ETV Bharat / state

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

author img

By ETV Bharat Odisha Team

Published : Apr 29, 2024, 9:02 AM IST

Updated : Apr 29, 2024, 11:40 AM IST

Etv Bharat
Etv Bharat

Odisha Third Phase Lok sabha Election Notification: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି । ଆଜିଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓଡିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ ଆରମ୍ଭ ହେବ । ସେହିପରି ଭାରତରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଷଷ୍ଠ ପର୍ଯ୍ୟାୟରେ 7 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 57 ଲୋକସଭା ଆସନ ପାଇଁ ମତଦାନ ହେବ। ଆସନ୍ତା ମେ 6 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 7 ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । 9 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ । ଏନେଇ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

SIXTH PHASE LOK SABHA ELECTION
SIXTH PHASE LOK SABHA ELECTION
ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି
ଏପ୍ରିଲ 29 ନାମାଙ୍କନ ଦାଖଲ
ମେ 6ନାମାଙ୍କନ ଦାଖଲର ଶେଷ ତାରିଖ
ମେ 7 ନାମାଙ୍କନ ଯାଞ୍ଚ
ମେ 9 ନାମାଙ୍କନ ପତ୍ର ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ମେ 20ରେ ଭୋଟ୍ - ODISHA SECOND PHASE NOTIFICATION

ଓଡିଶାରେ ଏହି ସବୁ ଆସନ ପାଇଁ ନାମାଙ୍କନ ଭରିବେ ପ୍ରାର୍ଥୀ: ମେ 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ହେବ । ଏହି ସବୁ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ନେତା ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ।

6 ଲୋକସଭା ଆସନ: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ ।

42 ବିଧାନସଭା ଆସନ: କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ।

6 ଲୋକସଭା ଆସନର ବିଧାନସଭା ସିଟ

ସମ୍ବଲପୁର

(ଲୋକସଭା)

କୁଚିଣ୍ଡାରେଙ୍ଗାଲିସମ୍ବଲପୁରରେଢ଼ାଖୋଲଦେବଗଡ଼ଛେଣ୍ଡିପଦାଆଠମଲ୍ଲିକ

କେନ୍ଦୁଝର

(ଲୋକସଭା)

ତେଲକୋଇ ଘସିପୁରା ଆନନ୍ଦପୁରପାଟଣାକେନ୍ଦୁଝର ଚମ୍ପୁଆକରଞ୍ଜିଆ

ଢେଙ୍କାନାଳ

(ଲୋକସଭା)

ଢେଙ୍କାନାଳହିନ୍ଦୋଳକାମାକ୍ଷାନଗରପରଜଙ୍ଗପାଲଲହଡ଼ାତାଳଚେରଅନୁଗୋଳ

କଟକ

(ଲୋକସଭା)

ବଡ଼ମ୍ବାବାଙ୍କୀଆଠଗଡ଼ବାରବାଟୀ କଟକଚୌଦ୍ବାର କଟକକଟକ ସଦରଖଣ୍ଡପଡା

ପୁରୀ

(ଲୋକସଭା)

ପୁରୀବ୍ରହ୍ମଗିରିସତ୍ୟବାଦୀପିପିଲିଚିଲିକାରଣପୁରନୟାଗଡ଼

ଭୁବନେଶ୍ବର

(ଲୋକସଭା)

ଜୟଦେବଭୁବନେଶ୍ବର ମଧ୍ୟଭୁବନେଶ୍ବର ଉତ୍ତରଏକାମ୍ର ଭୁବନେଶ୍ବର ଜଟଣୀବେଗୁନିଆଖୋର୍ଦ୍ଧା,

ଗତ ଏପ୍ରିଲ 26 ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଓ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋ 3 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 49 ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ 18 ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି । ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଓ 28ଟି ବିଧାନସଭା ଆସନରେ ହେବ ମତଦାନ ।

Last Updated :Apr 29, 2024, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.