ETV Bharat / state

ବଲାଙ୍ଗୀର ଗ୍ୟାସ ଟ୍ରାଜେଡି; ଚିକିତ୍ସାଧୀନ ଅବସ୍ଥାରେ 4 ମୃତ

author img

By ETV Bharat Odisha Team

Published : Feb 17, 2024, 9:39 AM IST

Updated : Feb 17, 2024, 10:07 AM IST

ଗ୍ୟାସ ଟ୍ରେଜେଡି
ଗ୍ୟାସ ଟ୍ରେଜେଡି

Balangir Gas Tragedy: କାନୁଟ ଗ୍ୟାସ ଟ୍ରାଜେଡି ଘଟଣା । 6 ଜଣ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଚାରି ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଗ୍ୟାସ ଟ୍ରେଜେଡି

ବଲାଙ୍ଗୀର: କାନୁଟ ଗ୍ୟାସ ଟ୍ରାଜେଡି ଘଟଣା । 6 ଜଣ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ ତାରିଖ (ଶନିବାର) ଦିନ ବଲାଙ୍ଗୀର ଜିଲ୍ଲା ବେଲପଡା କାନୁଟ ଗ୍ରାମରେ ଅଦବାରିଆ ପରିବାର ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ପାଇପରୁ ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ 6 ଜଣ ପୋଡ଼ିହୋଇ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତ ଆହତଙ୍କୁ ରାଉରକେଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଗୁରୁତର ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସେମାନଙ୍କ ଗାଆଁରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଘଟଣା ଦିନ ଅଦବାରିଆ ପରିବାର ପୂଜା ପାଇଁ ସନ୍ଧ୍ୟା ସମୟରେ ବତି ଜାଳି ଘରେ ଟିଭି ଦେଖୁଥିଲେ । ଏହି ସମୟରେ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଚାରିଆଡ଼େ ବ୍ୟାପୀ ଯାଇଥିଲା । ଉକ୍ତ ଗ୍ୟାସ୍ ଆଉ ଦୀପ ନିଆଁରେ ଚାରିଆଡ଼େ ବିସ୍ଫୋରଣ ଘଟିଥିଲା । ଦେଖୁ ଦେଖୁ ନିଆଁ ସବୁଆଡ଼େ ବ୍ୟାପୀ ଯାଇଥିଲା । ଏଥିରେ ଏହି ପରିବାରର ଛଅ ଜଣ ସଦସ୍ୟ ଭାନୁମତୀ ଅତାବରିଆ, ପ୍ରେମରାଜ ଅତାବରିଆ, ଭୈରବୀ ଅତାବରିଆ, ମାଲତୀ ଅତାବରିଆ, ମହେଶ୍ୱର, ଭାଗ୍ୟବତୀ ଜାଲ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସମସ୍ତଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ, ଗୋଟିଏ ପରିବାରର ଛଅ ଗୁରୁତର

ଏହା ମଧ୍ୟ ପଢ଼ନ୍ତୁ.....ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଅବସରପ୍ରାପ୍ତ ଯବାନ

ପରେ ସମସ୍ତଙ୍କୁ ଭୀମ ଭୋଇ ମେଡିକାଲରୁ ସମ୍ବଲପୁର ସ୍ଥିତ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁଣିଥରେ ସେଠାରୁ ଉତ୍ତମ ଚିକିତ୍ସା ନିମନ୍ତେ ରାଉରକେଲାର ଏକ ପ୍ରାଇଭେଟ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୃତ୍ୟୁ ସହ ସଂଗ୍ରାମ କରି ଗତ 12 ତାରିଖରେ ଭାନୁମତୀ ଅତାବରିଆଙ୍କ ମୃତ୍ୟୁ ହୋଇଥିବା ବେଳେ 14 ତାରିଖରେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିଲା । ସେପଟେ ପୁଣି ଶୁକ୍ରବାର ଦିନ ଆଉ 2 ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ମାଳତି ଅଦାବିରିଆ ଓ ଭାଗ୍ୟବତୀ ଜାଲ । ଏହାପରେ ମୃତ୍ୟୁସଂଖ୍ୟା 4କୁ ବୃଦ୍ଧି ପାଇଛି । ସେହିପରି ଆଉ 2 ଜଣ ଆହତ ଏବେ ବି ରାଉରକେଲାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Feb 17, 2024, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.