ETV Bharat / state

ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର - BJP Joining Program

author img

By ETV Bharat Odisha Team

Published : Apr 13, 2024, 4:40 PM IST

BJP Joining Program In Dhenkanal: ଢେଙ୍କାନାଳ ଜିଲ୍ଲାରେ ବିଜେପିର ମିଶ୍ରଣପର୍ବରେ ସାମିଲ ହେଲେ ବିଜେଡିରୁ ଇସ୍ତଫା ଦେଇଥିବା ବିଜେଡିର ରାଜ୍ୟ ସମ୍ପାଦକ ହର୍ଷ ବର୍ଦ୍ଧନ ସିଂହଦେ । ଅଧିକ ପଢ଼ନ୍ତୁ
ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ
ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ

ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ

ଢେଙ୍କାନାଳ: ନିର୍ବାଚନ ପୂର୍ବରୁ ଚାଲିଛି ମିଶ୍ରଣ ପର୍ବ । ଆଜି (ଶନିବାର) ଢେଙ୍କାନାଳ ଜିଲ୍ଲାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିରୁ ଇସ୍ତଫା ଦେଇଥିବା ବିଜେଡିର ରାଜ୍ୟ ସମ୍ପାଦକ ହର୍ଷ ବର୍ଦ୍ଧନ ସିଂହଦେଓଙ୍କ ସହ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଖୁବଶୀଘ୍ର ରାଜ୍ୟରେ ବିଜେପି ପକ୍ଷରୁ ଏକ ଚାର୍ଜସିଟ ପ୍ରକାଶ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ବିଜେଡିରୁ ଇସ୍ତଫା ଦେଇଥିବା ବିଜେଡିର ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ତାଙ୍କ ସମର୍ଥକଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ତାଙ୍କୁ ବିଜେପି ଟୋପି ଓ ପୁଷ୍ପଗୁଚ୍ଛ ଦେଇ ବିଜେପିକୁ ସ୍ୱାଗତ କରିଛନ୍ତି । ଚଳିତ ନିର୍ବାଚନରେ ସମସ୍ତେ ସଂଗଠିତ ହୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଓ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ନେଇ ଭୋଟରଙ୍କ ପାଖକୁ ଯିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 'ଅବକୀ ବାର ଚାରସୋ ପାର' ଓ ମୋଦି ଗ୍ୟାରେଣ୍ଟି ତଥା ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ବିଜେପିକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ସମେତ ରାଜ୍ୟରେ ବିଜେପି ପକ୍ଷରୁ ଏକ ଚାର୍ଜସିଟ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଶ୍ରଣ ପର୍ବ: ଝାରସୁଗୁଡାବାସୀଙ୍କ ସ୍ବପ୍ନ ହିଁ ମୋର ସ୍ବପ୍ନ କହିଲେ ଟଙ୍କଧର ତ୍ରିପାଠୀ - BJP Joining Program

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି । ଅପପୃଷ୍ଟି ଚିନ୍ତାଜନକ ହୋଇପଡିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ କାର୍ଡର ଡିଣ୍ଡିମ ପିଟୁଛନ୍ତି । ମାତ୍ର ବାସ୍ତବିକ ସ୍ଥିତି ରାଜ୍ୟରେ ଚିନ୍ତାଜନକ ହୋଇପଡିଛି । ସ୍ୱାସ୍ଥ୍ୟ କାର୍ଡରେ ଶହ ଶହ କୋଟି ବାଟମାରଣା ଓ ଦୁର୍ନୀତି ହେଉଛି । ଜିଲ୍ଲାରେ ମୋ ଡାକ୍ତରଖାନାର ଡିଣ୍ଡିମ ପିଟୁଥିଲେ ମଧ୍ୟ ଡାକ୍ତରମାନଙ୍କ ପଦବୀ ଅଧାରୁ ଊର୍ଦ୍ଧ୍ବ ଖାଲି । ଆୟୁଷ୍ମାନ ଯୋଜନାକୁ ଉଦେଶ୍ୟ ମୂଳକ ଭାବେ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟ ସରକାର ରୂପାନ୍ତରିତ ଓଡିଶା କହୁଛନ୍ତି, ମାତ୍ର ଆଜି ଯାଏଁ ବିଶୁଦ୍ଧ ଜଳ ଟୋପାଏ ଯୋଗାଇ ପାରୁନାହାନ୍ତି । ଜଳ ସେଚନ ଆଳରେ ରେଙ୍ଗାଳି ଜଳସେଚନ ପ୍ରକଳ୍ପରେ ଠିକାଦାର ପୋଷା ଯାଉଛି ।"

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପରାଧ ବୃଦ୍ଧି ରାଜ୍ୟବାସୀଙ୍କୁ ଅଣନିଶ୍ୱାସୀ କରିଦେଇଛି । ଏହାକୁ ନେଇ ଖୁବଶୀଘ୍ର ଏକ ଚାର୍ଜସିଟ କରିବ ବିଜେପି । ରାଜ୍ୟରେ ମୁଷ୍ଟିମେୟ ସରକାରଙ୍କୁ ଏଥର ଲୋକମାନେ ହଟାଇବେ । ବିଜୁ ଜନତା ହଟାଇବା ହାୱା ଆଉ ମୋଦି ଗ୍ୟାରେଣ୍ଟିର ଲହର ଚଳିତ ନିର୍ବାଚନରେ ନିଶ୍ଚିତ ଲୋକମାନେ ଉପଲବ୍ଧି କରିଛନ୍ତି । ଆଉ ଡବଲ ଇଞ୍ଜିନ ସରକାର ହିଁ ରାଜ୍ୟବାସୀ ଚାହୁଁଛନ୍ତି ।" ତେବେ ଆଜି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ଢେଙ୍କାନାଳ, ପରଜଙ୍ଗ, କାମାକ୍ଷାନଗର ଓ ଅନୁଗୋଳର ବିଧାୟକ ପ୍ରାର୍ଥୀଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.