ETV Bharat / politics

ଅନୁଗୋଳ କଂଗ୍ରେସର ବଢିଲା ଶକ୍ତି, ଅନ୍ୟ ଦଳର ପୁରୁଖାନେତା ଓ କର୍ମୀଙ୍କ ଯୋଗଦାନ

author img

By ETV Bharat Odisha Team

Published : Feb 18, 2024, 10:59 PM IST

Different Parties Leaders And Workers Of Angul Joined Congress : ଅନୁଗୋଳରେ ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେଡି ଓ ବିଜେପିର ଅନେକ ନେତା ଏବଂ କର୍ମୀଙ୍କ କଂଗ୍ରେସରେ ଯୋଗଦାନ । ଅଧିକ ପଢନ୍ତୁ

ଅନୁଗୋଳ କଂଗ୍ରେସର ବଢିଲା ଶକ୍ତି, ଅନ୍ୟ ଦଳର ପୁରୁଖାନେତା ଓ କର୍ମୀଙ୍କ ଯୋଗଦାନ  ।
ଅନୁଗୋଳ କଂଗ୍ରେସର ବଢିଲା ଶକ୍ତି, ଅନ୍ୟ ଦଳର ପୁରୁଖାନେତା ଓ କର୍ମୀଙ୍କ ଯୋଗଦାନ ।

ଅନୁଗୋଳ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । କିନ୍ତୁ ନିର୍ବାଚନ କମିଶନ ଘୋଷଣା କରିନାହାଁନ୍ତି ନିର୍ବାଚନୀ ତାରିଖ । ହେଲେ ଏବେ ଠାରୁ ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ଅନୁଗୋଳରେ ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଭିନ୍ନ ଦଳର ତୁଙ୍ଗନେତା ମାନେ କଂଗ୍ରେସରେ କରିଛନ୍ତି ଯୋଗଦାନ । ଆଜି (ରବିବାର) ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଥର ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାଏକ କଂଗ୍ରେସରେ ସାମିଲ ହୋଇଛନ୍ତି ।

ସେହିପରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଦୀର୍ଘ ପଇଁତିରିଶ ବର୍ଷର ବ୍ଲକ ସଭାପତି ଭାବେ ଜନତା ଦଳ ଓ ବିଜୁ ଜନତା ଦଳରେ କାର୍ଯ୍ୟ କରି ଗତ ୨୦୧୪ରେ ପାଲଲହଡ଼ାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିବା ଓ ପରବର୍ତ୍ତୀ ସମୟରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ମନୋଜ କୁମାର ସାହୁ ଓ ତାଳଚେର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜୁ ଜନତା ଦଳର ଯୁବ ସଭାପତି ଶ୍ରମିକ ନେତା ସୂର୍ଯ୍ୟମଣି ସାହୁ ସେମାନଙ୍କ ଶତାଧିକ ସମର୍ଥକ ସହ କଂଗ୍ରେସରେ ଯୋଗଦାନ କରିଛନ୍ତି । ସେମାନଙ୍କୁ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଦଳର ଉତ୍ତରୀୟ ପ୍ରଦାନ କରି କଂଗ୍ରେସ ଦଳରେ ସାମିଲ କରିଥିଲେ । ସେମାନଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିବା ସହ ସେମାନଙ୍କ ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବ ବୋଲି ପିସିସି ସଭାପତି ଆଶା ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ସଂଗଠନ ସଜାଡ଼ୁଛି କଂଗ୍ରେସ, ଜିଲ୍ଲା ସଭାପତିଙ୍କ ପିସିସି ସଭାପତିଙ୍କ ବୈଠକ

ଆଜିର ଏହି ମିଶ୍ରଣ ସଭାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଗ୍ରାମ ମିଶ୍ର, ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶ ତଥା ବିଶେଷକରି ରାହୁଲ ଗାନ୍ଧୀଙ୍କ ଦେଶବ୍ୟାପୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା ତାଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଥିବାରୁ ସେମାନେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ବୋଲି ମିଶିଥିବା ସଦସ୍ୟ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲାର କଂଗ୍ରେସ ଦଳକୁ ଆଗାମୀ ଦିନରେ ପାରୁପର୍ଯ୍ୟନ୍ତ ଶକ୍ତିଶାଳୀ କରି ନିର୍ବାଚନରେ ବିଜୟୀ କରିବାକୁ କାର୍ଯ୍ୟ କରିବେ ବୋଲି ଦଳର ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.