ETV Bharat / state

ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ, ଆସନ୍ତା ୨୬ରେ ଲୋକସେବା ଭବନ ଘେରିବ ଦଳ

author img

By ETV Bharat Odisha Team

Published : Feb 18, 2024, 11:10 PM IST

Congress News: ଆସନ୍ତା ୨୬ରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ, ଘେରିବ ଲୋକସେବା ଭବନ । କଂଗ୍ରେସ ଉପରେ ବିଶ୍ୱାସ ରଖିବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଲେ ପିସିସି ସଭାପତି । ଅଧିକ ପଢନ୍ତୁ

ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ , ଆସନ୍ତା ୨୬ରେ ଲୋକ ସେବା ଭବନ ଘେରିବ ଦଳ
ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ , ଆସନ୍ତା ୨୬ରେ ଲୋକ ସେବା ଭବନ ଘେରିବ ଦଳ

ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ , ଆସନ୍ତା ୨୬ରେ ଲୋକ ସେବା ଭବନ ଘେରିବ ଦଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଶକ୍ତିଶାଳୀ ହୋଇ ଫେରିବାକୁ ପ୍ରୟାସ ଆରମ୍ଭ କରିଛି । ପୁରୁଖା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଚାଲିଛି ଯୋଜନା । ସେପଟେ ତୃଣମୂଳ ସଂଗଠନକୁ ସୁଦୃଢ଼ କରିବାକୁ ଆଜି କଂଗ୍ରେସ ଭବନରେ ଜିଲ୍ଲା ସଭାପତିମାନଙ୍କୁ ମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମନମାନୀ, ଅନ୍ୟାୟ ସର୍ବୋପରି ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜଧାନୀରେ ଗର୍ଜିବ ଦଳ । ୨୬ ଫେବୃଆରୀରେ ଲୋକ ସେବା ଭବନ ଘେରିବାକୁ ଯୋଜନା କରିଛି କଂଗ୍ରେସ । ଏନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସାରା ଓଡିଶାରୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେବେ । ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ସେ ।

ପିସିସି ସଭାପତି କହିଛନ୍ତି ," ରାଜ୍ୟ ସରକାର ଦୀର୍ଘ ୨୪ବର୍ଷ ହେବ ଶାସନ କରୁଛନ୍ତି । ହେଲେ ଆଜି ବି ଲୋକେ ଅବହେଳିତ । କଂଗ୍ରେସ ଉପରେ ବିଶ୍ୱାସ ରଖିବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଉଛି । ବିଜେଡ଼ି ବିଜେପି ଏକ, ସେମାନେ ଓଡିଶାବାସୀଙ୍କ ସହ ଖେଳୁଛନ୍ତି । କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି । ଆଗାମୀ ନିର୍ବାଚନରେ ୯ରୁ୯୦ ସଂକଳ୍ପ ସଫଳ ହେବ । ପୁଣି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଦୀର୍ଘ ଦିନ ଧରି ଶାସନ କରୁଥିବା ବିଜେଡି ସରକାର ବିରୋଧରେ ଯୁର୍ଦ୍ଧଂଦେହୀ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଆଗକୁ ତୀବ୍ର ପ୍ରତିବାଦ କରିବ ଦଳ ।"

ସେ ଆହୁରି ମଧ୍ୟ କହିଛନ୍ତ ," ବିଜେଡ଼ି ବିଜେପିର ଭିତରୀ ସମ୍ପର୍କକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତୀକାତ୍ମକ ଭାବେ ବିହାଘର ଆୟୋଜନ କରିଥିଲା ଦଳ । ସାରା ରାଜ୍ୟରେ ଏହାକୁ ନେଇ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ୨୬ରେ ଭୁବନେଶ୍ୱର ଲୋକସେବା ଭବନ ଘେରାଓ କରାଯିବ । ଏହା ପରେ ରାଜ୍ୟବ୍ୟାପୀ ବିକ୍ଷୋଭ ପଦର୍ଶନ କରାଯିବ ।"
ଏହା ମଧ୍ୟ ପଢନ୍ତୁ ....ଅନୁଗୋଳ କଂଗ୍ରେସର ବଢିଲା ଶକ୍ତି, ଅନ୍ୟ ଦଳର ପୁରୁଖାନେତା ଓ କର୍ମୀଙ୍କ ଯୋଗଦାନ


ସେହିପରି କଂଗ୍ରେସ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବାକୁ କଳେବଳେ ଆପ୍ରାଣେ ଚେଷ୍ଟା କରୁଛି । ଆଗକୁ ରାହୁଲ ଗାନ୍ଧୀ ପୁଣି ଓଡିଶାଗସ୍ତରେ ଆସିବେ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ । କଂଗ୍ରେସର ଏଭଳି ରଣନୀତି ଓଡିଶାବାସୀଙ୍କ ମନକୁ କେତେ କିଣି ପରୁଛି ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣା ପଡିବ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.