ETV Bharat / state

ମିଳିଲାନି ମହାପ୍ରାଣାୟ ଗାଡ଼ି, ୧୦ କିଲୋମିଟର କାନ୍ଧରେ ବୁହା ହେଲା ମୃତଦେହ - Dead body Carry on Hand

author img

By ETV Bharat Odisha Team

Published : Apr 30, 2024, 8:35 PM IST

Dead body Carry on Hand
Dead body Carry on Hand

Dead body Carry on Hand: ପୁଣି କଳାହାଣ୍ଡିରେ ହାତରେ ବୁହାହେଲା ମୃତଦେହ । ମହାପ୍ରାଣାୟ ଗାଡ଼ି ନମିଳିବାରୁ ମୃତଦେହ ବୋହିଲେ ପରିବାର ଏବଂ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କାନ୍ଧରେ ବୁହା ହେଲା ମୃତଦେହ । ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର । ପଦାରେ ପଡ଼ିଲା ସରକାରଙ୍କ ଅପାରଗତା । ଘଟଣାଟି କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ କାଠକୁରା ଗ୍ରାମର । ମହାପ୍ରାଣାୟ ଗାଡ଼ି ନମିଳିବାରୁ ୧୦ କିଲୋମିଟର କାନ୍ଧରେ ମୃତଦେହ ବୋହିଲେ ପରିବାର ଏବଂ ଗ୍ରାମବାସୀ । ସୂଚନା ଅନୁଯାୟୀ, କାଠକୁରା ଗ୍ରାମର ଉପେନ୍ଦ୍ର ନାଗ ଓ ସନ୍ତୋଷ ବାଗଙ୍କର ଗତକାଲି ଦୁର୍ଘଟଣା ଘଟିଥିଲା । ଆଜି ସନ୍ତୋଷ ବାଗଙ୍କର ମୃତ୍ୟୁ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ମହାପ୍ରାଣାୟ ଗାଡ଼ି ନମିଳିବାରୁ ତାଙ୍କ ମୃତଦେହକୁ କାନ୍ଧରେ ବୁହା ହେଉଥିବା ଦୃଶ୍ୟ ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, ଗତକାଲି କାଠକୁରା ଗାଁର ଉପେନ୍ଦ୍ର ନାଗ ଓ ସନ୍ତୋଷ ବାଗ ଦୁହେଁ କୌଣସି ଏକ କାମ ପାଇଁ ବାହାରକୁ ଯାଇଥିଲେ । ସନ୍ଧ୍ୟା ୬ଟା ବେଳେ ଘରୁ ବାହାରି ଦୁହେଁ ଆଉ ଘରକୁ ଫେରି ନଥିଲେ । ପରେ ପରିବାର ଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁକୁ ଯିବା ପୂର୍ବରୁ କାଠକୁରା ଗାଁ ଜଙ୍ଗଲ ବୁଲାଣିରେ ଦୁଇ ବନ୍ଧୁ ଦୁର୍ଘଟାଣାରେ ଗୁରୁତର ହୋଇ ପଡ଼ି ରହିଥିବା ଦେଖିଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଥୁଆମୂଲ୍ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ସେଠାରେ ସନ୍ତୋଷ ବାଗଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ହେଲେ ସେଠାରେ ଡାକ୍ତର ଉପେନ୍ଦ୍ର ନାଗଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ.. କଳାହାଣ୍ଡିରେ ପୁଣି ଦାନ ମାଝି ! ବାଇକରେ ବୁହା ହେଲା ମୃତଦେହ

ସନ୍ତୋଷଙ୍କ ମୃତଦେହକୁ ଗାଁକୁ ନେବା ପାଇଁ ମୃତଦେହ ବାହକ ଗାଡି ସହିତ ଯୋଗାଯୋଗ କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବାହକ ଗାଡି ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଯୋଗ କରାଯାଇଥିଲା । ହେଲେ ମଧ୍ୟ ଘଟଣାସ୍ଥଳରେ ଗାଡି ପହଞ୍ଚି ନଥିଲା । ପରେ ବାଧ୍ୟ ହୋଇ ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହକୁ କାନ୍ଧରେ ବୋହି ଥୁଆମୂଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ କାଠକୁରା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ବୋହି ନେଇଥିଲେ । ତେବେ ଏହି ଅଞ୍ଚଳରେ ମୃତଦେହ ବୁହା କଥା ଆଜିକାର ନୁହେଁ ।

କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରୀଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡି ନ ଥିବାରୁ ମୃତଦେହ ବାଇକରେ ବୋହି ଘରକୁ ନେଉଥିବା ଘଟଣା ସାମନାକୁ ଆସିଥିଲା । ଆଜି ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବର୍ଷ ବର୍ଷ ଧରି ଲୋକେ ମୃତଦେହ ବୁହା ଗାଡ଼ି ପାଇଁ ଦାବିକରି ଆସୁଥିଲେ ମଧ୍ୟ ଏହି ଅଞ୍ଚବାସୀଙ୍କ କଥା କେହି ଶୁଣୁନାହାନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କୌଣସି ପ୍ରକର ସୁବିଧା ଯୋଗାଇ ଦେଉନଥିବା ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.