ETV Bharat / state

ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି - Bjd Complain To Ceo

author img

By ETV Bharat Odisha Team

Published : Apr 28, 2024, 9:38 PM IST

VIOLATION OF CODE OF CONDUCT: ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ଅଧିକ ପଢନ୍ତୁ

ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି
ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ପ୍ରଦୀପଙ୍କ ନାଁରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିର ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି । ବିଜେଡିର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ନିର୍ବାଚନ ପ୍ରଚାର କାର୍ଯ୍ୟରେ ବିଜେପି ଛୋଟ ପିଲାଙ୍କୁ ବ୍ୟବହାର କରୁଥିବାର ଅଭିଯୋଗ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଏବେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଶିଶୁମାନଙ୍କୁ ବ୍ୟବହାର କରୁଛନ୍ତି । ଯାହା ଆଚରଣ ବିଧିର ଖୋଲା ଖୋଲି ଉଲ୍ଲଙ୍ଘନ କରୁଛି ବିଜେପି ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଗତକାଲି ରାତିରେ ବ୍ରହ୍ମପୁର ସହରରେ ଛୋଟ ଛୋଟ ପିଲାମାନେ ବିଜେପି ପୋଷ୍ଟରେ ମାରୁଥିବା ଦେଖିବାକୁ ମିଳିଥିଲା । ନବମ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ପ୍ରଦୀପ ପାଣିଗ୍ରାହୀ ଅର୍ଥ ଦେଇ ନିର୍ବାଚନୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି,"ବିଜେପି ନେତାମାନେ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି ଆଚରଣ ବିଧିର ଉଲ୍ଲଙ୍ଘନ ନେଇ । ଏପରି ଜାରି ରହିଲେ ରାଜ୍ୟରେ ମୁକ୍ତ ଅବାଧ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ । ତେଣୁ ବିଜେପିର ଏହି ବିଶୃଙ୍ଖଳିତ ନେତାମାନଙ୍କ ପାଇଁ ଏକ ଗାଇଡ଼ ଲାଇନ ସ୍ଥିର କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଆଚରଣ ବିଧି ଉଲ୍ଲଙ୍ଘନ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛୁ ।

ଏହା ମଧ୍ୟ ପଢନ୍ତୁ....ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେପି, CEOଙ୍କୁ ଅଭିଯୋଗ କଲା ବିଜେଡି - Violation Of Code Of Conduct

ଏହା ମଧ୍ୟ ପଢନ୍ତୁ......ସିଇଓଙ୍କୁ ଫେରାଦ ହେଲା ବିଜେପି, ବିଜେଡି ସାଇକେଲ ଓ ଭତ୍ତା ବାଣ୍ଟୁଥିବାର ଆସିଛି ଅଭିଯୋଗ - BJP MEET CEO

ପ୍ରକାଶ ଯୋଗ୍ୟ,ସେହିପରି ଗତକାଲି ମଧ୍ୟ ବିଜେଡି ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା । ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା ବିଜେଡି । ଗୋପାଳଜୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା ବିଜେଡି । ଗୋପାଳଜୀ ପାଣିଗ୍ରାହୀ ଏପ୍ରିଲ 23 ତାରିଖରେ ରାମଜୀ ମଣ୍ଡପ ସାରସପିଠ, ବଲାଙ୍ଗୀରରେ ପିଲାମାନଙ୍କୁ ନେଇ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଥିଲେ । ପିଲାମାନଙ୍କୁ ବିଜେପି ପତକା ଓ ଉତ୍ତରୀୟ ପକାଉଥିବା ଫଟୋ ସାମନାକୁ ଆସିଥିଲା ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.