ETV Bharat / bharat

ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଅବସରପ୍ରାପ୍ତ ଯବାନ

author img

By ETV Bharat Odisha Team

Published : Jan 28, 2024, 12:51 PM IST

Firozabad retired soldier Death: ଉତ୍ତରପ୍ରଦେଶର ଫିରୋଜାବାଦରେ ଶୀତରୁ ରକ୍ଷା ପାଇବା ନିଆଁ ଜାଳି ଶୋଇଥିବା ବେଳେ ଜୀଅନ୍ତା ଜଳି ଅବସରପ୍ରାପ୍ତ ଯବାନ ମୃତ । ଅଧିକ ପଢନ୍ତୁ

Firozabad retired soldier burnt death
Firozabad retired soldier burnt death

ଲକ୍ଷ୍ନୌ: ଶୀତରୁ ରକ୍ଷା ପାଇବା ନିଆଁ ଜାଳି ଶୋଇବା ହେଲା କାଳ । ନିଆଁ ଲାଗି ଅବସରପ୍ରାପ୍ତ ଯବାନ ମୃତ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରୁ । ତେବେ ମୃତକ ଜଣକ ୭୫ ବର୍ଷୀୟ ଧନପାଲ ପୁତ୍ର ଦେବୀ ସିଂ ବୋଲି ଜଣାପଡିଛି । ପୋଲିସ ଏନେଇ ଖବର ପାଇ ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ଫିରୋଜାବାଦ ଜିଲ୍ଲା ଏକା ଥାନା ଅନ୍ତର୍ଗତ ନକଟପୁର ଗାଁରେ ଜଣେ ୭୫ ବର୍ଷୀୟ ଅବସରପ୍ରାପ୍ତ ଦେବୀ ସିଂ ତାଙ୍କ ପୁଅ ବିନୋଦଙ୍କ ସହ ରହୁଥିଲେ । ତାଙ୍କ ପତ୍ନୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିଲା । ଏନେଇ ବାପ ଓ ପୁଅ ଏକାଠି ରହୁଥିବା ବେଳେ ଗତ ଶୁକ୍ରବାର ଦିନ ରାତିରେ ଅଧିକ ଶୀତ ଯୋଗୁଁ ଏକ ପାତ୍ରରେ ନିଆଁ ଜଳାଇଥିଲେ । ଏହାର କିଛି ସମୟ ପରେ ଧନପାଲ ଓ ତାଙ୍କ ପୁଅ ଶୋଇ ଯାଇଥିଲେ ।

ସେହି ସମୟରେ ପାତ୍ରରେ ଲାଗିଥିବା ନିଆଁ ଧୀରେ କୋଠରୀରେ ଲାଗିଯାଇଥିଲା । ଏଥିସହ ଧନପାଲଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏନେଇ ତାଙ୍କ ପୁଅ ବିନୋଦ ଚିତ୍କାର କରି ପାଖ ପଡୋଶୀଙ୍କୁ ଡାକିଥିଲେ । ହେଲେ ସେମାନେ ପହଞ୍ଚିବା ବେଳକୁ ଧନପାଲଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନପାଲଙ୍କ ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଘରେ ଲାଗିଲା ନିଆଁ, ବାପାମାଆ ଓ 2 ଛୁଆ ଜୀବନ୍ତ ଦଗ୍ଧ

ଏହି ଘଟଣାକୁ ନେଇ ଥାନାଧିକାରୀ ଶିବଭାନ ସିଂ ରାଜାବତ କହିଛନ୍ତି ଯେ, 'ନକଟପୁର ଗ୍ରାମର ଜଣେ ବୃଦ୍ଧ ଜୀଅନ୍ତା ଜଳିଯାଇଛିନ୍ତ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ତେବେ ପରିବାରକୁ ସାହଯ୍ୟ କରିବା ପାଇଁ ଚେଷ୍ଟା କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.