ETV Bharat / politics

ସିଇଓଙ୍କୁ ଫେରାଦ ହେଲା ବିଜେଡି, କହିଲା ଆଚରଣ ବିଧି ଭାଙ୍ଗିବାରେ ରେକର୍ଡ କରୁଛି ବିଜେପି - Code Of Conduct Violation

author img

By ETV Bharat Odisha Team

Published : Apr 29, 2024, 4:59 PM IST

Code Of Conduct Violation: ବିଜେପି ବିରୋଧରେ ଅଭିଯୋଗ ଆଣିଲା ବିଜେଡି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି କେଉଁ ଅଭିଯୋଗ ଆଣିଛି ଜାଣନ୍ତୁ ।

Code Of Conduct Violation
Code Of Conduct Violation

Code Of Conduct Violation

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ ବିଜେପି ବେଖାତିର କରୁଥିବା ନେଇ ବିଜେଡି ଅଭିଯୋଗ କରିଛି । ଅସହ୍ୟ 43 ଡିଗ୍ରୀ ତାପମାତ୍ରାରେ ପିଲାମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବିଜେପି ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଏହାକୁ ନିନ୍ଦନୀୟ ଘଟଣା କହି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ ।

ସେ କହିଛନ୍ତି, "ଚଳିତ ସାଧାରଣ ନିର୍ବାଚନରେ ଅଲୋଡା ରେକର୍ଡ ଆଡ଼କୁ ଗତି କରୁଛି ବିଜେପି । ବିଜେପି ଏକ ଆଇନ ଅମାନ୍ୟକାରୀ ଦଳ । ବାରମ୍ବାର ସେମାନେ ଆଇନ ଭାଙ୍ଗି ଚାଲିଛନ୍ତି । ବିଗତ ଦିନ ମାନଙ୍କରେ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସିଛୁ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରତ୍ୟେକ ନିର୍ବାଚନ ରାଲିରେ ଛୋଟ ଛୁଆ ବ୍ୟବହାର କରୁଛନ୍ତି । 2 ରୁ ଆରମ୍ଭ କରି 8ରୁ 10 ବର୍ଷ ବୟସର କୋମଳମତି ବାଳକ ବାଳିକାଙ୍କୁ ବ୍ୟବହାର କରୁଛନ୍ତି । ଗତକାଲି (ରବିବାର) ଏଭଳି ଏକ ଘଟଣା ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ବିଜେପିର ସଂସଦୀୟ ପ୍ରାର୍ଥୀ ସମ୍ବିତ ପାତ୍ର ଏହା କରିଛନ୍ତି ।"

ଏହା ବି ପଢନ୍ତୁ...ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି - BJD COMPLAIN TO CEO
ସେ ଆହୁରି ମଧ୍ୟ କହିଛନ୍ତି, "ସମ୍ବିତ ସବୁବେଳେ ଆଇନର କଥା କୁହନ୍ତି । ସେ ଛୋଟ ଛୋଟ ଛୁଆଙ୍କୁ ନେଇ ନିର୍ବାଚନ କାର୍ଯ୍ୟ କରିଛନ୍ତି । ଛୋଟପିଲାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନକରିବାକୁ ନିର୍ବାଚନ କମିଶନ ନୋଟିସ କରିଛନ୍ତି । କିନ୍ତୁ ବିଜେପି ଅଭ୍ୟାସଗତ ଭାବେ ପୁରୁଣା ଭୁଲକୁ ପୁନରାବୃତ୍ତି କରିଛି । ଅସହ୍ୟ ଗ୍ରୀଷ୍ମପ୍ରବାହରେ ଛୋଟ ଛୁଆଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ଏକ ନିନ୍ଦନୀୟ ଘଟଣା । ଏହା ଅପରାଧ ଶ୍ରେଣୀଭୁକ୍ତ । ସେଥିପାଇଁ ଆଜି ବିଜେଡିର ଏହି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ଆମେ ଗୁହାରି କରିଛୁ ।" ବିଜେଡି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ତୁମ୍ବାନାଥ ପଣ୍ଡା, ଇପ୍ସିତା ସାହୁ, ସୋଫିଆ ଆଲମ, ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.