ETV Bharat / state

ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା: ଧର୍ମେନ୍ଦ୍ର ପ୍ରଧାନ - BJP Election Campaign In Athamallik

author img

By ETV Bharat Odisha Team

Published : Apr 29, 2024, 10:36 PM IST

ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା: ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan Election Campaign In Athamallik: ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢି ତୋଳିବା ପାଇଁ ବିଜେପିକୁ ଭୋଟ୍ ଦେବା ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ସମୟରେ ଚଳିତ ବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ । ଓଡ଼ିଶାରେ ସର୍ବାଧିକ ସିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢି ତୋଳିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ।


ଆଜି (ସୋମବାର) ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଥମେ ଧର୍ମେନ୍ଦ୍ର ନିର୍ବାଚନ ମଣ୍ଡଳୀର କୃତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଶତାଧିକ ନେତା, କର୍ମୀ ଏବଂ ସମାଜସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ପରେ ଠାକୁରପଡାରେ ଅନୁଷ୍ଠିତ ବିଶାଳ ରୋଡ ସୋ’ରେ ସାମିଲ ହୋଇ ବିଜେପିକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ । ଏହା ପରେ ଠାକୁରପଡାରେ ଦଳ ପକ୍ଷରୁ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ ବିଜେଡି ନେତା ପ୍ରକାଶ ଡଙ୍ଗାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, "ଆଜିର ସମାବେଶ କେବଳ ପରିବର୍ତ୍ତନ ସମାବେଶ ନୁହେଁ । ଓଡ଼ିଆ ଅସ୍ମିତାର ସମାବେଶ, ସ୍ୱାଭିମାନ ଓ ବିକାଶ ସମାବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟିଭି ସାକ୍ଷାତକାରରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି କହିଛନ୍ତି । ଓଡ଼ିଶା ନିର୍ବାଚନର ପ୍ରସଙ୍ଗକୁ ସେ ସ୍ପଷ୍ଟ କରିସାରିଛନ୍ତି । ଏଥର ନିର୍ବାଚନ ପରିବର୍ତ୍ତନର ସୂଚନା ଦେଉଛି । ଆମେ ସମସ୍ତେ ଯୋଡି ଫୁଲରେ ଭୋଟ ଦେଇ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବା । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାକୁ ସବୁଠୁ ଧନୀ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେବା । ଏହାକୁ ସାକାର କରିବା ପାଇଁ ବିଜେପି ସହ ଓଡ଼ିଶାବାସୀ ଅଛନ୍ତି । ମୋଦିଙ୍କ ଉପରେ ହିଁ ବିଶ୍ୱାସ ଅଛି, ମୋଦିଙ୍କ ଠାରୁ ହିଁ ଆଶା ଅଛି । ମାଆ, ଭଉଣୀ ଓ ଆପଣ ସମସ୍ତଙ୍କ ଆଶୀର୍ବାଦ ସହ ଅଭୁତପୂର୍ବ ଜନସମର୍ଥନ ହିଁ ମୋର ସବୁଠାରୁ ବଡ଼ ପୁଞ୍ଜି ।"

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଉଥିବା ସୁବିଧା ଗାଁ ଗହଳିରେ ଲୋକେ ପାଉଛନ୍ତି କି ? ପିଇବା ପାଣି ପାଉଛନ୍ତି କି ? ଜଳସେଚନ ହେଉଛି କି ? ସ୍କୁଲରେ ଶିକ୍ଷକ ଏବଂ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଅଛନ୍ତି କି? ସବୁ ବ୍ଲକରେ ଦୁର୍ନୀତି ହେଉଛି । ବିନା ଲାଞ୍ଚରେ କିଛି କାମ ହେଉନାହିଁ । ଲୁଟ୍ ହେଉଥିବାରୁ ଅପାର ସମ୍ଭାବନାର ରାଜ୍ୟରେ ବିକାଶ ହେଉନାହିଁ । ରୋଜଗାର ଉପଲବ୍ଧ କରିବାରେ ଓଡ଼ିଶା ବିଫଳ ହୋଇଛି । ମହିଳା ସୁରକ୍ଷାରେ ରାଜ୍ୟ ଶେଷ ତାଲିକାରେ ଅଛି । ସେହିପରି ଆଜି ପୁରୀ ସହରରେ ହଇଜା ହୋଇଛି । ଏପ୍ରିଲ ମାସରେ ହଇଜା ହେବା କ’ଣ ବିକାଶ କୁହାଯିବ ।"


ସେପଟେ ରାଜ୍ୟ ସରକରାଙ୍କୁ ନିଶାନା କରି ଧର୍ମେନ୍ଦ୍ର କହିଛନ୍ତି, "ନବୀନ ପଟ୍ଟନାୟକ ଭିଡିଓରେ ଅଛନ୍ତି । ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକମାନଙ୍କ ହାତରେ ଓଡ଼ିଶାର ରିମୋର୍ଟ ଅଛି । ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଲୁଟ କରୁଥିବା ଲୋକମାନଙ୍କୁ ପ୍ରଶ୍ନ କଲେ ନାଲି ଆଖି ଦେଖାଉଛନ୍ତି । ଦିନେ ରାବଣ ଓ କଂସର ମଧ୍ୟ ଏହିପରି ଅହଙ୍କାର ଥିଲା । ଲୋକମାନେ ତାଙ୍କର ଗର୍ବ ଓ ଅହଙ୍କାରକୁ ଭଙ୍ଗ କରିବେ । ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କୁ କାମ କରାଇଦେଲେ ନାହିଁ । ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ 'ବିଜୟୀ ଭବଃ' କହି ଆଶୀର୍ବାଦ ଦେଲେ ରାସେଶ୍ୱରୀ - Dharmendra Meets Raseswari

ଏହାସହ ବିଜେପିରେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି, "ବିଜୁ ଜନତା ଦଳ ଓ କଂଗ୍ରେସ ଦଳରୁ ଆସିଥିବା କର୍ମୀଙ୍କୁ ସ୍ଵାଗତ କରି ଖୁସି ଅନୁଭବ କରୁଛି । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବାରୁ ଧନ୍ୟବାଦ । ବୁଥ ସ୍ତରରେ ଆମର ସଂଗଠନ ଆହୁରି ସୁଦୃଢ ହେବ । ମୋଦିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.