ETV Bharat / state

ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

author img

By ETV Bharat Odisha Team

Published : Feb 25, 2024, 10:38 PM IST

Mao Camp Seized: ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ୨୩ ତାରିଖରେ ଘଟିଥିବା ପୋଲିସ ଏବଂ ମାଓବାଦୀ ଗୁଳି ବିନିମୟ ଘଟଣାରେ ବିପୁଳ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ,ବିଫୁଳ ସାମଗ୍ରୀ ଜବତ
ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ,ବିଫୁଳ ସାମଗ୍ରୀ ଜବତ

ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ,ବିଫୁଳ ସାମଗ୍ରୀ ଜବତ

ବରଗଡ଼: ଜିଲ୍ଲା ପାଇକମାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ଜବତ । ଗତ ୨୩ ତାରିଖରେ ପାଇକମାଲ ଜଙ୍ଗଲ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣା ଉପରେ ଆଜି (ରବିବାର) ବରଗଡ଼ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ପୋଲିସର କମ୍ବିଂ ଅପରେସନରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ଚାଲିଯାଇଥିବା ବେଳେ ଜଙ୍ଗଲ ଭିତରେ ରହିଥିବା ଅସ୍ଥାୟୀ ମାଓ କ୍ୟାମ୍ପରୁ ଅନେକ ସାମଗ୍ରୀ ଜବତ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଏସପି ପ୍ରହଲ୍ଲାଦ ସାହାୟି ମୀନା ।

ସୂଚନା ଅନୁଯାୟୀ କୌଣସି ଏକ ବଡ଼ ଧରଣର କାର୍ଯ୍ୟକଳାପ କରିବା ପାଇଁ ସିପିଆଇ ମାଓବାଦୀଙ୍କ ସଶସ୍ତ୍ର କ୍ୟାଡର ପାଇକମାଳର ଖଣ୍ଡିଝରଣ ଗ୍ରାମର ଘଞ୍ଚ ଜଙ୍ଗଲରେ କ୍ୟାମ୍ପ କରିଥିବା ସୂଚନା ପାଇଥିଲା ପୋଲିସ । ଓଡ଼ିଶା ପୋଲିସର ବରଗଡ଼ ଓ ବଲାଙ୍ଗୀର ପୋଲିସ ଟିମ ଦ୍ୱାରା ଏସଓଜି ଟିମ ସହିତ ମିଳିତ ଗତ ୨୩ ତାରିଖରେ ଦିନ ସକାଳ ସମୟରେ କମ୍ବିଂ କରୁଥିଲେ । ସେତେବେଳେ ମାଓବାଦୀଙ୍କ ପାଖରୁ ହଠାତ ଗୁଳି ବିନିମୟ ହୋଇଥିଲା । ତେବେ ଏସଓଜି ଓ ପୋଲିସ ଟିମ ଏହାର ଜବାବ ଦେଇଥିଲେ । ହେଲେ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳର ଫାଇଦା ନେଇ ମାଓବାଦୀମାନେ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ପୁରା ଜଙ୍ଗଳକୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା । ଏହି ସମୟରେ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା । ସେଠାରୁ ଉଦ୍ଧାର ହୋଇଥିବା କାଗଜପତ୍ରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ବିଷୟରେ କିଛି ହାତ ଲେଖା ରହିଥିଲା ।

ତେବେ ସର୍ଚ୍ଚ ଅପରେସନ ପରେ ପୋଲିସ ମାଓ କ୍ୟାମ୍ପରୁ ଜବତ ହୋଇଥିବା ବହୁ ପରିମାଣର ସାମଗ୍ରୀଗୁଡିକୁ ଆଜିର ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରଦର୍ଶନ କରିଥିଲା । ସେଠାରୁ ଦୁଇଟି ସୋଲାର ପ୍ଲେଟ, ମାଓ ପତ୍ରିକା, ମାଓ ଟୋପି 2ଟି, ବିସ୍ପୋରକ, ଡିଟୋନେଟର 2ଟି, କର୍ଡେକ୍ସ 6ଟି, ତାର 3ଟି ବଣ୍ଡଲ, 12ଟି ଭୋଟଲର ବ୍ୟାଟେରୀ 2ଟି, ଚାର୍ଜର 3ଟି, ହାତଘଣ୍ଟା 3ଟି, ଛୁରୀ 4ଟି, ହେଭରସେକ 5ଟି, କମ୍ବଳ 4ଟି, ତାରପୋଲିନ 6ଟି ଜବତ କରାଯାଇଥିଲା । ଏହାସହ ପାଣି ବୋତଲ 5ଟି, କଇଁଚି 3ଟି, ବ୍ୟାଗ 11ଟି, ଗୁଲେର 1ଟି, ବେଲ୍ଟ6 ଟି, ଥରମୋଫ୍ଲାକ୍ସ 1ଟି, GPS ଟ୍ରେକର ଯନ୍ତ୍ର 2ଟି, ରେଡ଼ିଓ ସେଟ 3ଟି, କାର ମୋବାଇଲ ଚାର୍ଜର 1ଟି, ରନ୍ଧା ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ମାଓ ପୋଷାକ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ପାଇକମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ତେବେ ମାଓ କ୍ୟାମ୍ପରୁ ସେନୀଟେରୀ ପେଡ୍ ମଧ୍ୟ ଜବତ ହୋଇଥିବାରୁ ଏହି ମାଓ କ୍ୟାମ୍ପରେ କିଛି ମହିଳା ମାଓବାଦୀ ମଧ୍ୟ ରହିଥିବା ଅନୁମାନ କରାଯାଇଛି । ମାଓବାଦୀ ମାନେ ନିଜେ ନିଜକୁ ପୋଲିସ ଆଗରେ ସମର୍ପିତ କରି ସମାଜର ମୁଖ୍ୟ ଧରାରେ ସାମିଲ ହୁଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା DGP ଅପିଲ କରିଛନ୍ତି ।

ଇଟିଭି ଭାରତ,ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.