ETV Bharat / state

ବିଧାୟକ ବ୍ୟୋମକେଶ ରାୟଙ୍କୁ ବିରୋଧ, କଳା ପତାକା ଦେଖାଇଲେ ଖଟୁଆ ପାଟଣାବାସୀ

author img

By ETV Bharat Odisha Team

Published : Feb 5, 2024, 7:26 AM IST

ବିଧାୟକ ବ୍ୟୋମକେଶ ରାୟଙ୍କୁ ବିରୋଧ , କଳା ପତାକା ପ୍ରଦର୍ଶନ କଲେ ଖଟୁଆ ପାଟଣାବାସୀ
ବିଧାୟକ ବ୍ୟୋମକେଶ ରାୟଙ୍କୁ ବିରୋଧ , କଳା ପତାକା ପ୍ରଦର୍ଶନ କଲେ ଖଟୁଆ ପାଟଣାବାସୀ

Black Flag Shown To Chandbali MLA: ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଚାନ୍ଦବାଲି ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ବିଧାୟକଙ୍କ ଦେଖା ମିଳିଥିବା କହିିଲେ ଖଟୁଆ ପାଟଣା ଗ୍ରମବାସୀ । ଅଧିକ ପଢନ୍ତୁ

ବିଧାୟକ ବ୍ୟୋମକେଶ ରାୟଙ୍କୁ ବିରୋଧ , କଳା ପତାକା ପ୍ରଦର୍ଶନ କଲେ ଖଟୁଆ ପାଟଣାବାସୀ

ଭଦ୍ରକ: ଚାନ୍ଦବାଲି ବିଧାୟକଙ୍କୁ କଳା ପତାକା ପ୍ରଦର୍ଶନ । ବିଧାୟକ ଲୋକଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ । ବହୁ ବନ୍ୟା,ବାତ୍ୟରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ବିଧାୟକଙ୍କ ଦେଖା ମିଳିନଥିଲା । ହେଲେ ଏବେ ନିର୍ବାଚନ ଆସିଗଲା ବୋଲି ଦେଖା ମିଳିଲା ଏଭଳି ଅଭିଯୋଗ କରିଛନ୍ତି ଲୋକେ । ଗତକାଲି(ରବିବାର) ବିଧାୟକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବେଳେ ଖଟୁଆ ପାଟଣାବାସୀ ବିରୋଧ କରିଥିଲେ । ତେବେ କେଉଁଆଡେ ଆସିଛ, କ'ଣ ପାଇଁ ଆସିଛ ଆଉ ଏତେ ଦିନ ଧରି କୁଆଡେ ଯାଇଥିଲ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଆପଣଙ୍କୁ ଏଥର ଆଉ ସୁଯୋଗ ଦେବୁ ନାହିଁ କହିବା ସହ ବିଭିନ୍ନ ନାରାବାଜି ଦେଇଥିଲେ ଲୋକେ ।

ସୂଚନା ଅନୁଯାୟୀ ଚାନ୍ଦବାଲି ବିଧାୟକ ଡାକ୍ତର ବ୍ୟୋମକେଶ ରାୟ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖଟୁଆ ପାଟଣା ଗାଁକୁ ଯାଉଥିଲେ । ଠିକ୍ ଏହି ସମୟରେ ଗାଁ ରାସ୍ତାରେ କଳା ପତାକା ପ୍ରଦର୍ଶନ କରି ବିଧାୟକଙ୍କ ବାଟ ଓଗାଳି ଥିଲେ ସ୍ଥାନୀୟ ଲୋକେ । ଚାନ୍ଦବାଲି ବିଧାୟକ ହାଏ ହାଏ, ମୁର୍ଦ୍ଦାବାଦ୍‌, ଗୋ ବ୍ୟାକ୍ ଆଦି ନାରାରେ କମ୍ପିଥିଲା ଗାଁ ରାସ୍ତା । ବନ୍ୟା, ବାତ୍ୟା, ଘର ପୋଡ଼ି ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ଆସିଲ ନାହିଁ କି ସହାୟତା ପ୍ରଦାନ କରିଲେ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ନିର୍ବାଚନ ପୂର୍ବରୁ ଦଳ ଡିଆଁ, ବିଜେଡି-କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁର ଗସ୍ତରେ ରାଜ୍ୟ ସରକାରଙ୍କ ବିପକ୍ଷରେ ପଦେ ବି କହିଲେନି ମୋଦି: କଂଗ୍ରେସ

ଯେତେବେଳେ ପ୍ରଥମ ଥର ଜିତି ବିଧାୟକ ହୋଇଥିଲେ, ସେତେବେଳେ ମଧ୍ୟ ଲୋକଙ୍କୁ ଅଣଦେଖା କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ପାଳିରେ ମଧ୍ୟ ଅଭିନୟ କରି ଭୋଟ ନେଲ ଏବଂ ତୃତୀୟ ପାଳି ପୂର୍ବରୁ ଲୋକମାନଙ୍କ ସମର୍ଥନ ନେବାକୁ ଆସିଛନ୍ତି । ଯାହାକୁ କଦାପି ବରଦାସ୍ତ କରାଯିବନି ବୋଲି ନାରା ଦେଇଥିଲେ । ଅନ୍ୟପଟେ ବିଜେଡ଼ି କହିଛି ଯେ ବିଧାୟକ ସବୁବେ୍ଳେ ଲୋକଙ୍କ ସହିତ ଅଛନ୍ତି । ବିରୋଧୀ ଦଳ ପକ୍ଷରୁ ଯେତେ ବିରୋଧ କରାଯିବ ଆମର ଯାଏ ଆସ ନାହିଁ । ବିଧାୟକ ପୂର୍ବସୂଚୀ ମୁତାବକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏନେଇ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ .....ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.