ETV Bharat / state

ନିର୍ବାଚନ ପୂର୍ବରୁ ରାଜଧାନୀରେ ଲାଗିଲା ଦାଗିଙ୍କ ତାଲିକା, ଆତ୍ମସମର୍ପଣ ନକଲେ ଉଠାଇନେବ ପୋଲିସ - COMMISSIONERATE POLICE

author img

By ETV Bharat Odisha Team

Published : May 4, 2024, 1:29 PM IST

ନିର୍ବାଚନ ପୂର୍ବରୁ କାନ୍ଥରେ ଲାଗିଲା ଦାଗୀଙ୍କ ତାଲିକା, ଆତ୍ମସମର୍ପଣ ନକଲେ ଉଠାଇନେବ ପୋଲିସ
ନିର୍ବାଚନ ପୂର୍ବରୁ କାନ୍ଥରେ ଲାଗିଲା ଦାଗୀଙ୍କ ତାଲିକା, ଆତ୍ମସମର୍ପଣ ନକଲେ ଉଠାଇନେବ ପୋଲିସ (ଫଟୋ- ଇଟିଭି ଭାରତ, ଓଡିଶା)

Commissionerate Police: ନିର୍ବାଚନ ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଲା ପୁରୁଣା ଦାଗିଙ୍କ ତାଲିକା । ଆତ୍ମସମର୍ପଣ ନକଲେ ଉଠାଇ ନେବ ପୋଲିସ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ କାନ୍ଥରେ ଲାଗିଲା ଦାଗୀଙ୍କ ତାଲିକା, ଆତ୍ମସମର୍ପଣ ନକଲେ ଉଠାଇନେବ ପୋଲିସ (ଭିିଡିଓ- ଇଟିଭି ଭାରତ, ଓଡିଶା)

ଭୁବନେଶ୍ବର: ନିର୍ବାଚନ ବେଳେ ଜାମିନ ବିହୀନ ଗିରଫ ପରଓ୍ବାନାରେ ଥିବା ଦାଗିଙ୍କୁ ଖୋଜିବା ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଫେରାର ଦାଗିଙ୍କ ପାଇଁ ଜାରି ହେଲା ଲଟକା । ଜାମିନ ବିହୀନ ଓ୍ବାରେଣ୍ଟ ବା NBW ଲାଗିଥିବା ଦାଗିଙ୍କ ଘର ଆଗରେ ଲଟକା ଲଗାଇଛି ପୋଲିସ । ଅର୍ଥାତ ଘରେ କି ସ୍ଥାନୀୟ ଅଞ୍ଚଳରେ ନଥିଲେ ମଧ୍ୟ ଯେଉଁଠି ଥିଲେ ତୁରନ୍ତ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ନଚେତ କୌଣସି ମୁହୂର୍ତ୍ତରେ ପୋଲିସ ଉଠାଇନେବ । ପୂର୍ବରୁ କମିଶନରେଟ ପୋଲିସର ଓ୍ବେବସାଇଟରେ ଏହି ଦାଗିଙ୍କ ତାଲିକା ଜାରି କରାଯାଇଥିବା ବେଳେ ଏବେ ସିଧା ସେମାନଙ୍କ ଘରକାନ୍ଥ ଓ ଅନ୍ୟ ସାର୍ବଜନୀନ ସ୍ଥାନରେ ଏହାକୁ ଲଗାଯାଇଛି ।


ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ‘‘ଆମର ଇଲେକ୍ସନ ଏନଫୋର୍ସମେଣ୍ଟ ବେଶ ଭଲ ଭାବେ ଚାଲିଛି । ଗତ ଜାନୁଆରୀରୁ ଏହି ଏନଫୋର୍ସମେଣ୍ଟ ପ୍ରକ୍ରିୟା ଜାରି ରହିଛି । ଗତ ଚାରିମାସ ହେବ NBW ଡ୍ରାଇଭ ଅଧୀନରେ ମୋଟ ୪୫୭ ଜଣଙ୍କୁ କୋର୍ଟରେ ହାଜର କରାଯାଇଛି । ଯେଉଁମାନେ ଦାଗି ରହିଛନ୍ତି, ସେମାନଙ୍କୁ ପୋଲିସ ଖୋଜିବା ଜାରି ରଖିଛି । ଦୀର୍ଘ ଦିନ ହେବ ଯେଉଁମାନଙ୍କ ନାଁରେ NBW ଜାରି ହୋଇଛି, ସେମାନଙ୍କୁ ପୋଲିସ କୋର୍ଟରେ ସରେଣ୍ଡର କରିବାକୁ କହୁଛି, ନଚେତ ବିଭିନ୍ନ ସ୍ଥାନରେ ଚଢାଉ କରି ଗିରଫ କରିବା ପରେ କୋର୍ଟରେ ହାଜର କରୁଛି । ଲୋକଙ୍କ ସହାୟତାରେ NBW ଦାଗିଙ୍କୁ ଧରିବା ପାଇଁ ସେମାନଙ୍କ ତାଲିକା କମିଶନରେଟ ପୋଲିସ ଓ୍ବେବସାଇଟରେ ଜାରି କରାଯାଇଥିଲା । ଏବେ ସେମାନଙ୍କୁ ସିଧାସଳଖ ଅବଗତ ପାଇଁ ବିଭିନ ପଞ୍ଚାୟତ ଅଫିସ୍ ଓ ଥାନାର ନୋଟିସ ବୋର୍ଡରେ ଏହି ତାଲିକା ଲଗାଯାଇଛି । ଏଥିସହ ଯେଉଁ ଦାଗିମାନେ ଘରେ ନାହାନ୍ତି, ସେମାନଙ୍କ ଘରେ ମଧ୍ୟ ପୋଲିସ ଏହି ଲଟକା ଜାରି କରିଛି ।’’

ଏହା ମଧ୍ୟ ପଢନ୍ତୁ:- ପ୍ରଚାର ଖର୍ଚ୍ଚ ଦେଲାନି ଦଳ ! ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି - SUCHARITA MOHANTY RETURNED TICKET


ଅଧିକ ଦିନ ଧରାନପଡ଼ି ଲୁଚି ରହିଲେ କୋର୍ଟ ସେମାନଙ୍କ ନାମରେ ଓ୍ବାରେଣ୍ଟ ଜାରି କରିଥାନ୍ତି । ଫଳରେ NBW ଭୟରେ ବେଶୀ ଦିନ ଲୁଚି ପାରିବେନି । କିନ୍ତୁ ଦୀର୍ଘ ଦିନ ଧରି ଅନେକ ମାମଲା ବିଭିନ୍ନ ଥାନା ଅଧୀନରେ ପଡ଼ି ରହିଥିଲା । ଯେଉଁମାନଙ୍କ ପାଇଁ ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା କରି ଏଭଳି ଦାଗୀଙ୍କୁ ଧରିବା ପାଇଁ ପୋଲିସ ରଣନୀତି ଆରମ୍ଭ କରିଛି । ତେବେ କମିଶନରେଟ ପୋଲିସ ଅଧୀନରେ ଥିବା ଦାଗୀଙ୍କୁ ଧରିବା ପାଇଁ ପୋଲିସ ଡ୍ରାଇଭ ଜାରି ରଖିଥିଲା‌ । ଏଥିପାଇଁ ଟ୍ବିନସିଟିରେ ଥିବା ୪୧୧୯ ଜଣ ଓ୍ବାରେଣ୍ଟ ତାଲିକାକୁ ସାର୍ବଜନୀନ କରିଥିଲା ପୋଲିସ । ଭୁବନେଶ୍ୱରରେ ୨୯୩୪ ଜଣଙ୍କ ନାମରେ‌ ଓ୍ବାରେଣ୍ଟ ରହିଥିବା ବେଳେ କଟକରେ ୧୧୮୫ ଜଣ ନାମରେ‌ ବିଭିନ୍ନ ଥାନାରେ ଓ୍ବାରେଣ୍ଟ ରହିଥିଲା । ତେବେ ୪୫୭ ଜଣଙ୍କୁ ପୋଲିସ ନିଜ ଆଡୁ ନେଇ କୋର୍ଟରେ ହାଜର କରିବା ପରେ ନିଜ ଆଡୁ 1965 ଜଣ ଦାଗି ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରି ‘ରିକଲ ନୋଟିସ’ ଆଣିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.