦୁଇଜଣ ଯୁବକ ଥିବା ଦେଖିବାକୁ ପାଇଥିଲେ ।

ଏହା ବି ପଢନ୍ତୁ...ରାଜଧାନୀରେ‌ ଦେହ ବ୍ୟବସାୟ ନେଇ ଆତଙ୍କ ରାଜ୍, ଢେଲା ପଥର ମାରି ଭାଙ୍ଗିଲେ କାର କାଚ, ୨ ଅଟକ

ଏହା ବି ପଢନ୍ତୁ...ବିଚ ରାସ୍ତାରେ ରୋଡ ରୋମିଓଙ୍କୁ ଚାପୁଡା ମାରିଲେ ଯୁବତୀ, ଜାଣନ୍ତୁ କାହିଁକି - Meerut Girl Slaps Boy

ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁରୁଷ ଓ ମହିଳାଙ୍କୁ ସେହି କୁଡ଼ିଆ ଘରୁ ଘୋଷାଡ଼ି ଘୋଷାଡ଼ି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ସେମାନଙ୍କୁ ଆକ୍ରମଣ କରିଥିଲେ । ଏହିପରି ଭାବେ ଦୀର୍ଘ ସମୟ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ଭୋଗରାଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଦୁଇ ମହିଳା ଏବଂ ଦୁଇ ପୁରୁଷଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ତେବେ ପୋଲିସ ସେମାନଙ୍କୁ ଥାନାକୁ ନେବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ପୋଲିସ ଗାଡି଼ ଅଟକ ରଖିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ପୋଲିସ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.