ETV Bharat / state

2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ - Cuttack Municipal Corporation

author img

By ETV Bharat Odisha Team

Published : Apr 6, 2024, 10:23 PM IST

2 Years Of Elected CMC Council: ନବନିର୍ବାଚିତ କାଉନସିଲକୁ ୨ ବର୍ଷ ପୂରିବା ଉପଲକ୍ଷେ ସିଏମସି ମେୟର ବଖାଣିଛନ୍ତି ବିଭିନ୍ନ ଜନହିତକାରୀ ଯୋଜନାର ତାଲିକା । ଅନ୍ୟପକ୍ଷରେ ବିରୋଧୀ ଏହାକୁ ମିଛ କହିବା ସହ ମେୟର ଖୋଦ୍ ଦୁର୍ନୀତିର କାର୍ପଟଦାର ବୋଲି କହିଛନ୍ତି । ଅଧିକ ପଢନ୍ତୁ

2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ
2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ

2 ବର୍ଷର ସଫଳତାର ରିପୋର୍ଟ ରଖିଲେ ସିଏମସି ମେୟର, କଟକକୁ ହରିଲୁଟର ଅଭିଯୋଗ ଆଣିଲା ବିରୋଧୀ

କଟକ: କଟକ ମହାନଗର ନିଗମ ନବନିର୍ବାଚିତ କାଉନସିଲକୁ ପୁରିଛି ୨ବର୍ଷ । ବିଗତ ୨ ବର୍ଷରେ ସିଏମସିର ବିକାଶମୂଳକ କାମ ଓ ସଫଳତାକୁ ନେଇ ମେୟର ସୁବାସ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ, ସିଏମସି ଏହି ଦୁଇ ବର୍ଷ ମଧ୍ୟରେ ଦୁଇ ହଜାର ସାତ ଶହ କୋଟି ଟଙ୍କା ବିନିଯୋଗ କରିଛି । ଯାହାଦ୍ବାରା ନେତାଜୀ ବସ୍ ଟର୍ମିନାଲ ଓ ୫୦ ବର୍ଷ ସମସ୍ୟା କୁହାଯାଇଥିବା ମୁଖ୍ୟ ଡ୍ରେନଟି ବକ୍ସଡ୍ରେନରେ ପରିଣତ ହୋଇ ଏକ ଚାରି ଥାକିଆ ରାସ୍ତା ସହ ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଇତିହାସ ରଚିଛି । ୧୦୦ ବର୍ଷର ରାସ୍ତା ଉପରେ ଵ୍ୟଵସାୟ କରୁଥିବା ଛତ୍ରବଜାର ଦୋକାନୀ ମାନଙ୍କୁ ଅର୍ବାନ ହାଟ ତିଆରି କରି ସେଠାରେ ସ୍ଥାୟୀ ଭାବରେ ବସାଇବା ସିଏମସି ଇତିହାସ ପୃଷ୍ଠାରେ ଆଉ ଏକ ଅଧ୍ୟାୟ ସଂଯୋଗ କରିପାରିଛି ।

ଏହାସହ ରାଣୀହାଟ ୱାଚ୍ ଟାୱାର କଟକ ର ପରିଚୟକୁ ବଢ଼ାଇବାରେ ସାହାଯ୍ୟ କରିଛି । ଜାଗା ମିଶନ୍ ଜରିଆରେ ୩୪୮୦ଜଣ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ନରଣପୁର ଠାରେ ଅର୍ଥନୈତିକ ଅନଗ୍ରସର ପରିବାରଙ୍କୁ ୫୦୫ ଟି ଘର ସ୍ବଳ୍ପ ମୂଲ୍ୟରେ ମହାନଗର ନିଗମ ପକ୍ଷରୁ ଦିଆଯିବାର ବ୍ୟବସ୍ଥା କରାଯାଇପାରିଛି । ପେନସନ ଯୋଜନାରେ ଚଳିତ ବର୍ଷ ୭୫୨୯ ଜଣ ଲୋକଙ୍କୁ କଟକ ମହାନଗର ନିଗମ ମାଧ୍ୟମରେ ମଧୁବାବୁ ପେନସନ୍ ସୁବିଧା କରାଯାଇପାରିଛି । ୩୬ଟି ନୂଆ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ, ୨୯ଟି ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ସାରି ବ୍ୟବହାର ଉପଯୋଗୀ ହୋଇପାରିଛି ।

