ETV Bharat / state

ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ କଲେ ଦାବି - RAVENSHAW UNIVERSITY PROTEST

author img

By ETV Bharat Odisha Team

Published : Apr 15, 2024, 4:56 PM IST

ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ରହିଛି ଦାବି
ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ରହିଛି ଦାବି

Ravenshaw Students Demand: କମ୍ ସମୟରେ କୋର୍ସ ସରି ନଥିବାରୁ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ରେଭେନ୍ସା ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାତ୍ର ୫୫ ଦିନର ପାଠପଢା ପରେ ସେମିଷ୍ଟର ପରୀକ୍ଷା ପାଇଁ ନୋଟିସ ବାହାର କରିଛନ୍ତି । ଅଧିକ ପଢନ୍ତୁ

ଆନ୍ଦୋଳନରେ ରେଭେନ୍ସା ଛାତ୍ରଛାତ୍ରୀ, ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ରହିଛି ଦାବି

କଟକ: ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କରିବାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ । ଆଜି କଟକର ରେଭେନ୍ସା ବିଶ୍ବବିଦ୍ୟାଳୟରେ ତେଜିଛି ଛାତ୍ର ଆନ୍ଦୋଳନ । ଯୁକ୍ତ ୩ ପ୍ରଥମ ବର୍ଷ ପାଠ୍ୟକ୍ରମର ପ୍ରଥମ ବର୍ଷ ସେମିଷ୍ଟାର ତାରିଖ ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀ କରିଛନ୍ତି ଦାବି । ରେଜିଷ୍ଟାର କାର୍ଯ୍ୟଳୟ ସାମ୍ନାରେ କଳା ବ୍ୟାଚ ପିନ୍ଧି ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି ।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ୟୁଜିସିର ଗାଇଡଲାଇନ ଅନୁସାରେ ୨ଟି ସେମିଷ୍ଟର ପରୀକ୍ଷା ମଧ୍ୟରେ ଅତିକମରେ ୯୦ ଦିନର ବ୍ୟବଧାନ ରହିବା କଥା । ମାତ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାତ୍ର ୫୫ ଦିନର ପାଠପଢା ପରେ ସେମିଷ୍ଟର ପରୀକ୍ଷା ପାଇଁ ନୋଟିସ ବାହାର କରିଛନ୍ତି । ତେବେ ସେମାନେ ଏନେଇ ପ୍ରଥମେ କୁଳପତିଙ୍କ ନିକଟରେ ଯାଇ ସମସ୍ୟା ବିଷୟରେ ଜଣାଇଥିଲେ । ସେ ମଧ୍ୟ ପରୀକ୍ଷା ଘୁଞ୍ଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଛାତ୍ରଛାତ୍ରୀ ପିଜିସିଙ୍କୁ ମଧ୍ୟ ଅଭିଯୋଗ କରିଥିଲେ, ମାତ୍ର ଏବେ ଫର୍ମ ପୂରଣ ପାଇଁ ନୋଟିସ୍ ବାହାରିଛି । ଏତେ କମ୍ ସମୟ ମଧ୍ୟରେ ପାଠ ପଢି ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହାଦ୍ବାରା ବିଶ୍ବବିଦ୍ୟାଳୟ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛି ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ତେଣୁ ଦ୍ବିତୀୟ ସେମିଷ୍ଟର ପରୀକ୍ଷାକୁ ଜୁନ୍ ଯାଏଁ ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ... ସମସ୍ୟା ଘେରରେ ହଷ୍ଟେଲ, କୁଳପତିଙ୍କ ବାସଭବନ ଘେରିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ - Utkal University Student Protest

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର । ସେ କହିଛନ୍ତି ଯେ କୋଭିଡ କାରଣରୁ ଶିକ୍ଷାବର୍ଷରେ ଧାରାରେ ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ସରକାରୀ କ୍ୟାଲେଣ୍ଡର ହିସାବରେ ପରୀକ୍ଷାଗୁଡିକୁ ନିର୍ବାଚନ ପୂର୍ବରୁ ସାରିବାକୁ ଯୋଜନା କରାଯାଇଛି । ଯାହା ଫଳରେ ନୂଆ ବ୍ୟାଚ୍‌ ଆରମ୍ଭ ହୋଇପାରିବ । ଛାତ୍ରଛାତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ ।

ସେମିଷ୍ଟାର ଓ କୋର୍ସ ଭିତରେ ପାଠ୍ୟକ୍ରମ ଦିନ କମିଛି । ଏହି ବିବାଦର ସମାଧାନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି । ଏହାସହ ସେମିଷ୍ଟାର ଘୋଷଣା ପୂର୍ବରୁ ପାଇଁ ସବୁ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ସମସ୍ତେ ଏକପ୍ରକାର କୋର୍ସ ଶେଷ ହୋଇଥିବା ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯିବ ଓ ଶୀଘ୍ର ଏହି ଦିଗରେ ନିଷ୍କର୍ସ ଆସିବ ବୋଲି କହିଛନ୍ତି କଣ୍ଟ୍ରୋଲର ପ୍ରଫେସର ପତିତପାବନ ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.