ETV Bharat / state

ଜର୍ଜ ହାଇସ୍କୁଲର ଶତବାର୍ଷିକୀ ଉତ୍ସବ, ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

author img

By ETV Bharat Odisha Team

Published : Jan 28, 2024, 10:24 PM IST

ଜର୍ଜ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ , ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ
ଜର୍ଜ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ , ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

Golden Jubilee Of Judge High School: ବରଗଡ଼ ବହୁ ପୁରାତନ ଜର୍ଜ ହାଇସ୍କୁଲକୁ ପୁରିଛି ୧୧୪ ବର୍ଷ । ପୁରାତନ ଛାତ୍ରମାନଙ୍କ ଦ୍ବାରା ଆୟୋଜିତ ହୋଇଛି ଦୁଇ ଦିନିଆ ଶତବାର୍ଷିକୀ ଉତ୍ସବ । ଅଧିକ ପଢନ୍ତୁ

ଜର୍ଜ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ , ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

ବରଗଡ଼: ଇଂରେଜ ଶାସନ ସମୟରେ ଗଢି ଉଠିଥିବା ବରଗଡ଼ର ବହୁ ପୁରାତନ ହାଇସ୍କୁଲର ଆଜି ଶତବାର୍ଷିକୀ । ୧୯୧୪ ମସିହାରେ ଇଂରେଜ ଶାସନ ସମୟରେ ନିର୍ମିତ ହୋଇଥିବା ବହୁ ପୁରାତନ ଜର୍ଜ ହାଇସ୍କୁଲକୁ ୧୧୪ ବର୍ଷ ପୂର୍ତ୍ତି ହୋଇଛି । ତେଣୁ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କର ଉଦ୍ୟମରେ ଦୁଇଦିନଆ ଶତବାର୍ଷିକୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଯୋଗ ଦେଇଛନ୍ତି ।

ଗତକାଲି ପ୍ରଥମ ଦିନରେ ଛତିଶଗଡର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମୁଖ୍ୟ ଫାଟକରେ ଫିତା କାଟି ଶତବାର୍ଷିକୀ ଗେଟର ଉଦଘାଟନ କରିଥିଲେ । ପରେ ଦୀପ ପ୍ରଜ୍ବଳନ ସହିତ ଶତବାର୍ଷିକୀ ସ୍ମରଣିକା 'ମୁକ୍ତାଲୋକ'ର ଉନ୍ମୋଚନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଏହାସହ ପ୍ରଥମ ପର୍ଯ୍ୟୟର ସମ୍ମାନିତ ଅତିଥିଭାବେ ବିଚାରପତି ସଞ୍ଜୟ କୁମାର ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ସାଂସଦ ସୁରେଶ ପୂଜାରୀ ଯୋଗଦେଇଥିଲେ । ଇଂରେଜ ଅମଳରୁ ଚାଲିଆସିଥିବା ଏହି ଜର୍ଜ ହାଇସ୍କୁଲ ଏକ ମଣିଷ ଗଢ଼ା କାରଖାନା ଭଲି କାର୍ଯ୍ୟ କରି ଆସୁଛି । ଯେଉଁଥିରେ ହଜାର ହଜାର ଛାତ୍ର ନିଜର ଉଜ୍ବଳ ଭବିଷ୍ୟତ ଗଢ଼ିଛନ୍ତି । ଆଜି ସଫଳତାର ଶିଖରକୁ ଛୁଇଁ ନିଜ ଅଞ୍ଚଳ ତଥା ରାଜ୍ୟ ଓ ଦେଶ ପାଇଁ ମଧ୍ୟ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି ।

ସେହିପରି ଏକ ମଣିଷ ଗଢ଼ା କାରଖାନାର ଶତ ବାର୍ଷିକୀ ପାଳନ ଅବସରରେ ଯୋଗଦେଇ ନିଜକୁ ଗର୍ବ ଅନୁଭବ କରିଥିବା କହିଥିଲେ ଛତିଶଗଡ଼ ରାଜ୍ୟପାଳ । ଅନ୍ୟପଟେ ବରଗଡ଼ ମାଟିର ସନ୍ତାନ ତଥା ଗୋଟେ ପରିବାରର 5 ଜଣ ସଦସ୍ୟ ଇଂରେଜ ମାନଙ୍କ ବିରୋଧରେ ଲଢ଼େଇ କରି ,ନିଜ ଦେଶ ଓ ମାଟି ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ପରିବାରଙ୍କୁ ଭେଟିବା ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଛତିଶଗଡ଼ର ରାଜ୍ୟପାଳ ।

ଏହା ମଧ୍ୟ ପଢନ୍ତୁ......ନୂଆପଡା ଗସ୍ତରେ ରାଜ୍ୟପାଳ, ମାଓ ଅଞ୍ଚଳ ବୁଲିବା ସହ ଆଦିମ ଜନଜାତିଙ୍କ ସହ କଥାହେଲେ


ତେବେ ଜର୍ଜ ହାଇସ୍କୁଲର ଶତବାର୍ଷିକୀ ପାଳନ ଅବସରରେ ସ୍କୁଲର ହଜାର ହଜାର ଛାତ୍ର ଏକାଠି ହୋଇ ନିଜ ବାଲ୍ୟ ଜୀବନର ସ୍ମରଣ କରିଥିବାବେଳେ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଅନେକ ପୁର୍ବତନ ଏବଂ ସ୍ୱର୍ଗତ ଗୁରୁଜନଙ୍କ ଅବଦାନ ଅତୁଳନୀୟ । ଏହି ଅବସରରେ ସମସ୍ତ ଗୁରୁଜନମାନଙ୍କୁ ଆଜି ପୁରାତନ ଛାତ୍ରମାନେ ସମ୍ବର୍ଦ୍ଧନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.