ETV Bharat / state

‘୨୪ ବର୍ଷ କ୍ଷମତାରେ ନରହି ବିଜୟ ମହାପାତ୍ରଙ୍କ ଲୋକପ୍ରିୟତା କମିନି’, ଚର୍ଚ୍ଚାରେ ପ୍ରତାପଙ୍କ ପ୍ରଶଂସା - Kendrapara BJD

author img

By ETV Bharat Odisha Team

Published : Apr 29, 2024, 12:15 PM IST

PRATAP JENA PRAISED BIJOY MOHAPATRA
PRATAP JENA PRAISED BIJOY MOHAPATRA

Pratap Jena praised Bijoy Mohapatra: ବିଜୟ ମହାପାତ୍ରଙ୍କୁ ପ୍ରଶଂସା କଲେ ବିଜେଡି ନେତା ପ୍ରତାପ ଜେନା । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କେନ୍ଦ୍ରାପଡାର ବିଜେଡି ଦଳର ମୂଳ କର୍ମୀ । ଅଧିକ ପଢନ୍ତୁ

PRATAP JENA PRAISED BIJOY MOHAPATRA

କେନ୍ଦ୍ରାପଡା: ‘‘୨୦୦୦ ମସିହାରୁ ୨୪ ବର୍ଷ ଧରି କ୍ଷମତାରେ ନାହାନ୍ତି କିନ୍ତୁ ଏବେ ବି କମିନି ଲୋକପ୍ରିୟତା । ବିଜୟ ଭାଇଙ୍କ ସାଙ୍ଗରେ ଥିବା ଲୋକମାନେ କ୍ଷମତା ଚାହାଁନ୍ତି ନାହିଁ । ବିଜୟ ଭାଇଙ୍କ ଲୋକପ୍ରିୟତା କେବଳ ପାଟକୁରାରେ ନୁହେଁ ସାରା ଓଡ଼ିଶାରେ ଅଛି" ଏଭଳି ମନ୍ତବ୍ୟ ରଖି ଉପସ୍ଥିତ କର୍ମୀଙ୍କ ମନୋବଳ ସିନା ଟାଣ କରିଦେଲେ ହେଲେ ଦଳୀୟ ଗୁଞ୍ଜରଣ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ପାଟକୁରାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ବିଜୟ ମହାପାତ୍ରଙ୍କୁ ଏପରି ଢଙ୍ଗରେ ପ୍ରଶଂସା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ନବୀନଙ୍କ ରାଜନୈତିକ ଶତ୍ରୁ କୁହାଯାଉଥିବା ବିଜୟ ମହାପାତ୍ରଙ୍କ ଗୁଣଗାନ ବିଜୟ ସମର୍ଥକଙ୍କୁ ପ୍ରତାପ ଆଶ୍ୱସ୍ତ କରିଥିବା ବେଳେ ବିଜେଡି ଦଳର ମୂଳ କର୍ମୀମାନେ କିନ୍ତୁ ଏହାକୁ ସହଜରେ ହଜମ କରି ପାରିନଥିବା ଦେଖାଯାଇଛି ।

୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କୁ ପ୍ରଥମେ ପାଟକୁରା ପ୍ରାର୍ଥୀ କରାଯାଇ ପରେ ନାଟକୀୟ ଢଙ୍ଗରେ ଟିକେଟ ଅତନୁ ସବ୍ୟସାଚୀ ନାୟକଙ୍କୁ ଦିଆଯାଇଥିଲା । ଶେଷରେ ବିଜୟ ନିର୍ବାଚନ ଲଢ଼ି ନପାରି ପାଟକୁରାରେ ତ୍ରିଲୋଚନ ନାୟକଙ୍କୁ ସମର୍ଥନ କରି ତାଙ୍କୁ ଜିତାଇଥିଲେ । ମାତ୍ର ଏଥିରେ ମଧ୍ୟ ସଫଳ ହେଲେନି ବିଜୟ । ତାଙ୍କୁ ଦେଇଥିବା ପ୍ରତିଶୃତି ରଖିନଥିଲେ ତ୍ରିଲୋଚନ । ଏହାପରେ ୨୦୦୪ ମସିହାରେ ଓଜିପି (ଓଡିଶା ଗଣ ପରିଷଦ ) ରୁ ପ୍ରାର୍ଥୀ ହୋଇ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଲଢ଼ି ପରାସ୍ତ ହୋଇଥିଲେ । ୨୦୦୯ ମସିହାରେ ନବଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସହ ଲଢ଼ି ପରାସ୍ତ ହୋଇଥିଲେ ବିଜୟ । ସେହିପରି ୨୦୧୪ ମସିହାରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ମହାକାଳପଡ଼ାରୁ ବିଜୟ ମହାପାତ୍ର ଅତନୁ ସବ୍ୟସାଚୀଙ୍କୁ ମୁକାବିଲା କରିଥିବା ବେଳେ ଏଥର ମଧ୍ୟ ପରାଜୟ ହିଁ ତାଙ୍କ ଭାଗ୍ୟରେ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

ତେବେ ୨୦୧୯ ମସିହା ନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ଆକସ୍ମିକ ମୃତ୍ୟୁ ହେବାରୁ ଏଠାରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇ ଜୁଲାଇ ମାସରେ ଉପ ନିର୍ବାଚନ କରାଯାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ତଥା ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କ ପ୍ରଚାର ମଙ୍ଗ ଧରିଥିଲେ ନିଜେ ମୁଖ୍ୟମନ୍ତ୍ରୀନ । ସାବିତ୍ରୀ ବିଜୟଙ୍କୁ ୧୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ନବୀନ ଓ ବିଜେଡି ବିନା ବିଜୟ ମହାପାତ୍ର ଯେ ଓଜନଦାର ନୁହନ୍ତି ସେନେଇ ବାର୍ତ୍ତା ଜଣାଇଥିଲେ । ଅନ୍ୟପଟେ ୨୦୦୦ ମସିହାରୁ ଶାସନ କ୍ଷମତାରେ ନରହି ଏବଂ ୨୦୦୯ ରୁ ତିନିଥର ବିଜେପି ଟିକେଟରୁ ପରାସ୍ତ ହୋଇଥିବା ବିଜୟ ଚଳିତ ନିର୍ବାଚନରେ ପୁଅ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ପାଇଁ ନିଜ ଅନୁଗତମାନଙ୍କୁ କହୁଥିବା ବେଳେ ଅଦ୍ୟାବଧି ବିଜୟ ନା ବିଜେପିରୁ ଇସ୍ତଫା ଦେଇଛନ୍ତି ନା ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଏବେ ସସପେନ୍ସରେ ପାଟକୁରା ନିର୍ବାଚନ ମଣ୍ଡଳୀ ଭୋଟର।

ଏନେଇ ଅରବିନ୍ଦ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି "ବିଜୟ ମହାପାତ୍ର ବିଜେଡିରେ ଯୋଗ ଦେଇନାହାନ୍ତି ବିଜେଡିରେ ଅରବିନ୍ଦ ଯୋଗ ଦେଇଛନ୍ତି" । ସେହିପରି ବିଜେପିରେ ବିଜୟ ଅଛନ୍ତି କି ନାହିଁ ପ୍ରଶ୍ନରେ "ବିଜେପିର କୌଣସି ସଭାସମିତିକୁ ସେ ତ ଯାଉନାହାନ୍ତି" ବୋଲି କହିଛନ୍ତି ଅରବିନ୍ଦ । ଆହୁରି ମଧ୍ୟ ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ କାର୍ଯ୍ୟକ୍ରମ ଡେରାବିଶ୍ ଅଞ୍ଚଳରେ ରହିଥିବା ବେଳେ ଆଖିଦୃଶିଆ କର୍ମୀଙ୍କୁ ଛାଡିଲେ ବିଜେଡିର ଛାମୁଆ କର୍ମୀ ସଭାରେ ଉପସ୍ଥିତ ନରହିବାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.