ETV Bharat / state

ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲାର ଆସିଲା ରାୟ, ବାପ ଓ ସାବତ ମା’କୁ ଆଜୀବନ ଜେଲ - DIVYANG MURDER CASE VERDICT

author img

By ETV Bharat Odisha Team

Published : Apr 19, 2024, 10:01 PM IST

ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲା
ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲା

Life Imprisonment Sentence: ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲାରେ ବାପ ସମେତ ସାବତ ମାଆକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ବାଲେଶ୍ଵର ଓ ପିଆଇଡି କୋର୍ଟ । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ଆସିଲା ବାଲେଶ୍ଵରର ବହୁ ଚର୍ଚ୍ଚିତ ଦିବ୍ୟାଙ୍ଗ ସନ୍ତାନ ହତ୍ୟା ମାମଲାର ରାୟ । ହତ୍ୟାକାରୀ ବାପା ସମେତ ସାବତ ମା’କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି କୋର୍ଟ । ହତ୍ୟାକାରୀ ବାପା ଓ ସାବତ ମା’କୁ ଆଜୀବନ କାରାଦଣ୍ଡ ସହ ଉଭୟଙ୍କୁ 5 ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ହୋଇଛି । ବାଲେଶ୍ଵର ଓ ପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ ଏହି ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ 6 ମାସ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଛି ।

ସୂଚନା ମୁତାବକ, ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଚାନ୍ଦମାରୀ ପଡିଆ ଅଞ୍ଚଳରେ ଘଟିଥିଲା ଏହି ଘଟଣା । ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ 5/8/22ରେ କେଶ୍ ନମ୍ବର 259/22ରେ ଏକ ମାମଲା ରୁଜୁ ହୋଇଥିଲା । ହତ୍ୟାକାରୀ ପୁଅ ଓ ବୋହୂ ନାମରେ ଅଭିଯୋଗ ଆଣିଥିଲେ ଖୋଦ୍ ମୃତ ଦିବ୍ୟାଙ୍ଗ ଶିଶୁପୁତ୍ରର ଜେଜେ ମା’ ଶାନ୍ତିଲତା ଜେନା । ଶିଶୁ ପୁତ୍ରକୁ ହତ୍ୟା ପରେ ସହଦେବ ଖୁଣ୍ଟା ଥାନା ଅଧୀନ ନୁଣିଆ ଝୋଡ଼ି ପୋଲ ତଳକୁ ଫିଙ୍ଗି ଦେଇଥିଲା ବାପା । ଏହାକୁ ନେଇ ଆଜି ରାୟ ପ୍ରକାଶ ପାଇଛି । 15 ଜଣ ସାକ୍ଷୀ ଓ 16ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ଦିବ୍ୟାଙ୍କ ଶିଶୁର ବାପା ଗଣେଶ ଜେନା ଓ ସାବତ ମାଆ ପ୍ରତିମା ଜେନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।

ଏହା ମଧ୍ୟ ପଢ଼ନ୍ତୁ... ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ରାୟ ପ୍ରକାଶ, ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ - Life Imprisonment In Murder Case

ସେହିଭଳି ୯ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଦାଣ୍ଡିଆପାଲିରେ ଘଟିଥିବା ଡବଲ ମର୍ଡର ଘଟଣାର ଗତ 27 ତାରିଖରେ ରାୟ ପ୍ରକାଶ ପାଇଥିଲା । ଲୁଟ ପାଇଁ ହତ୍ୟାକାଣ୍ଡ ଘଟାଇଥିବା ନେଇ ଦୋଷୀ ମାନଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ସଜ୍ଜା । ୧୫ ନଭେମ୍ବର ୨୦୧୫ ମସିହାରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର କ୍ବାର୍ଟର ନମ୍ବର VIM 608 ରେ ଅତି ବୀଭତ୍ସ ଭାବେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ କୁମାର ମିଶ୍ରଙ୍କୁ ତଣ୍ଟିଚିପି ଓ ପତ୍ନୀ ସୁଷମାରାଣୀ ମିଶ୍ରଙ୍କୁ ୬ ଚୋଟ ପକାଇ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପରେ ହତ୍ୟାକାରୀ ମାନେ ଡାକ୍ତରଙ୍କ ଘରୁ ସୁନା ଗହଣା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିଲେ । ଏହି ଘଟଣାରେ ହତ୍ୟାକାରୀ ମାନଙ୍କୁ ୨୩ଟି ସାକ୍ଷ୍ୟ ପ୍ରମାଣ ଓ ୨୪ଟି ଦସ୍ତାବିଜ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.