ETV Bharat / state

ଗଁନ୍ଦିଆରେ ନାବାଳକକୁ ଚାପିଲା ବାଲି ବୋଝେଇ ଟିପ୍ପର, ଅକାଳରେ ଆଖି ବୁଜିଲେ ଅଷ୍ଟମ ଶ୍ରେଣୀ ଛାତ୍ର - Dhenkanal Tipper Truck Accident

author img

By ETV Bharat Odisha Team

Published : Apr 30, 2024, 5:17 PM IST

ଗଁନ୍ଦିଆରେ ନାବାଳକକୁ ଚାପିଦେଲା ବାଲି ବୋଝେଇ ଟିପ୍ପର
ଗଁନ୍ଦିଆରେ ନାବାଳକକୁ ଚାପିଦେଲା ବାଲି ବୋଝେଇ ଟିପ୍ପର

Dhenkanal Tipper Truck Accident: ଢେଙ୍କାନାଳର ଗଁନ୍ଦିଆ ଅଞ୍ଚଳରେ ଜଣେ ୧୪ ବର୍ଷୀୟ ନାବାଳକ ଟିପ୍ପର ଧକ୍କାରେ ପ୍ରାଣ ହରାଇଛନ୍ତି । ସନ୍ଥପୁର-ବିଜୁରିଆ ରାସ୍ତାର ଡଉଁରୀ ନାଳ ପୋଲ ତଳକୁ ଖସିପଡିଛି ଟିପ୍ପର । ଅଧିକ ପଢନ୍ତୁ

ଗଁନ୍ଦିଆରେ ନାବାଳକକୁ ଚାପିଦେଲା ବାଲି ବୋଝେଇ ଟିପ୍ପର

ଢେଙ୍କାନାଳ: ଟିପ୍ପର ଧକ୍କାରେ ନାବାଳକର ମୃତ୍ୟୁ । ଢେଙ୍କାନାଳର ଗଁନ୍ଦିଆ ଅଞ୍ଚଳରେ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି । ଢେଙ୍କାନାଳରେ ୨୫ଫୁଟ ପୋଲ ତଳକୁ ଖସିପଡ଼ିଲା ବାଲି ବୋଝେଇ ଟିପ୍ପର । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ସନ୍ଥପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ସନ୍ଥପୁର -ବିଜୁରିଆ ରାସ୍ତାର ଡ଼ଉଁରୀ ନାଳ ପୋଲ ତଳକୁ ଖସିପଡିଛି ଟିପ୍ପର । ଏହି ଦୁର୍ଘଟଣାରେ ଚାପି ହୋଇରହିଥିବା ମୃତ ୧୪ ବର୍ଷୀୟ ବାଳକ ସନ୍ଥପୁରର ଚନ୍ଦନ ବେହେରାଙ୍କ ପୁଅ ଶୁଭ ବେହେରା ବୋଲି ଜଣାପଡିଛି । ଶୁଭ ସନ୍ଥପୁର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଗଁନ୍ଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ... ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଟ୍ରକ, 3 ଆହତ - Jajpur Road Accident

ଜେସିବି ମାଧ୍ୟମରେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୨ ରୁ ତିନି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଟିପ୍ପର ତଳେ ଚାପିହୋଇଥିବା ନାବାଳକକୁ ଉଦ୍ଧାର କରିଥିଲେ । ଗଁନ୍ଦିଆ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାଳକଟିର ମୃତଦେହକୁ ଜବତ କରି ଗଁନ୍ଦିଆ ମେଡ଼ିକାଲରେ ଭର୍ତ୍ତି କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଟିପ୍ପର ଡ୍ରାଇଭରକୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛି ।

ସୂଚନା ଅନୁସାରେ ଆଜି ସନ୍ଥପୁର ଗ୍ରାମର ଶୁଭ ତାର କିଛି ସାଥି ମାନଙ୍କ ସହିତ ଏହି ପୋଲ ଉପରେ ଛିଡା ହୋଇଥିଲେ । ଏହି ବାଲି ବୋଝେଇ ଟିପ୍ପର ଦ୍ରୁତବେଗରେ ଆସି ଭାରସାମ୍ୟ ହରାଇ ଶୁଭକୁ ଧକ୍କା ଦେଇ ପୋଲ ତଳକୁ ଖସି ପଡ଼ିଥିଲା । ତେବେ ଶୁଭ ମଧ୍ୟ ପୋଲ ତଳକୁ ଖସି ପଡିଥିବା ବେଳେ ତା ଉପରେ ଟିପ୍ପରଟି ଓଲଟି ପଡିଯାଇଥିଲା । ତେବେ ପୋଲ ତଳକୁ ଟିପ୍ପର ସହିତ ଖସିନପଡିଥିବା ଟିପ୍ପର ଡ୍ରାଇଭରକୁ ଗ୍ରାମବାସୀ ଉଦ୍ଧାର କରି ଅଟକ ରଖିଥିବା ଜଣାପଡିଛି । ଏଭଳି ଅଘଟଣକୁ ନେଇ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.