ETV Bharat / state

ବିଜେପିର ମିଶ୍ରଣ ପର୍ବ: ଝାରସୁଗୁଡାବାସୀଙ୍କ ସ୍ବପ୍ନ ହିଁ ମୋର ସ୍ବପ୍ନ କହିଲେ ଟଙ୍କଧର ତ୍ରିପାଠୀ - BJP Joining Program

author img

By ETV Bharat Odisha Team

Published : Apr 13, 2024, 1:01 PM IST

ବିଜେପିର ମିଶ୍ରଣ ପର୍ବ
ବିଜେପିର ମିଶ୍ରଣ ପର୍ବ

BJP Joining Program: ଝାରସୁଗୁଡା ଜିଲ୍ଲାର ବିଟିଏମ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ । ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ସ୍ବାଗତ କରିଲେ ଟଙ୍କଧର ତ୍ରିପାଠୀ । ଅଧିକ ପଢନ୍ତୁ

ବିଜେପିର ମିଶ୍ରଣ ପର୍ବ

ଝାରସୁଗୁଡା: ସାଧାରଣ ନିର୍ବାଚନ ପୂର୍ବରୁ ବଢ଼ୁଛି ବିଜେପିର ଶକ୍ତି । ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ବିଟିଏମ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ଟଙ୍କଧର ତ୍ରିପାଠୀ ଓ ଅନ୍ୟ ନେତୃବର୍ଗ ସ୍ବାଗତ କରିଥିଲେ । ତେବେ ଗୋଟିଏ ପରିବାରକୁ ଦୀର୍ଘ ୧୫ ବର୍ଷ ସୁଯୋଗ ଦେଲେ ଝାରସୁଗୁଡାବାସୀ । ହେଲେ ଝାରସୁଗୁଡାବାସୀଙ୍କ ବିକାଶ ପରିବର୍ତ୍ତେ ନିଜ ବିକାଶରେ ସେମାନେ ମାତିଲେ । ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅନ୍ତୁ । ଲୋକେ ୧୫ ବର୍ଷ ବନାମ ୫ ବର୍ଷର ଫରକ ଦେଖି ପାରିବେ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠୀ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, "ଏକ ସୁରକ୍ଷିତ, ସୁନ୍ଦର, ଭୟମୁକ୍ତ, ଅପରାଧ ମୁକ୍ତ, ପ୍ରଦୂଷଣ ମୁକ୍ତ, ରୋଜଗାର ଯୁକ୍ତ ଝାରସୁଗୁଡା ଗଠନ ବିଜେପିର ଲକ୍ଷ୍ୟ । କାହାରି ବାପାର ସ୍ବପ୍ନ ପୂରଣ କରିବାକୁ ଚାହେଁ ନାହିଁ ବରଂ ଝାରସୁଗୁଡାବାସୀଙ୍କ ସ୍ବପ୍ନ ହିଁ ମୋର ସ୍ବପ୍ନ । କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଯୋଜନାରେ ଝାରସୁଗୁଡାର ବିକାଶ ସମ୍ଭବ ହୋଇଛି । ରାଜ୍ୟ ସରକାରଙ୍କ କୌଣସି ଯୋଗଦାନ ନାହିଁ । ଆମେ ଏହି ବିକାଶ ପ୍ରସଙ୍ଗକୁ ନେଇ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ।"

ଏହା ମଧ୍ୟ ପଢନ୍ତୁ - ଶକ୍ତି ବଢ଼ାଉଛି ବିଜେପି, ଦଳରେ ଯୋଗଦେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଏହା ମଧ୍ୟ ପଢନ୍ତୁ - ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ, ସାମିଲ ହେଲେ ହଜାର ହଜାର କର୍ମୀ

ତେବେ ଗତକାଲି (ଶୁକ୍ରବାର) ଆୟୋଜିତ ଏହି ମିଶ୍ରଣ ପର୍ବ ପୂର୍ବରୁ ଏକ ରାଲି ବେହରାମାଲ ଛକରୁ ବାହାରି ବିଟିଏମ କାର୍ଯ୍ୟାଳୟ ନିରଞ୍ଜନ ରୋହିଦାସ, ସୋନୁ ସିଂ, ଖିରୋଦ ରୋହିଦାସ, ନିଖିଳ ଶର୍ମାଙ୍କ ନେତୃତ୍ୱରେ ଆସି ପହଞ୍ଚିଲା l ଝାରସୁଗୁଡା ପୌର ପରିଷଦର ବିଭିନ୍ନ ଓ୍ବାର୍ଡର ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ । ସରବାହାଲ ଅଞ୍ଚଳର ଶତ୍ରୁଘ୍ନ ଗର୍ଡିଆ, କୁନା କିଶାନ, ପ୍ରସନ୍ନ କିଶାନ, ଜ୍ୟୋସ୍ନା ରାଉତ, ଶକୁନ୍ତଳା ରାଉତ, ବୀରେନ୍ଦ୍ର ଛତ୍ରିଆ ପ୍ରମୁଖଙ୍କ ନେତୃତ୍ବରେ କର୍ମୀମାନେ ସାମିଲ ହୋଇଥିଲେ । ସେହିପରି କୋଲାବିରା ବ୍ଲକରୁ ରବି ଛଛା, ଋଷି ପଟେଲ, ଅଯୋଧ୍ୟା ପଟେଲଙ୍କ ନେତୃତ୍ବରେ ବହୁ କର୍ମୀ ଯୋଗଦାନ କରିଥିଲେ ।

ପ୍ରକାଶ ଥାଉକି, ସେହିପରି ଗତକାଲି(ଶୁକ୍ରବାର) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ, ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.