ETV Bharat / state

ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ ମାରିବା, ଅଭିଯୁକ୍ତ ଜିତୁକୁ କୋର୍ଟ ଚାଲାଣ କଲା ପୋଲିସ

author img

By ETV Bharat Odisha Team

Published : Feb 24, 2024, 7:20 PM IST

Updated : Feb 25, 2024, 6:49 AM IST

Politician Arrested for Attacking Doctor in Rayagada: ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ମାଡ଼ ମାରିଲେ ନେତା । ଜିତୁ ଜାକାଶିକା ନାମକ ଜଣେ ବିଏସପି ନେତା ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଅଧିକ ପଢ଼ନ୍ତୁ,

ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ ମାରିବା
ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ ମାରିବା

ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ମାଡ ମାରିବା

ରାୟଗଡ଼ା: ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ମାଡ଼ ମାରିଲେ ନେତା । ଏହିପରି ଏକ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଯାଇଛି । ସୂଚନା ଅନୁଯାୟୀ, ଜିତୁ ଜାକାଶିକା ନାମକ ଜଣେ ବିଏସପି ନେତା ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଯାହାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଆକ୍ରମଣର ଶିକାର ହୋଇଥିବା ଡାକ୍ତର ହେଲେ ସବ୍ୟସାଚୀ ମହାପାତ୍ର । ଡାକ୍ତର ସବ୍ୟସାଚୀଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତକୁ ଗିରଫ କରି ଗତକାଲି (ଶୁକ୍ରବାର) କୋର୍ଟ ଚାଲାଣ କରିଛି ମୁନିଗୁଡା ପୋଲିସ।

ଡାକ୍ତରଙ୍କୁ ମାଡ ମାରିବା ବିଏସପି ନେତା ଜିତୁ ଜାକାଶିକାଙ୍କୁ ମହଙ୍ଗା ପଡିଲା । ତେବେ ରାୟଗଡା ଏସପି ହରିଶ ବି ସି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଏସପିଙ୍କ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଡାକ୍ତର ସବ୍ୟସାଚୀ ମହାପାତ୍ର କାୟାକଳ୍ପ ଟିମ ପରିଦର୍ଶନ କାର୍ଯ୍ୟକ୍ରମରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ସେଠାରେ ଅଭିଯୁକ୍ତ ବିଏସପି ନେତା ଜିତୁ ଜାକାଶିକା ତାଙ୍କ ସମର୍ଥକଙ୍କ ସହ ପହଞ୍ଚିଥିଲେ । ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉନଥିବା ଅଭିଯୋଗ କରିଥିଲେ ଓ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଥିଲେ । ପରେ ହଠାତ୍‌ ଅଭିଯୁକ୍ତ ଜିତୁ ରାଗି ଯାଇ ଡାକ୍ତର ସବ୍ୟସାଚୀଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିବା ସହିତ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ବାଜିଲା ଖବର ବେଆଇନ ବାଲିଘାଟକୁ ନେଇ ତେଜିଲା ବିରୋଧ, ଛତ୍ରଭଙ୍ଗ ଦେଲେ ହାଇୱା ଡ୍ରାଇଭର

ଏହି ଘଟଣା ଅଭିଯୋଗ କରି ପୋଲିସ ଷ୍ଟେସନକୁ ଫୋନ କରିଥିଲେ ଡାକ୍ତର ସବ୍ୟସାଚୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅନ୍ୟପଟରେ ଅଭିଯୁକ୍ତ ଜିତୁ ଜାକାଶିକା କହିଛନ୍ତି ଯେ,‘‘ ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଗତ ଦଶ ବର୍ଷ ହେବ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । ଏଠାରେ କୌଣସି ଆଧିକାରୀ ତାଙ୍କ କାର୍ଯ୍ୟ ସଠିକ ଭାବରେ କରୁନାହାନ୍ତି । ପଚାରିବାରୁ ଡାକ୍ତର ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।’’ ସେପଟେ ରାୟଗଡା ଏସପି ହରିଶ ବି ସି କହିଛନ୍ତି, ‘‘ ଆମେ ଡାକ୍ତର ସବ୍ୟସାଚୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଜିତୁ ଜାକାଶିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ’’ ତେବେ ଏହିଭଳି ଘଟଣାରେ ଆଇନକୁ ହାତକୁ ନନେଇ ଶାନ୍ତିପୂର୍ଣ୍ଣ ସମାଧାନର ବାଟ ଆବଲମ୍ବନ କରିବା କଥା ।

ଇଟିଭି ଭାରତ, ରାୟଗଡ଼ା

Last Updated :Feb 25, 2024, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.