ETV Bharat / state

ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ମାଓବାଦୀ, ନିର୍ବାଚନ ପୂର୍ବରୁ BSFର ନୂଆ COB

author img

By ETV Bharat Odisha Team

Published : Mar 4, 2024, 10:15 PM IST

Updated : Mar 5, 2024, 9:26 AM IST

BSF ready for incident free polls: ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହେଉଛନ୍ତି ମାଓବାଦୀ । ନିର୍ବାଚନ ପୂର୍ବରୁ ଫୋକସରେ ମାଓ ଅଧ୍ୟୁଷିତ ଜିଲ୍ଲା । ଅଧିକ ପଢନ୍ତୁ

ମାଓ ଦମନ
ମାଓ ଦମନ

BSF ready for incident free polls

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ନକ୍ସଲ ଅପରେସନ ଜୋରଦାର । ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହେଉଛନ୍ତି ମାଓବାଦୀ । ତେଣୁ ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାରେ ଏବେ ନୂଆ COB (Company Operative Base) ତିଆରି ହେବ । ଯାହାଦ୍ବାରା ଇଲେକ୍ସନ ମୁଭମେଣ୍ଟ ଭଲ ହୋଇପାରିବ ବୋଲି ସୂଚନା ଦେଇଛନ୍ତି BSF ଡିଆଇଜି ଧୀରେନ କୁମାର । ସେ କହିଛନ୍ତି, "ଗତ ଫେବୃଆରୀ ୨୮ତାରିଖରେ କନ୍ଧମାଳ ଓ ବୌଦ୍ଧ ସୀମାନ୍ତ ବଡାପାଜୁରେ ଏକ ସିଓବି ପ୍ରତିଷ୍ଠା କରାଯାଇଛି । ସେହି ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳରେ ମାଓ ଅପରେସନ କରି ସେଠାରେ BSF ଲୋକଙ୍କ ସହ ଯୋଡ଼ି ହେଉଛି । ବାଲିଗୁଡ଼ାରେ ମଧ୍ୟ ଏକ ସିଓବି କରି ସେଠାରେ ଫୋର୍ସ ଡିପ୍ଲୋୟମେଣ୍ଟ କରାଯାଇଛି ।


ବର୍ତ୍ତମାନ ମାଓ ଅପରେସନକୁ ଜୋରଦାର କରାଯାଉଛି । BSF, SOG, CRPF ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଜୋରଦାର କରିଛନ୍ତି । ଏବେ ଅଧିକାଂଶ ମାଓବାଦୀ ଛତ୍ରଭଙ୍ଗ ଦେଇ ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହୋଇଛନ୍ତି । କାରଣ ଜାନୁଆରୀରୁ ଏଯାବତ୍ ୬ ଥର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହେଲାଣି । ଏହାଦ୍ବାରା ମାଓବାଦୀ ନିହତ ହେଉଛନ୍ତି । ପୋଲିସ ଓ ଯବାନମାନେ ଅନେକ ସମୟରେ ଆହତ ବା ସହୀଦ ହେଉଛନ୍ତି । ନିକଟରେ କେକେବିଏନର କମାଣ୍ଡର ଦସ୍ୟୁ ମଧ୍ୟ ନିହତ ହୋଇଥିଲା । ମାଓବାଦୀ ଧୀରେ ଧୀରେ ପଡୋଶୀ ରାଜ୍ୟ ମୁହାଁ ହେଉଛନ୍ତି । ତେଣୁ ନିର୍ବାଚନ ପରିଚାଳନା ଶାନ୍ତି ଶୃଙ୍ଖଳା ସହ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ମାଓ‌ ପ୍ରଭାବିତ ଜିଲ୍ଲାରେ ମାଓ ଦମନ କରାଯିବ ଏବଂ ଦୁର୍ଗମ ଅଞ୍ଚଳରେ ବିଏସଏଫ୍‌ ପହଞ୍ଚିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ...ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

"ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚାଇବା ସହ ଅନେକ ଜୀବନ ବଞ୍ଚାଇବା ଦିଗରେ କର୍ତ୍ତବ୍ୟ ଜାରି ରହିବ" ବୋଲି କହିଛନ୍ତି ବିଏସଏଫ୍‌ ଡିଆଇଜି ଧିରେନ କୁମାର । ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ ମାଓବାଦୀ ଶେଷ ନିଃଶ୍ୱାସ ନେଉଛନ୍ତି । ବର୍ଷେ ଦୁଇ ବର୍ଷ ମଧ୍ୟରେ ମୁକ୍ତ ହୋଇଯିବେ । ଦୁଇ ଚାରୋଟି ଜିଲ୍ଲାରେ ସେମାନଙ୍କର ଗତିବିଧି ରହିଛି । ଯୁଆଡ଼େ ଯାଉଛନ୍ତି ଅପରେସନ ପାଇଁ ପଳାୟନ କରୁଛନ୍ତି । ତେଣୁ ନକ୍ସଲ ଦମନ ଏକ ରାଜନୈତିକ ଓ ସାମାଜିକ ପ୍ରକ୍ରିୟା ।" 2010ରୁ BSF ପକ୍ଷରୁ ହୋଇଥିବା ନକ୍ସଲ ଅପରେସନରେ ୬୫ନକ୍ସଲ ନିହତ ହୋଇଥିବାବେଳେ ୭୯୩ଜଣ ଧରାଯାଇଥିଲେ । ଏହାସହ ୬୩୨ ଜଣ ସରେଣ୍ଡର କରିଛନ୍ତି , ୪୯୬ ଆଇଡି ସହ ୮୮୨ ହତିଆର (ଅତ୍ୟାଧୁନିକ ବନ୍ଧୁକ ସହ) ୮୮୧୦ ରାଉଣ୍ଡ ଗୁଳି, ୩ ହଜାର‌ କିଲୋଗ୍ରାମ ଏକ୍ସୋପ୍ଲୋସିଭ, ସାଢେ ଚାରି ହଜାର ଗ୍ରେନେଡ, ସାଢେ ୭ ହଜାର ଡିଟୋନେଟର, ୧ ହଜାର କୋଡେକ୍ସ, ୩୦୦କେଜି ଗଞ୍ଜେଇ , ୧ କୋଟି ୧୦ଲକ୍ଷ ଟଙ୍କା ନଗଦଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ବିଏସଏଫ ଡିଆଇଜି ।

ପ୍ରକାଶଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ 47ଟି ସିଓବି ରହିଛି । ସେଗୁଡ଼ିକ ମଧ୍ୟରୁ ମାଲକାନଗିରିରେ 25ଟି, କୋରାପୁଟରେ 11ଟି, କନ୍ଧମାଳରେ 10ଟି ଓ କଳାହାଣ୍ଡିରେ ଗୋଟିଏ ସିଓବି (Company Operative Base) ରହିଛି । ବୌଦ୍ଧରେ ଗୋଟିଏ ସିଓବି ନିର୍ମାଣ ହେବା ପରେ ଏହି ସଂଖ୍ୟା 48ରେ ପହଞ୍ଚିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 5, 2024, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.