ETV Bharat / state

ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

author img

By ETV Bharat Odisha Team

Published : Jan 22, 2024, 5:13 PM IST

Updated : Jan 22, 2024, 7:08 PM IST

Arpan Ratha donation
Arpan Ratha donation

Arpan Ratha donation: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ମାଧ୍ୟମରେ ସଂଗୃହୀତ ଟଙ୍କା ବ୍ୟର୍ଥ ଯିବନାହିଁ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଅଧିକ ପଢନ୍ତୁ

ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ମାଧ୍ୟମରେ ଭକ୍ତମାନଙ୍କଠାରୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ଓ ଟଙ୍କା ଆଦାୟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ସଂଗୃହୀତ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ ପାଇଁ ବ୍ୟବସ୍ଥା ଆରମ୍ଭ କରିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 4ଟି ସ୍ଵତନ୍ତ୍ର କାଉଣ୍ଟର କରାଯାଇଛି । ଏହି କାଉଣ୍ଟର ମାଧ୍ୟମରେ ପ୍ରତି ବ୍ଳକରୁ ଆସିଥିବା ପ୍ରତିନିଧିଙ୍କଠାରୁ ଟଙ୍କା ଗ୍ରହଣ କରାଯିବ । ଟଙ୍କା ଗଣିବା ପାଇଁ କାଉଣ୍ଟରରେ ମେସିନ ବ୍ୟବସ୍ଥା ହୋଇଛି । ବ୍ୟାଙ୍କ ଅଧିକାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ସଂଗୃହୀତ ଟଙ୍କାକୁ ଶ୍ରୀମନ୍ଦିରର ଥିବା ବ୍ୟାଙ୍କ ଜମା ଖାତାରେ ଜମା କରାଯିବ । ପରେ ଏହି ଟଙ୍କାକୁ ଯେଉଁ ବ୍ୟାଙ୍କରେ କେଉଁ ପ୍ଲାନରେ ଜମା କରାଯିବ ସେ ନେଇ ନିଷ୍ପତ୍ତି ହେବ । ତେବେ 2 କୋଟିରୁ ଅଧିକ ଟଙ୍କା ଆଦାୟ ହୋଇ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଜି ଗଣତି ପରେ କେତେ ଟଙ୍କା ଆଦାୟ ହୋଇଛି ତାହା ଜଣାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଅର୍ପଣ ରଥ ଦାନ ଟଙ୍କା
ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଅର୍ପଣ ରଥ ଦାନ ଟଙ୍କା

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ସେବାରେ ଲାଗିବ ଅରୁଆ ଚାଉଳ ଓ ଗୁଆ

ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, " ଅରୁଆ ଚାଉଳ, ଗୁଆ, ନଡ଼ିଆ ଆଗାମୀ 25 ତାରିଖରୁ ସଂଗ୍ରହ କରାଯିବ । ଏହା କେଉଁଠି ରହିବ, କିଭଳି ବ୍ୟବହାର ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ରିପୋର୍ଟ ଆସିନାହିଁ । ଏହି ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ନୂଆ ନିୟମ ସେବାୟତ, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏଣିକି ଶ୍ରୀମନ୍ଦିରକୁ ଆସିଥିବା ଭକ୍ତଙ୍କୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ଭଲ ବ୍ୟବହାର, ଭଲ ଆଚରଣ ଦେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି,"ଭକ୍ତ ହେଉଛନ୍ତି ଆମ ଅତିଥି। ସେମାନେ ଯେଭଳି ତିକ୍ତ ଅନୁଭୂତି ନେଇ ନ ଫେରନ୍ତୁ ସେ ନେଇ ପଦକ୍ଷେପ ନିଆଯାଇଛି । ଯଦି କିଛି ଭକ୍ତଙ୍କ ଆପତ୍ତି ଅଭିଯୋଗ ରହିଛି ଭକ୍ତମାନେ ସିଧା ଶ୍ରୀମନ୍ଦିର କାର୍ଯ୍ୟାଳୟ ଆସି ଅଭିଯୋଗ କରିପାରିବେ । ଏ ନେଇ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯିବ । ଏ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ, ଶ୍ରୀବରିଷ୍ଠ ଅଧିକାରୀଙ୍କୁ ଚିଠି ଦିଆଯାଇଛି ।"

ସେପଟେ ଭକ୍ତଙ୍କୁ ଭଲ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶନାମାକୁ ସ୍ଵାଗତ କରିଛନ୍ତି ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ସେବା ସେବାୟତମାନେ ଦର୍ଶନ, ପୂଜା ଆଳରେ ଅଧିକ ଅର୍ଥ ଦାବି କରିବା, ଅର୍ଥ ନ ଦେଲେ ଖରାପ ବ୍ୟବହାର ନ କରିବା ଉଚିତ । ନ ହେଲେ ଭକ୍ତ ତିକ୍ତ ଅନୁଭୂତି ନେଇ ଫେରିବେ । ତେବେ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନ ଥିବାରୁ ଭକ୍ତ ଭଲରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏଣୁ ଭକ୍ତ କିଭଳି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭଲ ଦର୍ଶନ ପାଇବେ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବାକୁ ଭକ୍ତ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Jan 22, 2024, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.