ETV Bharat / state

ନାଳରେ କୁକୁର, ବିଲେଇ ମରିବେନି, ମଣିଷ ମରିବା ଅବାସ୍ତବ: ସିଏମସି ମେୟର - Man Fall Into Open Drain In Cuttack

author img

By ETV Bharat Odisha Team

Published : Apr 4, 2024, 10:29 PM IST

CMC Mayor Reaction On Death In Drain: ଗତକାଲି ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ସିଏମସି ମେୟର ସୁବାସ ସିଂ ପ୍ରତିକ୍ରିୟା ରଖିଛନ୍ତି । ଦେଢ ଫୁଟ ଓସାରର ଡ୍ରେନରେ ଅଳ୍ପ ପାଣି ଥିବା ସ୍ଥାନରେ ମଣିଷ ଟିଏ ପଡିଯାଇ ମୃତ୍ୟୁ ଘଟଣାକୁ ଅବାସ୍ତବ କହିଛନ୍ତି ମେୟର । ଅଧିକ ପଢନ୍ତୁ

ନାଳରେ କୁକୁର,ବିଲେଇ ମରିବେନି ମଣିଷ ମରିବା ଅବାସ୍ତବ : ସିଏମସି ମେୟର
ନାଳରେ କୁକୁର,ବିଲେଇ ମରିବେନି ମଣିଷ ମରିବା ଅବାସ୍ତବ : ସିଏମସି ମେୟର

ନାଳରେ କୁକୁର,ବିଲେଇ ମରିବେନି ମଣିଷ ମରିବା ଅବାସ୍ତବ : ସିଏମସି ମେୟର

କଟକ: ଗତକାଲି (ବୁଧବାର) ରାତିରେ କଟକର ନୂଆବଜାର ମହିମା ନଗର ଅଞ୍ଚଳରେ ନାଳରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସିଏମସି ମେୟର ସୁବାସ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁଠି କୁକୁର ବୁଲେଇ ମରିବେନି ସେଠି ଜଣେ ଯୁବକ ପଡିଲେ କେମିତି । ଏହା ମୁକୁଳା ନାଳର ଦୋଷ ନୁହଁ ବରଂ ଏହା ଅନ୍ୟ କାରଣ ବୋଲି କହିଛନ୍ତି ମେୟର ସୁବାସ ସିଂ । ଦେଢ଼ ପୁଟ ଓସାରର ଡ୍ରେନରେ ଜଣେ ମଣିଷ ପଡିବା ଅସମ୍ଭବ ଓ ସେଥିରେ କମ ପାଣି ରହିଛି । ତେଣୁ ଡ୍ରେନ ରେ ପଡି ମରିବା ଅସମ୍ଭବ । କେବଳ ସିଏମସି କୁ ବଦନାମ କରିବା ପାଇଁ ଏହା ଉଦେଶ୍ୟମୂଳକ ବୋଲି କହିଛନ୍ତି ମେୟର ।

ବର୍ତ୍ତମାନ ପଙ୍କ ଉଝୁଳା କାର୍ଯ୍ୟ ଜାରି ରହିଛି ସେଥିପାଈଁ ଅଧିକାଂଶ ଡ୍ରେନରୁ ସ୍ଲାବ କଢ଼ା ଯାଇଛି । ତେଣୁ ପଙ୍କ କଢା ସରିବା ପରେ ପୁଣି ସ୍ଲାବ୍ କୁ ରଖାଯାଉଛି । ତେଣୁ ଏହି ଡ୍ରେନରେ ମରିବା ଅସମ୍ଭବ । ମଦ ପିଇ କିମ୍ବା ଅନ୍ୟ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଏହାପରେ ସେ ଡ୍ରେନ ରେ ପଡିଛନ୍ତି । ତେଣୁ ଏହା ପାଇଁ ସିଏମସିକୁ ବଦନାମ କରିବା ଅନୁଚିତ ବୋଲି କହିଛନ୍ତି ମେୟର । ଗତକାଲି ରାତିରେ ନାଳରେ ପଡ଼ି ଯାଇଥିବା ବେଳେ ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖିଥିଲେ । ବହୁଦିନ ଧରି ସ୍ଲାବ ଉଠାଯାଇଥିବା ଯୋଗୁଁ ମୁକୁଳା ପଡ଼ିଥିଲା ନାଳଟି ।

ଏହା ମଧ୍ୟ ପଢନ୍ତୁ ... ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ - Drain Death

ଘଟଣା ସ୍ଥଳରେ ସି ଆର୍ ଆର୍ ଆଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲା । ପୂର୍ବରୁ କଟକ ସହରରେ ଅନେକ ଏଭଳି ଘଟଣା ଘଟିବାର ଦୃଶ୍ୟ ସାମ୍ନାକୁ ଆସିଲାଣି । ମହାନଗର ନିଗମ କେବଳ ବିକାଶ ଚିନ୍ତାରେ ବ୍ୟସ୍ତ ଥିଲା ବେଳେ ଏପଟେ ମୁକୁଳା ନାଳ ଚିନ୍ତା ପାସୋରି ଗଲା ଭଳି ମନେ ହେଉଛି । ଯଦି ପୂର୍ବ ଘଟଣା ଦେଖିବା ତେବେ ବିଡାନାସୀରେ ମୁକୁଳା ଡ୍ରେନରେ ବାଳକ ପଡି ମୃତ୍ୟୁ ଘଟଣା ଘଟିଥିଲା । ଖେଳୁଥିବା ଅବସ୍ଥାରେ ନାଳକୁ ଖସି ପଡିବା ପରେ ଘଟଣା ସ୍ଥଳରେ ତାହାର ମୃତ୍ୟୁ ଘଟିଥିଲା । ସେହିପରି ମାଲଗୋଦାମ ଅଞ୍ଚଳର ଶାଖା ନାଳରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଭାସିବାର ନଜର ଆସିଥିଲା । ଏହାଛଡା ଝୋଲାସାହି ଅଞ୍ଚଳରେ ମଧ୍ୟ ବଡ଼ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିଲେ ଯୁବକ । ଏତେ ସାରା ଘଟଣା ଘଟିବା ପରେ ମଧ୍ୟ ସିଏମସି ର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.