ETV Bharat / state

ବେଦାନ୍ତ ବିସ୍ଥାପିତଙ୍କ ରଣ ହୁଙ୍କାର, 'ଜିଲ୍ଲାପାଳଙ୍କୁ ଡାକ ନହେଲେ ହଟିବୁ ନାହିଁ'

author img

By ETV Bharat Odisha Team

Published : Mar 12, 2024, 9:10 PM IST

Protest Against Vedanta Company
Protest Against Vedanta Company

Protest Against Vedanta Company:

Protest Against Vedanta Company

ଭବାନୀପାଟଣା: ବେଦାନ୍ତ ଷଡଯନ୍ତ୍ରରେ ବେସାହାରା ବିସ୍ଥାପିତ । ଆଜି ବିସ୍ଥାପିତମାନଙ୍କର ରଣହୁଙ୍କାର ଦେଖିବାକୁ ମିଳିଛି । ଦୀର୍ଘ ୭୦ କିଲୋମିଟର ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ବିସ୍ଥାପିତ । ଜିଲ୍ଲାପାଳଙ୍କୁ ଡାକ ନହେଲେ ଆମେ ହଟିବୁ ନାହିଁ ବୋଲି କହିଛନ୍ତି । ଅଞ୍ଚଳବାସୀଙ୍କୁ ବିକାଶର ସ୍ବପ୍ନ ଦେଖାଇ ସେମାନଙ୍କର ବିନାଶ କରାଯାଉଥିବା ଅଭିଯୋଗ ହୋଇଛି । ବେଦାନ୍ତ ଦେଇଥିବା ପ୍ରତିଶୃତି ପୂରଣ କରିନଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇଦେଲେ । ଆଉ ବିସ୍ଥାପିତ ହେଲା ଅନେକ ଗାଁ । କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହେବା ସମୟରେ ଲୋକଙ୍କୁ ବହୁତ ଆଶା ଦେଇ କମ୍ପାନୀ ଠକି ଦେଇଥିବା ଅଭିଯୋଗ ହୋଇଛି । କମ୍ପାନୀ ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ କମ୍ପାନୀ ତରଫରୁ ମିଳିଥିବା ବିଭିନ୍ନ ପ୍ରତିଶୃତି ପାଳନ କରୁନି କମ୍ପାନୀ । ଫଳରେ ୧୯ ବର୍ଷ ପରେ ମଧ୍ୟ ଅସହାୟ ହୋଇ ରହିଛନ୍ତି ବିସ୍ଥାପିତ । ସେହି ସମୟରେ ବେଦାନ୍ତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ୯ଟି ଗାଁର ଲୋକେ କମ୍ପାନୀ ପ୍ରତିଷ୍ଠା ପରେ ନିଜ ଆର୍ଥିକ ସ୍ୱଚ୍ଛଳତାକୁ ନେଇ ବିକାଶର ସ୍ବପ୍ନ ଦେଖିଥିଲେ । ଏଭଳି ଆଶା ଅଞ୍ଚଳବାସୀଙ୍କୁ ଦେଖାଇ ଲୋକଙ୍କ ଜମିକୁ ହାତେଇଥିଲା କମ୍ପାନୀ । ହେଲେ ପ୍ରତିଷ୍ଠାର ୧୯ ବର୍ଷ ପରେ ମଧ୍ୟ ସ୍ବପ୍ନ ପୂରଣ ନହେବା କାରଣରୁ ବୀପ୍ଳବ ଆରମ୍ଭ କରିଛନ୍ତି ବିସ୍ଥାପିତ । ଦୀର୍ଘ ୭୦ କିଲୋମିଟର ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।

ବିସ୍ଥାପିତଙ୍କ କହିବା ଅନୁସାରେ, କମ୍ପାନୀ ପ୍ରତିଷ୍ଠା ହେଲେ ନିଯୁକ୍ତି ମିଳିବ ଓ ଦୁଇ ପାଇସା ରୋଜଗାର କଲେ ପରିବାର ପ୍ରତିପୋଷଣ ପାଇଁ ସହାୟକ ହେବ ବୋଲି ଭାବି ଭିଟାମାଟି ଛାଡ଼ିଥିଲେ ସ୍ଥାନୀୟ ଲୋକେ । ଶେଷରେ ପ୍ରତାରଣା କରିଛି ବେଦାନ୍ତ । ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ । ଗୁଣ୍ଡା ଓ ପୋଲିସ ଲଗାଇ ଗାଁ ଛାଡି ଚାଲିଯିବାକୁ ଧମକ ଦିଆଯାଉଛି । ବେଦାନ୍ତ କମ୍ପାନୀର ଏହି ଜୁଲୁମକୁ ସହିନପାରି ରାଜରାସ୍ତାରେ ଗର୍ଜନ କରିଛନ୍ତି ବିସ୍ଥାପିତ ।

ଏହା ମଧ୍ୟ ପଢନ୍ତୁ: ବେସାହାରା ବିସ୍ଥାପିତ, ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ !

ବେଦାନ୍ତର ଏକଛତ୍ରବାଦ ଶାସନର ପ୍ରତିବାଦରେ ପରିପାର୍ଶ୍ବିକ ଅଞ୍ଚଳବାସୀ ବନ୍ଧଗୁଡା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଭବାନୀପାଟଣା ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୭୦ କିଲୋମିଟର ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ବିସ୍ଥାପିତଙ୍କ ଦାବିପତ୍ର ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ଵାନ ଆସିଥିଲେ । ହେଲେ କେବଳ ଜିଲ୍ଲାପାଳଙ୍କୁ ହିଁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିସ୍ଥାପିତ ମାନେ ଜିଦ୍ କରି ଧାରଣାରେ ବସିଛନ୍ତି । ଜିଲ୍ଲାପାଳଙ୍କୁ ଡାକ ନହେଲେ ଆମେ ହଟିବୁ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.