ETV Bharat / state

କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

author img

By ETV Bharat Odisha Team

Published : Jan 20, 2024, 8:42 PM IST

Fake doctor Sudhir Rout
Fake doctor Sudhir Rout

Fake doctor Sudhir Rout: କଟକରୁ ନକଲି ଡାକ୍ତର ଗିରଫ । ନିଜକୁ ଦିଲ୍ଲୀ ଏମ୍ସର ଡାକ୍ତର ଭାବେ ପରିଚୟ ଦେଇ କୋଟିଏ ଟଙ୍କା ଋଣ ନେବାକୁ ଯୋଜନା ବେଳେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

କଟକ: ମହଙ୍ଗା ପଡିଲା ନିଜକୁ ଅସଲି ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଋଣ କରିବା । ଲକ୍ଷ କି ଦୁଇ ଲକ୍ଷ ନୁହେଁ ବରଂ ଏକ କୋଟି ଟଙ୍କାର ଋଣ କରିବା ଆବେଦନ କରି ଫସିଗଲେ ନିଜକୁ ଦିଲ୍ଲୀ ଏମ୍ସରେ ଡାକ୍ତର ପରିଚୟ ଦେଇଥିବା ନକଲି ଡାକ୍ତର । କଟକ ଫୁଲ ନଖରା ସ୍ଥିତ ୟୁକୋ ବ୍ୟାଙ୍କରୁ ଏକ କୋଟି ଟଙ୍କା ଋଣ ନେଇଥିବା ଜଣେ ନକଲି ଡାକ୍ତରକୁ ଆଜି ପୋଲିସ ଗିରଫ କରିଛି । ଏହି ନକଲି ଡାକ୍ତର ନାଁରେ ଟ୍ବିନସିଟିର ବିଭିନ୍ନ ପୋଲିସ ଷ୍ଟେସନରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଭିନ୍ନ ବ୍ୟାଙ୍କକୁ ସେ ଚକମା ଦେଇ ୬୫ ଲକ୍ଷ ଟଙ୍କାର ଋଣ ନେଇ ସାରିଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବ୍ୟାଙ୍କରୁ ଏହି ନକଲି ଡାକ୍ତର ଜଣକ ଚକମା ଦେଖାଇ ଜାଲ ପ୍ରମାଣ ପତ୍ର ଦେଇ ଋଣ ନେଇଥିଲେ । ମାତ୍ର କଟକ ଫୁଲନଖରା ସ୍ଥିତ ୟୁକୋ ବ୍ୟାଙ୍କରୁ ଏକ କୋଟି ଟଙ୍କା ଋଣ ଆଣିବାକୁ ଯାଇ ଫସିଯାଇଛନ୍ତି ନକଲି ଡାକ୍ତର ଶ୍ରୀଧର ରାଉତ । ଏଥର ଶ୍ରୀଧରକୁ ଗିରଫ କରିଛି କଟକ ସଦରଥାନା ପୋଲିସ ।

ଏହା ବି ପଢନ୍ତୁ- ପୋଲିସ କବଜାରେ ନକଲି ଡାକ୍ତର, ଅନ୍ୟ ଜଣେ ଫେରାର

ଗିରଫ ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀ ଏମ୍ସରେ ଚାକିରି କରୁଥିବା ଡାକ୍ତର ସନ୍ଦୀପ ବୋଲି ପରିଚୟ ଦେଇଥିଲେ । ଏହାପରେ ଫୁଲନଖରାଠାରେ ଥିବା ଏକ ବ୍ୟାଙ୍କରୁ 1 କୋଟି ଟଙ୍କାର ଋଣ ପାଇଁ ଆବେଦନ କରିଥିବା ଶ୍ରୀଧରକୁ ବ୍ୟାଙ୍କର ଅଭିଯୋଗ କ୍ରମେ ଧରିବାରେ ସଫଳ ହୋଇଛି ପୋଲିସ । ସ୍ଥାନୀୟ ପାଇକସାହି ବାସିନ୍ଦା ଶ୍ରୀଧର ନାଁରେ କଟକ ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ମୋଟ ୯ଟି ମାମଲା ରହିଛି । ବ୍ୟାଙ୍କଗୁଡ଼ିକ ଶ୍ରୀଧରର ଟାର୍ଗେଟରେ ରହୁଥିବା ବେଳେ ଜାଲ ପ୍ରମାଣ ପତ୍ର ଦେଖାଇ ସେ ବିଭିନ୍ନ ବ୍ୟଙ୍କରୁ ଏପର୍ଯ୍ୟନ୍ତ ୬୫ ଲକ୍ଷ ଟଙ୍କାର ଋଣ ଉଠାଇ ସାରିଛି ।

ଋଣ ପାଇଁ ଆବେଦନ କରିବା ସମୟରେ ସେ ପ୍ରତିଥର ନିଜର ନାଁ ଓ ପରିଚୟକୁ ବଦଳାଇଥାଏ ବୋଲି କହିଛି ପୋଲିସ । ତେବେ ଶ୍ରୀଧର ଋଣ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବତାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏକଦା ୟୁକ୍ରେନ ଯାଇ ସେଠାକାର ଏକ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମରେ ଶ୍ରୀଧର କଲେଜରେ ନକଲି ସାର୍ଟିଫିକେଟ ଦାଖଲ କରିବା ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସେଠାରୁ ବିତାଡିତ କରିଥିଲେ । ସେବେଠାରୁ ସେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କଗୁଡ଼ିକୁ ଠକେଇ କରି ଆସୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.