ETV Bharat / state

ବିଧାନସଭା ଓ ଶଙ୍ଖ ଭବନରେ ଦାମଙ୍କ ଶେଷ ଦର୍ଶନ; ଗାର୍ଡ ଅଫ ଅନର ପ୍ରଦାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ - last respect to Damodar Rout

author img

By ETV Bharat Odisha Team

Published : Mar 22, 2024, 1:12 PM IST

Updated : Mar 22, 2024, 2:44 PM IST

Etv Bharat
Etv Bharat

CM pays last respect to senior Damodar Rout: ଶଙ୍ଖ ଭବନରେ ଦାମ ରାଉତଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବିଧାନସଭା ଓ ଶଙ୍ଖ ଭବନରେ ଦାମଙ୍କ ଶେଷ ଦର୍ଶନ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ପ୍ରଥମେ ସରକାରୀ ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ କରିଛନ୍ତି ଦଳୀୟ ନେତା ଓ ବିଶିଷ୍ଟ ବ୍ୟକ୍ତି । ଏହାପରେ ଦାମୋଦରଙ୍କ ପ୍ରାର୍ଥିବ ଶରୀରରକୁ ଶେଷ ଦର୍ଶନ ପାଇଁ ବିଧାନସଭା ଓ ଶଙ୍ଖ ଭବନ ନିଆଯାଇଛି । ବିଧାନସଭା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସେଠାରେ ବିଭିନ୍ନ ଦଳର ବିଧାୟକ ଓ ନେତା ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେଠାରୁ ତାଙ୍କ ମୃତଦେହକୁ ଶଙ୍ଖ ଭବନ ଅଣାଯାଇଥିଲା । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦାମଙ୍କ ମୃତଦେହରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ବିଧାନସଭା ଓ ଶଙ୍ଖ ଭବନରେ ଦାମଙ୍କ ଶେଷ ଦର୍ଶନ
ବିଧାନସଭା ଓ ଶଙ୍ଖ ଭବନରେ ଦାମଙ୍କ ଶେଷ ଦର୍ଶନ
ଏହା ମଧ୍ୟ ପଢନ୍ତୁ: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - Damodar Rout Passes Away

ଶଙ୍ଖ ଭବନରୁ ଦାମଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ତଥା କର୍ମଭୂମି ଜଗତସିଂହପୁର ଜିଲ୍ଲାକୁ ନିଆଯାଉଛି । ପାରାଦ୍ବୀପ-ଏରସମା ଅଭିମୁଖେ ଯାଉଛି ପାର୍ଥିବ ଶରୀର । ପାରାଦ୍ବୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ । ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ । ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର ।

ଏହା ମଧ୍ୟ ପଢନ୍ତୁ: ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ, ଜାଣନ୍ତୁ କେମିତି ଥିଲା ରାଜନୈତିକ ଯାତ୍ରା - Damodar Rout Political Carrier

ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର । ସେଠାରେ ଦଳୀୟ କର୍ମୀ, ସହଯୋଗୀ, ସାଧାରଣ ଲୋକ ଶେଷ ଦର୍ଶନ କରିବେ । ଏହାପରେ ମୃତଦେହ ପୁରୀ ସ୍ବର୍ଗଦ୍ୱାର ନିଆଯିବ । ସେଠାରେ ଦାମଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ । ପୁଅ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖାଗ୍ନି ଦେବେ । ଦାମଙ୍କ ମୃତଦେହ ନିକଟରେ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 22, 2024, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.