ETV Bharat / politics

ସିଇଓଙ୍କୁ ଫେରାଦ ହେଲା ବିଜେପି, ବିଜେଡି ସାଇକେଲ ଓ ଭତ୍ତା ବାଣ୍ଟୁଥିବାର ଆସିଛି ଅଭିଯୋଗ - Bjp Meet Ceo

author img

By ETV Bharat Odisha Team

Published : Apr 27, 2024, 8:30 PM IST

BJP Meet CEO: ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେପି । ବିଜେଡି ବିଧାୟକ ସୁଧୀର ସାମଲ ଲୋକଙ୍କୁ ସାଇକେଲ ବାଣ୍ଟୁଥିବାର ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

BJP Moves CEO Accusing BJD Giving Cycle And Money To People For Upcoming Election 2024
BJP Moves CEO Accusing BJD Giving Cycle And Money To People For Upcoming Election 2024

BJP Moves CEO Accusing BJD Giving Cycle And Money To People For Upcoming Election 2024

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛି । ଏ ସମ୍ପର୍କରେ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ବିଜେଡି ଆଚରଣ ବିଧି ଉଲ୍ଲଘଂନ କରୁଛି । ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲ ସାଇକେଲ ବାଣ୍ଟିଲେଣି । ଏଥିରୁ ଜଣା ପଡୁଛି ବିଜେଡି କେତେ ଭୟଭୀତ । ଭୋଟ ପାଇଁ ପ୍ରଲୋଭନ ଦେଖାଇବା ଆଦର୍ଶ ଆଚରଣ ଵିଧିର ଉଲ୍ଲଙ୍ଘନ । ତେଣୁ ଧାରା 123 ଅନୁଯାୟୀ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବି କରିଛି ବିଜେପି ।

ସେହିପରି କେନ୍ଦୁଝର ଜିଲ୍ଲା ଘସିପୁରାର ଗୋହିରା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରସ୍ବତୀ ନାୟକ ବିଜେଡି ନେତାଙ୍କୁ ବସେଇ ସମିତି ସଭ୍ୟଙ୍କୁ ବସେଇ ଭତ୍ତା ବାଣ୍ଟିବା କଥାକୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନଜରକୁ ଆଣିଛି ଦଳ । ପଞ୍ଚାୟତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବନ କରିବାକୁ ବିଜେପି ଦାବି କରିଛି । ଏହା ସହ ନିର୍ବାଚନ ଓ ରାଜନୈତିକ କାର୍ଯ୍ୟକ୍ରମରୁ ଦୁରେଇ ରହିବାକୁ ସରକାରୀ ଅଧିକାରୀ ମାନଙ୍କୁ ଦାବି କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ .... ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ବିଜେପି ଦେଉ ସୁଯୋଗ: ବିଜେଡି - BJD MEET CEO

ଏହା ସହ ଗୋଲକ କହିଛନ୍ତି ଯେ, ବିଜେଡି ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସରକାରୀ ଅଧିକାରୀ ଓ ଜନତାଙ୍କୁ ପ୍ରଲୋଭନ ଦେଖାଇ ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ତ୍ବେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଭଳି ବେଆଇନ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିର୍ବାଚନ ସମୟରେ ଜନତାକୁ ବାରମ୍ବାର ପ୍ରଲୋଭନ ଦେଖାଇବାର ଭିଡିଓ ଓ ଫଟୋ ଗଣମାଧ୍ୟମରେ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ବିଜେଡି ସେଥିରୁ ନିବୃତ୍ତ ହୋଇନାହିଁ । ଓଡିଶାର ଲୋକେ ବିଜେଡି ଉପରେ ଭରସା ତୁଟାଇଛନ୍ତି । ଓଡ଼ିଶାବାସୀ ବିଜେଡିର ମିଥ୍ୟା କଥାକୁ ହୃଦୟଙ୍ଗମ କରିସାରିଲେଣି । ଏଥିଲାଗି ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ବିଜେଡି କ୍ଷମତା ଲୋଭରେ ବାରମ୍ବାର ଆଚରଣ ବିଧି ଉଲ୍ଲଘଂନ କରୁଛି ଓ ବିଜେଡି ଦୁର୍ବଳ ହୋଇସାରିଲାଣି ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.