ETV Bharat / politics

ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍ - BJD Targets BJP

author img

By ETV Bharat Odisha Team

Published : May 17, 2024, 10:38 PM IST

BJD Targets BJP: ଚାଷୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ଏହାସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ମଧ୍ୟ ବିଜେଡି କଟାକ୍ଷ କରିଛି । ଅଧିକ ପଢନ୍ତୁ

BJD Targets BJP
BJD Targets BJP (ETV Bharat Odisha)

BJD Targets BJP (ETV Bharat Odisha)

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ଚାଷୀ ପ୍ରସଙ୍ଗ ଉଠାଇଲା ବିଜେଡି । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇଛି । କାଳିଆ ଯୋଜନାରେ ୬୪ ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି । ସାରା ଦେଶକୁ PDSକୁ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହୋଇଛି । ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧.୪୫ ଲକ୍ଷ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି । ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ।"

"କୃଷକଙ୍କ ଆୟ ଦ୍ଵିଗୁଣିତ କରାଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବଢୁଛି ଚାଷୀଙ୍କ ଆୟ । ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେଡି । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରାଯାଇଛି । ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ କରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା । ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଅବହେଳା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ । ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । MSP ୨ ହଜାର ୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ । ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ ବି କେନ୍ଦ୍ର ସରକାର ଶୁଣି ନାହାନ୍ତି । ବିଜେପି ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହିନାହାନ୍ତି ।

ଏହା ବି ପଢନ୍ତୁ...ବିଜେଡି ଇସ୍ତାହାର; '୨୦୩୪ ସୁଦ୍ଧା ଦେଶର ଶ୍ରେଷ୍ଠ ରାଜ୍ୟ ହେବ ଓଡ଼ିଶା' - BJD Press Meet

ସେ ଆହୁରି କହିଛନ୍ତି, "ବିଜେପି ତା'ର ନିର୍ବାଚନୀ ଇସ୍ତାହାରରେ ଧାନର MSP କେବେ ବୃଦ୍ଧି ହେବ ସେନେଇ କୌଣସି ଚୂଡାନ୍ତ କରିନାହିଁ । ଓଡ଼ିଶାର ଚାଷୀମାନେ ଜାଣି ରଖିବା ଉଚିତ ଯଦି ତାଙ୍କୁ କିଏ ଠକୁଛି ସେ ହେଉଛି କେନ୍ଦ୍ର ସରକାର । ଓଡ଼ିଶାର କୃଷକ ପାଇଁ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଆଗକୁ ଓଡ଼ିଶାର କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବ । ଆସନ୍ତା 10 ବର୍ଷ ପାଇଁ ରାଜ୍ୟର ବିକାଶ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ଓଡି଼ଶା ପ୍ରଥମ ରାଜ୍ୟ ଯେଉଁଠି କୃଷକର ଆୟ ଦୁଇଗୁଣ କରାଯିବ । ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଉଛି । ଆହୁରି 20 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ମାଗଣା ବିଜୁଳି ଦେୟ ଘୋଷଣା କରାଯିବା ନେଇ ଇସ୍ତାହାରରେ ରଖିଛି ବିଜେଡି ।" ଏହାସହ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି, "ସେ ଓଡ଼ିଶାରେ ଆସି ପ୍ରଚାର କରୁଛନ୍ତି। ଆସାମରେ 4.9 ପ୍ରତିଶତ ଜଳସେଚିତ ଚାଷ ଜମି ରହିଛି ଯେଉଁଠିକି ଓଡ଼ିଶାରେ 33.6 ପ୍ରତିଶତ ଜମି ଚାଷ ଉପଯୋଗୀ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.