ETV Bharat / politics

ବିଜେପି ମିଶ୍ରଣ ପର୍ବ: କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିଲେ ଇତିଶ ପ୍ରଧାନ

author img

By ETV Bharat Odisha Team

Published : Jan 30, 2024, 10:01 PM IST

Itish Pradhan Joins BJP: ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇତିଶ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ବିଜେପି ଶିବିରରେ ମିଶିଛନ୍ତି ଇତିଶ ପ୍ରଧାନ । ଅଧିକ ପଢ଼ନ୍ତୁ

ବିଜେପି ମିଶ୍ରଣ ପର୍ବ
ବିଜେପି ମିଶ୍ରଣ ପର୍ବ

ବିଜେପି ମିଶ୍ରଣ ପର୍ବ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେପି । ବିଭିନ୍ନ ଦଳରୁ ଯୁବ, ଛାତ୍ର ତଥା ବରିଷ୍ଠ ନେତାଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବାରେ ସଫଳ ହେଉଛି ଦଳ । ଏହାରି ଭିତରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୁଣି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇତିଶ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି । ବିରାଟ ପାଟୁଆରରେ ଶତାଧିକ ସମର୍ଥକଙ୍କ ସହ ଆସି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଇତିଶ ପ୍ରଧାନ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ କାମ କରିବାର ଶୈଳୀରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଇତିଶ । ଇତିଶଙ୍କ ସମେତ ଭୁବନେଶ୍ବର, ମୟୂରଭଞ୍ଜ, ଦେବଗଡ଼, ଧର୍ମଗଡ଼, ବାଲେଶ୍ବର ଓ ପୁରୀରୁ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ ଅନେକ ସାମାଜିକ କର୍ମୀ ଏବଂ ସ୍ମାର୍ଟ ସିଟି ଅନଲାଇନ୍‌ ଅଟୋ ଆସୋସିଏସନର ସଦସ୍ୟମାନେ ମଧ୍ୟ ପଦ୍ମ ଧରିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ଦଳ ବସୁଧୈବ କୁଟୁମ୍ବକମ ଭଳି ସମସ୍ତଙ୍କୁ ଆପଣାଇ ନେବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଏକ ସରକାର ଚାଲିଛି, ଯାହା ଓଡିଶାବାସୀଙ୍କୁ ଲୁଟ କରି ଚାଲିଛି । ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଚାଉଳ ସଂଗ୍ରହ କରି ତାକୁ ଖାଇଦେଲେ । ଜଗନ୍ନାଥଙ୍କୁ ଗାଁ ଗାଁ ବୁଲାଇ ଭିକ୍ଷା ମାଗିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରେ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ ସଦର ନିର୍ବାଚନ ମଣ୍ଡଳୀ ସରଗରମ

ସେପଟେ ଇତିଶ କହିଛନ୍ତି, "ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ବୃଦ୍ଧି ପାଇଛି । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଏକମାତ୍ର ବିକଳ୍ପ । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଞ୍ଜିନ ସରକାର ଗଠନ ହେବ । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.