ଏହା ମଧ୍ଯ ପଢନ୍ତୁ ... ନାଳରେ କୁକୁର, ବିଲେଇ ମରିବେନି, ମଣିଷ ମରିବା ଅବାସ୍ତବ: ସିଏମସି ମେୟର - Man Fall Into Open Drain In Cuttack

ମୁକ୍ତା ଯୋଜନାରେ ୪୨୮ଟି ପ୍ରକଳ୍ପ କାମ ଏସ.ଏଚ. ଜି ମା ମାନଙ୍କ ମାଧ୍ୟମରେ କାର୍ଯ୍ୟକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏକ ବଡ଼ ପ୍ରୟାସ କରାଯାଇପାରିଛି । ଦେଶ ରେ ସବୁଠାରୁ ଉନ୍ନତ ମାନର ସ୍ମାର୍ଟ ଲାଇବ୍ରେରୀ 10 ଟି ବସ୍ତିରେ ପ୍ରତିଷ୍ଠା କରାଯାଇଛି । ୧୦ରୁ ଉର୍ଦ୍ଧ୍ବ ପାର୍କ ନିର୍ମାଣ ଓ ୩୦ଟି ୱାର୍ଡ ଅଫିସ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରିଛି । ୩ଟି ସ୍ମାର୍ଟ ବସଷ୍ଟପ ଏବଂ ସ୍ମାର୍ଟ ଟଏଲେଟ ନିର୍ମାଣ କରାଯାଇଛି । ଏହାସହ ବାଦାମବାଡ଼ି ସ୍ତିତ ବସଷ୍ଟାଣ୍ଡ ଟର୍ମିନାଲ ରେ ୩.୭୬ କୋଟି ଟଙ୍କା ମୂଲ୍ୟ ରେ ଏକ ଅତ୍ୟାଧୁନିକ ଆହାର କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଅଛି । ୭୫ ଲକ୍ଷ ଟଙ୍କା ମୂଲ୍ୟ ରେ ଗୋରାକବର ସ୍ଥିତ ମଧୁସୁଦାନ ଦାସ ସମାଧି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯାଇପାରିଛି ।

ଅନ୍ୟପକ୍ଷରେ ଦୁଇ ବର୍ଷ ର ସଫଳ ରିପୋର୍ଟ କାର୍ଡର ପ୍ରଦର୍ଶନକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ସନ୍ତୋଷ ଭୋଳ । ତାଙ୍କ ମତରେ ଏଠି କୌଣସି ବିକାଶ ହୋଇନାହିଁ ବରଂ ଲୋକଙ୍କ ଟଙ୍କାକୁ ହରିଲୁଟ କରାଯାଇଛି । ୨ ବର୍ଷ ମଧ୍ୟରେ ଅନେକ ଥର କାଉନସିଲକୁ ଅଚଳ କରାଯାଇଛି । ବାଲିଯାତ୍ରାରେ ହୋଇଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ପର୍ଦାଫାସ ହୋଇ ପାରିଲା ନାହିଁ । ମେୟର ଏହି ତମାମ ଦୁର୍ନୀତିର ମୁଖ୍ୟ ବୋଲି କହିଛନ୍ତି ସେ । ମେୟର ମିଛ କହୁଛନ୍ତି । ସିଏମସି ଦୁର୍ନୀତିରେ ଉବୁଟୁବୁ ହୋଇଛି । ଆଗାମୀ ଦିନରେ ମହାନଗର ନିଗମର ତମାମ ଦୁର୍ନୀତି ଦିଗ ଉପରେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ସନ୍ତୋଷ ଭୋଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.