ETV Bharat / state

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ, ଓଭରବ୍ରିଜ ନିର୍ମାଣ ପାଇଁ ଦାବି - demand FOR overbridge

author img

By ETV Bharat Odisha Team

Published : May 1, 2024, 7:31 PM IST

ମରଣଜନ୍ତା ପାଲଟିଛି ଜାତୀୟ ରାଜପଥ, ଓଭରବ୍ରିଜ ନିର୍ମାଣ ପାଇଁ ଦାବି
ମରଣଜନ୍ତା ପାଲଟିଛି ଜାତୀୟ ରାଜପଥ, ଓଭରବ୍ରିଜ ନିର୍ମାଣ ପାଇଁ ଦାବି

DEMAND FOR OVER BRIDGE:୧୬ ନଂ ଜାତୀୟ ରାଜପଥରେ ବୃଦ୍ଧି ପାଉଛି ଦୁର୍ଘଟଣା । ଓଭରବ୍ରିଜ ଓ ଅଣ୍ଡରପାସ୍ ନିର୍ମାଣ ପାଇଁ ପ୍ରତିବାଦ କଲେ ବ୍ରହ୍ମପୁର ବିଧାୟକ ଓ ସାଂସଦ । ଅଧିକ ପଢନ୍ତୁ

ମରଣଜନ୍ତା ପାଲଟିଛି ଜାତୀୟ ରାଜପଥ, ଓଭରବ୍ରିଜ ନିର୍ମାଣ ପାଇଁ ଦାବି

ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଠାରୁ ଆରମ୍ଭ କରି ଲାଞ୍ଜିପଲ୍ଲୀ ଓ ଗୋଳନ୍ଥରା ଅଞ୍ଚଳ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ବୃଦ୍ଧି ପାଉଛି ଦୁର୍ଘଟଣା । ଦୁର୍ଘଟଣାରେ ଅନେକ ଧନ ଜୀବନ ହାନି ହେଉଛି । ଏହାକୁ ନେଇ ବିଜେଡି ପକ୍ଷରୁ ରଣ୍ଡା ଛକ ଠାରେ ଓଭରବ୍ରିଜ ଓ ଅଣ୍ଡରପାସ୍ ତୁରନ୍ତ ନିର୍ମାଣ ପାଇଁ ଦାବିରେ ପ୍ରତିବାଦ କରିଛନ୍ତି ବ୍ରହ୍ମପୁରର ବିଧାୟକ ତଥା ବର୍ତ୍ତମାନର ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ।

ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥରେ ଗୋଳନ୍ଥରା ଠାରୁ ଲାଞ୍ଜିପଲ୍ଲୀ ମଧ୍ୟରେ ବହୁ ଦୁର୍ଘଟଣା ଘଟି ପ୍ରତ୍ୟେକ ବର୍ଷ ଅନେକ ଧନଜୀବନ ହାନି ଘଟୁଥିବା ବେଳେ ଏଭଳି ସ୍ଥାନ ଗୁଡ଼ିକରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଓଭରବ୍ରିଜ ଓ ଅଣ୍ଡର ପାସ୍ ନିର୍ମାଣ ପାଇଁ ସାଂସଦ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ଉକ୍ତ ପ୍ରସ୍ତାବକୁ ଭିତ୍ତି କରି ଏହି ଅଞ୍ଚଳରେ ଛଅ ଗୋଟି ଅଣ୍ଡର ପାସ୍ ଓ ଦୁଇଟି ଓଭରବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା । ହେଲେ ଦେଢ଼ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କୌଣସି ଗୋଟିଏ ମଧ୍ୟ କାର୍ଯ୍ୟ ହୋଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ ।

ଅନ୍ୟପଟେ ଗତ ଏକ ମାସ ମଧ୍ୟରେ ୧୨ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରତିବାଦ କରି ଉକ୍ତ ସ୍ଥାନରେ ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଖୁବଶୀଘ୍ର ଦୁର୍ଘଟଣା ରୋକିବା ପାଇଁ ଉକ୍ତସ୍ଥାନରେ ଓଭର ବ୍ରିଜ ଓ ଅଣ୍ଡରପାସ ନିର୍ମାଣ ନ କରାଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ମିଳିଲାନି ମହାପ୍ରାଣାୟ ଗାଡ଼ି, ୧୦ କିଲୋମିଟର କାନ୍ଧରେ ବୁହା ହେଲା ମୃତଦେହ - Dead Body Carry On Hand

ଏହି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଏସ୍. ରାଜେଶ୍ୱରୀ ଦୋରା, ସ୍ଥାନୀୟ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ସି.ଏଚ୍ ଉଷାରାଣୀ, ବ୍ରହ୍ମପୁର ମହାନଗର ନିମଗର ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାନୁଯାୟୀ ସ୍ଥାନୀୟ ଚିକରଡା ଗ୍ରାମର ଜଣେ ମହିଳା ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ପ୍ରାଣ ହାରିଥିବା ବେଳେ ବିଜେଡି ପକ୍ଷରୁ ଏଭଳି ପ୍ରତିବାଦ କରାଯିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ଇଟିଭି ଭାରତ , ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.