ETV Bharat / state

ଶକ୍ତି ବଢ଼ାଉଛି ବିଜେପି, ଦଳରେ ଯୋଗଦେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ - BJP Joining Program

author img

By ETV Bharat Odisha Team

Published : Apr 12, 2024, 10:32 PM IST

BJP Joining Program: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବ । ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ଶତାଧିକ ନେତା ଓ କର୍ମୀ । ଅଧିକ ପଢ଼ନ୍ତୁ

BJP Joining Program
BJP Joining Program

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଢ଼ୁଛି ବିଜେପିର ଶକ୍ତି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜୟଦେବ ନିର୍ବାଚନମଣ୍ଡଳୀର ବହୁ ନିର୍ବାଚିତ ଜନପ୍ରତିନିଧି, ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ, ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର, ରାମଲତା ନାୟକ, ରଶ୍ମିତା ଭୋଇ, ବାଲିଅନ୍ତା ପଞ୍ଚାୟତ ସମିତି ସଦସ୍ୟ କୁନି ପ୍ରଧାନ, ପୁରନ ପ୍ରଧାନ, ମମତା ମାହାରି, ରଞ୍ଜନ କୁମାର ମହାପାତ୍ର, ପ୍ରିୟବ୍ରତ ପାତ୍ର, ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ସମାଜସେବୀ ଦିନବନ୍ଧୁ ଭୋଇ, ପୂର୍ବତନ ସରପଞ୍ଚ ମୂରଲୀଧର ସାହୁ, ପୂର୍ବତନ ୱାର୍ଡ ମେମ୍ବର ବିଜୟ କୁମାର ନାୟକ, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ପୂର୍ବତନ ସରପଞ୍ଚ ବ୍ରହ୍ମାନନ୍ଦ ସାହୁ, କେଳୁ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୌମ୍ୟରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଞ୍ଚ ତଥା ସମିତି ସଦସ୍ୟ ମୂରଲୀଧର ସାହୁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ପୂର୍ବତନ ବିଏମ୍‌ସି କର୍ପୋରେଟର ନରେନ ସାହୁ, ରାଜକିଶୋର ସାହୁ, ସସ୍ମିତା ସାହୁ, ଯୁବନେତା ରାଜେନ୍ଦ୍ର କୁମାର ନାୟକ, ସୂର୍ଯ୍ୟକାନ୍ତ ସାହୁ, ଶିବ ସାହୁ, ଗୀତାଞ୍ଜଳୀ ରାଉତ, ମଣ୍ଟୁ ପରିଡା, ବାବୁଲି ନାୟକ, ନାଏବ ସରପଞ୍ଚ ଅନୀଲ ବେହେରା, କାନ୍ଦୁରି ଚନ୍ଦ୍ର ସାହୁ, ସଦାନନ୍ଦ ଖୁଣ୍ଟିଆ ପ୍ରମୁଖ ବିଜେଡି ଛାଡି ଆଜି ଆନୁଷ୍ଠାନିକଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଲେ କୈଳାଶ କୁଲେସିକା - Kailash Kulesika Joined BJP

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଓଡିଶାରେ ରାଜନୈତିକ ପରିବର୍ତ୍ତନ ହେବ ଏବଂ ବିଜେପିର ସରକାର ଗଠନ ହେବ ।" ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ବିଜେପି ହେଲ୍ପ ଲାଇନ୍‌ ନମ୍ବରରେ ଡାଏଲ କରାଇ ଦଳର ସଦସ୍ୟତା କରାଇଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି, ରାଜ୍ୟ ବିଜେପି ସମ୍ପାଦକ ସରୋଜ କର, ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.