ETV Bharat / state

ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁଠୁ ସହର, ଘରକୁ ଘର ବୁଲି ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ - lanjigarh assembly constituency

author img

By ETV Bharat Odisha Team

Published : Apr 29, 2024, 9:06 PM IST

ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁଠୁ ସହର , ଘରକୁ ଘର ବୁଲୁ ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ
ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁଠୁ ସହର , ଘରକୁ ଘର ବୁଲୁ ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ

LOK SABHA ELECTION 2024:କଳାହାଣ୍ଡି ଲୋକସଭା ସହ ସମସ୍ତ ବିଧାନସଭା ହାତେଇବାକୁ ବିଜେଡିର ଆପ୍ରାଣ ଉଦ୍ୟମ । ନବୀନଙ୍କ ବିକାଶ ବାର୍ତ୍ତା ନେଇ ଭୋଟ ମାଗିଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ

ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗାଁଠୁ ସହର , ଘରକୁ ଘର ବୁଲୁ ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ

ଭବାନୀପାଟଣା: ସରଗରମ କଳାହାଣ୍ଡି ରାଜନୀତି । ବିଜେଡିର ସ୍ବତନ୍ତ୍ର ଫୋକସରେ କଳାହାଣ୍ଡି ଲେକସଭା ଆସନ । ଜିଲ୍ଲାର ସମସ୍ତ ବିଧାନସଭା ସହ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା ହେଲା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ମାହୋଲ୍ ମଧ୍ୟ ସେତିକି ଉଷ୍ମ ହେବାରେ ଲାଗୁଛି । ଜିଲ୍ଲାର ଲୋକସଭା ହେଉ ଅବା ବିଧାନସଭା ସବୁଠି ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେ଼ଇ ।

ଆଜି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ମଧ୍ୟ ଦେଖିବାକୁ ମିଳିଛି । ଭବାନୀପାଟଣା ବ୍ଲକର ୮ଟି ପଞ୍ଚାୟତରେ ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର୍ ନିଆଲ, ବିଧାୟକ ପ୍ରାର୍ଥୀ ପ୍ରଦୀପ ଡିଶାରି ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁକୁ ଗାଁ ଯାଇ ପ୍ରଚାର କରିଛନ୍ତି । ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।

ଆସନ୍ତା ନିର୍ବାଚନରେ ଯୋଡ଼ି ଶଙ୍ଖକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଥିବାବେଳେ ଲୋକେ ମଧ୍ୟ ପ୍ରାର୍ଥୀଙ୍କୁ ସ୍ବାଗତ କରି ନିଜ ନିଜ ସମସ୍ୟା ଜଣାଇଛନ୍ତି । ଏହି ଅବସରରେ ବିଜେଡି ନେତା କହିଛନ୍ତ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତିି । ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ଯାହା ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ସେହିପରି ଜୟପାଟଣା ବ୍ଲକକୁ ଏନ୍ଏସିର ମାନ୍ୟତା ମିଳିଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟ ଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ସେହିପରି ସମସ୍ତ ଉପାନ୍ତ ଇଲାକାରେ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ବିଧାୟକଙ୍କ ଉଦ୍ୟମରେ ମୋବାଇଲ ନେଟୱର୍କର ବ୍ୟବସ୍ଥା କରାଯାଇଛି । ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଥୁଆମୂଲ ରାମପୁର ବ୍ଲକକୁ ସିଧାସଳଖ ବିଜୁଳି ସଂଯୋଗୀ କରଣ ହୋଇଛି । ସେହିପରି ଥୁଆମୂଳ ରାମପୁର ଠାରେ +୩ ଡିଗ୍ରୀ କଲେଜ୍ ସ୍ଥାପନ ହୋଇଛି । ଯାହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷାର ମାନ ବୃଦ୍ଧି ସହ ଉଚ୍ଚ ଶିକ୍ଷା ପାଇଁ ଏକ ମାଇଲଖୁଣ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ ....ସିଇଓଙ୍କୁ ଫେରାଦ ହେଲା ବିଜେଡି, କହିଲା ଆଚରଣ ବିଧି ଭାଙ୍ଗିବାରେ ରେକର୍ଡ କରୁଛି ବିଜେପି - Code Of Conduct Violation

ସେହିପରି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ମୂଲ ପୀଠ ପାଇଁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାସହ ଶଗଡ଼ ଠାରେ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଲାଞ୍ଜିଗଡ ଅଞ୍ଚଳରେ ପାର୍କ ନିର୍ମାଣ ,ଚମ୍ପାଦେଇପୁର ଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିବାରୁ ଏଥର ମଧ୍ୟ ସୁନିଶ୍ଚିତ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ବିଧାୟକ ଓ ଲୋକସଭା ପ୍ରାର୍ଥୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.