ETV Bharat / state

ନିର୍ବାଚନ ପୂର୍ବରୁ ଦଳ ଡିଆଁ, ବିଜେଡି-କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

author img

By ETV Bharat Odisha Team

Published : Feb 4, 2024, 10:48 PM IST

ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ
ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

BJD And Congress Workers Joins BJP: ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତରେ ବିଜେପିରେ ସାମିଲ ହୋଇଛନ୍ତି ଶହଶହ ବିଜେଡି ଓ କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ

ନିମାପଡ଼ା: ପାଖେଇ ଆସୁଛି ନିର୍ବାଚନ 2024 । ରାଜ୍ୟରେ ପ୍ରମୁଖ ଦଳମାନେ ଆରମ୍ଭ କଲେଣି ପ୍ରାକ୍‌ ପ୍ରସ୍ତୁତି । ରାଜନୀତି ମଇଦାନକୁ ଓହ୍ଲାଇ ପାଇଁ ଦଳମାନଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି । ଦଳକୁ ବଳ ଯୋଗାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଛଳାଇଛନ୍ତି ନେତା । ଏହାରି ଭିତରେ ଚାଲିଛି ଦଳ ଡିଆଁ । ଏନେଇ ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତରେ ବିଜେପିରେ ସାମିଲ ହୋଇଛନ୍ତି ଶହଶହ ବିଜେଡି ଓ କଂଗ୍ରେସ କର୍ମୀ ।

ତେବେ ଆଜି ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତର ବାଲିଦୋକାନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଞ୍ଚାୟତ ପ୍ରମୁଖ ପଞ୍ଚାନନ କାଣ୍ଡି ଓ ମଣ୍ଡଳ ସଭାପତି ଅଭୟ ରାଉତଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କାକଟପୁର ଓ ଅସ୍ତରଙ୍ଗ ବ୍ଳକରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ସମେତ ବିଜେପିର ଟାଣୁଆ ନେତୃତ୍ଵମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, " ଲୋକମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା, ଗରିବ କଲ୍ୟାଣ ଯୋଜନା ପ୍ରତି ଆକୃଷ୍ଟ ହୋଇଛନ୍ତି । ଆଗାମୀ ଦିନରେ ଏଠାରେ ବିଜେପିକୁ ମଜଭୁତ କରିବା ପାଇଁ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ପୁରୀ ଜିଲ୍ଲା ବିଜେପି ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଉଛି । ଆଗାମୀ ଦିନରେ ପୁରୀରେ ବିଜେପି ମଜଭୁତ ହେବ ଓ ଆଗାମୀ ନିର୍ବାଚନରେ ବିଜେପି ଏଠାରେ ନିଶ୍ଟୟ ବିଜୟ ହାସଲ କରିବ ।"

ଏହା ମଧ୍ୟ ପଢ଼ନ୍ତୁ.....ବିଜେପି ମିଶ୍ରଣ ପର୍ବ: କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିଲେ ଇତିଶ ପ୍ରଧାନ

ସେପଟେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି ନିମାପଡାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ । ଗାଁ ଗାଁକୁ ବୁଲି କିପରି ଆଗାମୀ ନିର୍ବାଚନରେ ବାଜିମାତ୍ କରିବା ସହ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ହାତେଇବେ ସେଥିପାଇଁ ଆଜିଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଜିର ମିଶ୍ରଣ ପର୍ବରୁ ସ୍ପଷ୍ଟ ବାରି ହେଉଛି ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳକୁ କଡା ଟକ୍କର ଦେବ ଭାରତୀୟ ଜନତା ପାର୍ଟି । ଆଜିର ଏହି ମିଶ୍ରଣ ପ୍ରବରେ କାକଟପୁର ଓ ଅସ୍ତରଙ୍ଗ ବ୍ଳକର ସମସ୍ତ ପଞ୍ଚାୟତର ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ ନୋମିନି ସମେତ ହଜାର ହଜାର ବିଭିନ୍ନ ଦଳର କର୍ମୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.